Videos
|
National

ନ ଗାଧୋଇଲେ ଶରୀରରେ କଣ ହୁଏ ପରିବର୍ତ୍ତନ ? ଜାଣନ୍ତୁ...

Manini Pattanayak
Browse all articles by Manini Pattanayak
·2 years ago·2 min read
ନ ଗାଧୋଇଲେ  ଶରୀରରେ କଣ ହୁଏ ପରିବର୍ତ୍ତନ ? ଜାଣନ୍ତୁ...

ନୂଆଦିଲ୍ଲୀ:  କଣ ଆପଣ ଜାଣନ୍ତି କି  ଯଦି ଆମେ ଗୋଟିଏ ବର୍ଷ ନ ଗାଧୋଇବା  ଶରୀରରେ  କଣ ସବୁ ପରିବର୍ତ୍ତନ ହେବ?  ଆଉ ଆପଣ କିପରି ଅନୁଭବ କରିବେ।  ତେବେ ଏଠି ଆମେ କହିଦେଉଛୁ ଯେ,  ଜୈନ ସାଧୁମାନେ  କେବେ ବି କ ଗାଧାନ୍ତି ନାହିଁ।  କିନ୍ତୁ  ସେମାନେ ସ୍ୱଚ୍ଛ ଏବଂ ସୁସ୍ଥ ରହିଥାନ୍ତି। ଆପଣ ନିଶ୍ଚୟ ଏହା ଶୁଣିଲା ପରେ ଆଶ୍ଚର୍ଯ୍ୟ ହେଉଥିବେ  ଜୈନ୍ୟ ସାଧୁ ମାନେ ନ ଗାଧୋଇ ଏପରି ସୁସ୍ଥ କିପରି ରୁହନ୍ତି ?  ବିଶ୍ୱରରେ  ଏପରି  ଜନଜାତି ଅଛନ୍ତି ଯେଉଁମାନେ କି ଜୀବନ ସାରା ଗାଧାନ୍ତି ନାହିଁ।  ସାଧାରଣତଃ  ସ୍ନାନ କରିବା ଦ୍ୱାରା ଶରୀର ସତେଜ ରହିବା ସହ ଦୁର୍ଗନ୍ଦ ହୋଇନଥାଏ। ଗୋଟିଏ ଦିନ ଯଦି ଆମେ ସ୍ନାନ ନକରୁ ଆମ ଶରୀରରୁ ପ୍ରବଳ ଦୁର୍ଗନ୍ଧ ଆସିଥାଏ।   ଥରେ ଭାବନ୍ତୁ ଯଦି ଆମେ ଗୋଟିଏ ବର୍ଷ ନଗାଧୋଇବା ତେବେ ଶରୀରର ଅବସ୍ଥା କଣ ହେବ। ମୋଟାମୋଟି ଭାବେ ଶରୀରୁ ଭୟଙ୍କର ଦୁର୍ଗନ୍ଧ ଆସିଥାଏ।  ସଂକ୍ରମଣର ମଧ୍ୟ  ଭୟ ରହିଥାଏ।   ଏଥିସହିତ ତ୍ୱଚା ସମ୍ବନ୍ଧୀୟ   କିଛି ରୋଗ ହୋଇଯାଇପାରେ। 
 

ନଗାଧୋଇଲେ ଦୁର୍ଗନ୍ଧ ଆସିବ:

୩୬୫ ଦିନ ପର୍ଯ୍ୟନ୍ତ  ସ୍ନାନ ନକରି  ରହିବା ଯେକୌଣସି ବ୍ୟକ୍ତି ହେଉ ପଛେ ତାଙ୍କର ଦେହ   ପ୍ରବଳ ଦୁର୍ଗନ୍ଧ ଆସିଥାଏ। 
  ଖାଲି ଏତିକି ନୁହେଁ  ନଗାଧୋଇବା ଦ୍ୱାରା   ଶରୀର ଉପରେ ମଇଳାର ଆବରଣ ପଡିଯାଇଥାଏ । ଏହି ମଇଳା ଆବାରଣରେ ବ୍ୟାକ୍ଟେରିଆ ମାନେ ତ୍ୱଚାକୁ କ୍ଷତି ପହଞ୍ଚାଇଥାନ୍ତି।  ଗୋଟିଏ ବର୍ଷ ପରେ  ଚର୍ମ ଉପରେ ଷ୍ଟ୍ରେଟମ  କାର୍ନିୟମ ଅର୍ଥାତ   ମୃତ ଚର୍ମର ନିର୍ମାଣ  ହୋଇଥାଏ।  ଏଥିରେ  ଏକ ପ୍ରୋଟିନ୍‌ ର ନିର୍ମାଣ ହୋଇଯାଇଥାଏ। ଯେଉଁଥିରେ  ଆମର ଚର୍ମ  ସୃଷ୍ଟି ହୋଇଥାଏ  ଆଉ ସେଥିରୁଏକ ଅଜବି ଦୁର୍ଗନ୍ଧ ଆସିଥାଏ। 

ସଂକ୍ରମଣର ବିପଦ ଅଧିକ ରହିଥାଏ
 ଯଦି ଆପଣ ୩୬୫ ଦିନ ଯାଏ ନ ଗାଧୋଉଛନ୍ତି ବ୍ୟାକ୍ଟେରିଆର ନିର୍ମାଣ  ହେବା ଆରମ୍ଭ ହୋଇଥାଏ।   ସଂକ୍ରମଣ ରେ ପିଡିତ  ହେବାର ଅଧିକ ଆଶଙ୍କା ରହିଥାଏ। 
 ମୁଣ୍ଡରେ କୁଣ୍ଡେଇ ହୋଇଥାଏ । ମୁଣ୍ଡର ଚର୍ମରେ  ମୃତ ଚର୍ମ ସୃଷ୍ଟି ହୋଇଥାଏ। ଆମେ ଏହାକୁ ସାଧାରଣତଃ ଭାବେ ରୂପି କହିଥାଉ।  ଯେଉଥିପାଇଁ ଆପଣଙ୍କ ମୁଣ୍ଡ କଣ୍ଡାଇ ହୋଇଥାଏ। ଗୋଟିଏ ବର୍ଷ ପରେ  ମୁଣ୍ଡ  ଅତ୍ୟଧିକ  କୁଣ୍ଡାଇ ହୋଇଥାଏ।   ମସ୍ତିଷ୍କରୁ ବାହରୁଥିବା ତେଲ ଆଉ ତା ସହ ଦୁର୍ଗନ୍ଧ ଏବଂ ପ୍ରଦୂଷଣ  ତତ୍ୱରେ  କେଶ  ଭାରି ହୋଇଯାଇଥାଏ।  ଏହା ଅସଜଡା  ଦେଖାଯିବା ସହ  ଚଢେଇ ବସା ପରି  ଦେଖାଯାଇଥାଏ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
if you not bath till one year then what will happen if it be 1 week or 1 month | Argus News