Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆନ୍ଦୋଳନକୁ ଯଦି ଏତେ ଡ଼ର,ନ୍ୟାୟ ଦିଅ ମମତା ସରକାର

National

ଆନ୍ଦୋଳନକୁ ଯଦି ଏତେ ଡ଼ର,ନ୍ୟାୟ ଦିଅ ମମତା ସରକାର

Sangram Tripathy
Browse all articles by Sangram Tripathy
·1 year ago·2 min read
ଆନ୍ଦୋଳନକୁ ଯଦି ଏତେ ଡ଼ର,ନ୍ୟାୟ ଦିଅ ମମତା ସରକାର


ଅର୍ଗସ ବ୍ୟୁରୋ:ଜଳୁଛି ପଶ୍ଚିମବଙ୍ଗ,ନ୍ୟାୟ ପାଇଁ ରାଜରାସ୍ତାରେ ହଜାର ହଜାର ହଜାର ସମର୍ଥକ। ମାତ୍ର ଏପଟେ ଭାଙ୍ଗୁନି ମମତା ସରକାରଙ୍କ ଦିନ,କୋଲକତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟାଘଟଣାରେ ଦିନ ଗଡୁଥିବାବେଳେ ଗୁମର ଖୋଲିବାରେ ଲାଗୁଛି । ଯାହା ଦିଦିଙ୍କୁ ଚିନ୍ତାରେ ପକାଇଛି,ମନରେ ମଧ୍ୟ ଉଙ୍କି ମାରୁଛି ଅଜଣା ଡ଼ର,ସିବିଆଇ ଏହି ଘଟଣାରେ ଛାନଭିନ୍ କରୁଥିବାବେଳେ ଗୋଟିଏ ପରେ ଗୋଟିଏ ସତ ଆସୁଛି ସାମ୍ନାକୁ । ଆଉ ଦିଦିଙ୍କୁ ଘାରିଛି ଚୌକି ଚିନ୍ତା,ଚାଲିଯିବନି ତ କ୍ଷମତା। ସେଇଥି ପାଇଁ ବୋଧହୁଏ ଦିଦିଙ୍କୁ ଘାରିଛି ଆନ୍ଦୋଳନ ଡ଼ର।

ମାମଲାକୁ ଚପାଇ ଦେବା ପାଇଁ କୁଆଡେ ଷଡଯନ୍ତ୍ର କରୁଛି ଟିଏମସି ସରକାର ବୋଲି ଚର୍ଚ୍ଚା ଜୋର ଧରିଛି।  କେମିତି ମେଡ଼ିକାଲରୁ କୌଣସି ପ୍ରମାଣ ନମିଳିଳେ ସେଇଥି ଲାଗି ପଶ୍ଚିମବଙ୍ଗ ସରକାର ଭରପୁର ପ୍ରୟାସ କରୁଛନ୍ତି । ସେଇଥି ଲାଗି ମାମଲାର ତଦନ୍ତ କରୁଥିବା ସିବିଆଇକୁ ବି କଲିକତା ପୋଲିସ ସାହାଯ୍ୟ କରିବନି, ମହିଳା ହୋଇ ମଧ୍ୟ ମହିଳା ଆନ୍ଦୋଳନକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଭୟ କରୁଛନ୍ତି,ପୂର୍ବରୁ କିଛି ଏମିତି କହି ଦିଦିଙ୍କୁ ଘେରିଥିଲେ କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ।  ଦୋଷୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କି ଦିଦି,ଦୋଷୀଙ୍କ ସହ ଦିଦିଙ୍କ ସଂପର୍କ କଣ ।  ମୁଖ୍ୟ ଅଭିଯୁକ୍ତ  ସଞ୍ଜୟ ରାୟର ସାଇକୋଲୋଜିକାଲ ଟେଷ୍ଟ କରଯିବା ସହ ତାଙ୍କୁ  ଘୋମାଘୋଟ ଜେରା କରିଛି ସିବିଆଇ ।  ସେପଟେ କେନ୍ଦ୍ର ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ସବୁ ରାଜ୍ୟ ପ୍ରତି ଦୁଇ ଘଣ୍ଟାରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପୁରା ଘଟଣାରେ ମୁହଁବନ୍ଦ ରଖିବାକୁ କୁଆଡେ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଯଚାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । 


କୋଲକତା ଦୁଷ୍କର୍ମକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି। ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯିବା ପରେ ତଣ୍ଟି ଚିପି ଅତି ନୃଶଂସ ଭାବରେ କରାଯାଇଛି ହତ୍ୟା । ଶରୀରରେ ମୋଟ୍ ୧୪ ଟି ଗଭୀର କ୍ଷତ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିସାରିବା ପରେ ଭିସେରା ରିପୋର୍ଟକୁ ଅପେକ୍ଷା ରହିଛି। ପ୍ରଥମେ ଏହି ମାମଲା ଡାକ୍ତରଙ୍କୁ ତଣ୍ଟି ଚିପି ଜୀବନରୁ ମାରିଦିଆଯାଇଥିଲା,ମାତ୍ର  ମାମଲା ଜଣାପଡିବା ପରେ ପୋଲିସ କହିଥିଲା ଆତ୍ମହତ୍ୟା ।  ପୋଲିସର ତଦନ୍ତ ସନ୍ଦେହଜନକ ଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ କୋଲକତା ହାଇକୋର୍ଟ ଏହାସହ ସିବିଆଇକୁ ତଦନ୍ତର ଦାୟିତ୍ଵ ଦେଇଥିଲେ । ଆଉ ଏହାରି ଭିତରେ ରିପୋର୍ଟ ଆସିଥିବାରୁ ପୋଲିସ ପ୍ରଥମେ ମିଛ କହିଥିବାର ପ୍ରମାଣ ମିଳିଥିଲା । କୁଆଡେ ମମତା ସରକାର ଏହି ମାମଲାରେ ପ୍ରମାଣ ଲୁଚାଉଛନ୍ତି ବୋଲି ଚର୍ଚ୍ଚା ହେବାପରେ,

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ୍‌କୋର୍ଟ,୨୦ରେ ମାମଲାର ଶୁଣାଣି ହେବ। କିନ୍ତୁ ଅନ୍ୟପଟେ ଆନ୍ଦୋଳନ ଥମିବାର ନା ଧରୁନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ପାଇଁ ଜୋର ଧରିଛି ଦାବି । ଯଦି ତାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରା ନଯାଏ ପଶ୍ଚିମବଙ୍ଗ ଦ୍ବିତୀୟ ବାଂଲାଦେଶ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶରେ ରେସିଡାଣ୍ଟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ତେବେ ହସ୍ପିଟାଲର ସ୍ଥାୟୀ ସୁରକ୍ଷା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦାବିରେ ଡାକ୍ତରମାନେ ନିଜ ପ୍ରତିବାଦ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ କେବେ ମିଳିବ ନ୍ୟାୟ


 

Sponsored
If the movement is so hot, give justice to Mamata's government! | Argus News