Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏମିତି ରୋବର୍ଟ, ଛୁଇଁଦେଲେ ବୁଝିଯିବ ମନର କଥା

National

ଏମିତି ରୋବର୍ଟ, ଛୁଇଁଦେଲେ ବୁଝିଯିବ ମନର କଥା

Swoyangprjna Mishra
Browse all articles by Swoyangprjna Mishra
·1 year ago·1 min read
ଏମିତି ରୋବର୍ଟ, ଛୁଇଁଦେଲେ ବୁଝିଯିବ ମନର କଥା

Key Points

କେବଳ ଛୁଇଁଦେଲେ ମନର ଭାବନା ବୁଝିପାରିବ ରୋବର୍ଟ

ସ୍କିନ କଣ୍ଡକ୍ଟାନ୍ସ ଦ୍ବାରା ରୋବର୍ଟ ଜଣାପାରିବ ଇମୋସନ

ପ୍ରଥମ ପରକ୍ଷାରେ ଭାଗ ନେଲେ ୩୩ ପ୍ରତିଯୋଗୀ

 ଅର୍ଗସ ବ୍ୟୁରୋ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ରୋବର୍ଟର ନୂଆ ଟେକନିକ ବାହାର କରିବା ପାଇଁ ବୈଜ୍ଞାନିକ ମାନେ ଲଗାତାର ଚେଷ୍ଟା କରୁଛନ୍ତି । ସେମାନେ ଏପରି ରୋବର୍ଟର ସନ୍ଧାନରେ ଅଛନ୍ତି, ଯିଏ ମଣିଷର ଏକ ସାଥୀ ହୋଇପାରିବ । ଏ ଭିତରେ ଏମିତି ଏକ ରୋବର୍ଟର ଆବିଷ୍କାର ହୋଇଛି, ଯିଏ ମଣିଷର ମନର ଭାବନାକୁ ବୁଝିପାରିବ । ଆପଣ କେଉଁ ସମୟରେ କଣ ଭାବୁଛନ୍ତି ତାହା ବେଶ ଭଲଭାବେ ବୁଝିପାରିବ ଏହି ରୋବର୍ଟ । ଏହି ରୋବର୍ଟ ମଣିଷର ସ୍କିନ ଛୁଇଁବା ଦ୍ବାରା ମଣିଷର ଭାବନାକୁ ବୁଝିପାରିବ । ସ୍କିନ କଣ୍ଟକ୍ଟାନ୍ସ ସାହାଯ୍ୟରେ ଏହି ରୋବର୍ଟ ମନର ଫିଲିଙ୍ଗ୍ସ ବୁଝିପାରିବ ।


ଏହା ମଣିଷର ଝାଳ ନିର୍ଗମନ ଏବଂ ସ୍ନାୟୁର ଗତିବିଧିରୁ ତାର ଭାବନାର ଅବସ୍ଥିତି ଦର୍ଶାଇଥାଏ । ଏହାକୁ ପରୀକ୍ଷା କରିବା ପାଇଁ ବୈଜ୍ଞାନିକ ମାନେ ୩୩ ଜଣଙ୍କ ଉପରେ ଏହି ରୋବର୍ଟକୁ ନେଇ ପରୀକ୍ଷା କରିଥଇଲେ । ଯେଉଁଥିରେ ସେମାନଙ୍କୁ ବିଭିନ୍ନ ପ୍ରକାରର ଅଲଗା ଅଲଗା ଭିଡିଓ ଦେଖାଇ ଦିଆଯାଇଥିଲା । ଭିଡିଓ ଦେଖାଇବା ପରେ ସେହି ରୋବର୍ଟ ଦ୍ବାରା ସେମାନଙ୍କ ଭାବନାର ପରୀକ୍ଷା କରାଯାଇଥିଲା । ଜଣା ପଡିଥିଲା ଯେଉଁମାନଙ୍କ ଭିତରେ ଡରର ଭାବନା ଥିଲା ତାହା ଅଧିକ ସମୟ ଯାଏଁ ଶରୀରରେ ରହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଯେଉଁମାନଙ୍କ ଭିତରେ ହସ ଖୁସିର ଏକ ମିଶ୍ରିତ ଭାବନା ଥିଲା ତାହା ଧିରେ ଧିରେ କମିବାକୁ ଲାଗୁଥିଲା । ଯେଉଁମାନଙ୍କ ଭିତରେ ଅତ୍ୟନ୍ତ ଖୁସି ଏବଂ ହସର ଭାବନା ଥିଲା ତାହା ଅଳ୍ପ ସମୟ ଯାଏଁ ଶରୀରରେ ତିଷ୍ଠି ରହିଥିଲା । ଏହି ପରୀକ୍ଷା ଦ୍ବାରା ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ ଯେ, ଖୁବଶୀଘ୍ର ଏହି ରୋବର୍ଟକୁ ବିକଶିତ କରାଯାଇ ଲଞ୍ଚ କରାଯିବ ।

Sponsored
If you touch, Robert will understand the mind | Argus News