ଆପଣ ଏହି ରାସ୍ତାରେ ଗଲେ ନିଜେ ବି ତାଜୁବ ହୋଇଯିବେ...

Key Points
ଅଜବ ସହର ୧୦୦ କୋଟିର ରାସ୍ତା ଯିବାକୁ ବାଟ ନାହିଁ
ଆପଣ ଏହି ରାସ୍ତାରେ ଗଲେ ନିଜେ ବି ତାଜୁବ ହୋଇଯିବେ
ପାଟଣା-ଗୟା ୭.୪୮ କିଲୋମିଟର ଲମ୍ବର ମୁଖ୍ୟ ରାସ୍ତା ମଝିରେ ଗଛ
ବିହାର ଜହନାବାଦ ଜିଲ୍ଲାରୁ ଏକ ଅଜବ ଖବର ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଜିଲ୍ଲାର ପଟନା-ଗୟା ମୁଖ୍ୟ ସଡ଼କରେ ଆଶ୍ଚର୍ଯ୍ୟ ଏବଂ ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରୁଛି। ଏହି ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ କାମ ଜୋରସୋରରେ ଚାଲିଛି। ବିହାରର ଜେହାନାବାଦରେ ଏକ ୧୦୦ କୋଟି ଟଙ୍କାର ରାସ୍ତା ପ୍ରକଳ୍ପ ଏବେ ବେଶ ଚର୍ଚ୍ଚାରେ ମଧ୍ୟ କାରଣ ହେଉଛି ଗୋଟିଏ ଭୁଲ ପାଇଁ। ପାଟଣା-ଗୟା ମୁଖ୍ୟ ରାସ୍ତାରେ ୭.୪୮ କିଲୋମିଟର ଲମ୍ବର ଏହି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପରେ ରାସ୍ତା ମଝିରେ ଥିବା ଗଛକୁ ନ ହଟାଇ ଠିକାଦାର ରାସ୍ତା କାମ କରିଦେଇଛନ୍ତି, ଯାହା ପଥଚାରୀଙ୍କ ପାଇଁ ଦୁର୍ଘଟଣାର ବିପଦ ସୃଷ୍ଟି କରିଛି। ଜେହାନାବାଦ, ପାଟଣାଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ, ଏହି ରାସ୍ତାରେ ଗଛଗୁଡ଼ିକ ଏକ ସରଳରେଖାରେ ମଧ୍ୟ ନାହାନ୍ତି, ଯାହା ଚାଳକମାନଙ୍କୁ ବାରମ୍ବାର ଦିଗ ବଦଳାଇ ଚାଳନା କରିବାକୁ ବାଧ୍ୟ କରୁଛି।
ଜିଲ୍ଲା ପ୍ରଶାସନ ରାସ୍ତା ପ୍ରଶସ୍ତିକରଣ ପାଇଁ ବନ ବିଭାଗକୁ ଗଛ ହଟାଇବା ପାଇଁ ଅନୁମତି ମାଗିଥିଲେ, କିନ୍ତୁ ବନ ବିଭାଗ ୧୪ ହେକ୍ଟର ଜଙ୍ଗଲ ଜମିର କ୍ଷତିପୂରଣ ଦାବି କରି ଅନୁମତି ଦେଇ ନଥିଲେ। ଫଳରେ, ପ୍ରଶାସନ ଏଭଳି ଅବାସ୍ତବ ନିଷ୍ପତ୍ତି ନେଇ ଗଛକୁ ନ ହଟାଇ ତା’ ଚାରିପାଖରେ ରାସ୍ତା ନିର୍ମାଣ କରିଛି। ଏହି ରାସ୍ତାରେ ଗଛ ମଝିରେ ରହିବା ହେତୁ ଏପର୍ଯ୍ୟନ୍ତ ଅନେକ ଦୁର୍ଘଟଣା ଘଟିସାରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହା ଏକ “୧୦୦ କୋଟିର ମୃତ୍ୟୁ ଆମନ୍ତ୍ରଣ” ପରି ହୋଇଛି। ତେବେ, ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଯଦି ଏହି ରାସ୍ତାରେ ବଡ଼ ଦୁର୍ଘଟଣା ଘଟେ ଓ ଜୀବନହାନି ହୁଏ, ତେବେ ଏହାର ଦାୟିତ୍ୱ କିଏ ନେବେ, ତାହା ଏକ ଅମୀମାଂସିତ ପ୍ରଶ୍ନ ହୋଇ ରହିଛି।
📱 Get Argus News App
✨ତେବେ କଥା କଣ କି ରାସ୍ତା ପ୍ରଶସ୍ତିକରଣର ଯୋଜନା ହେବାବେଳେ ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଗଛ କଟାକୁ ବିବାଦ ତେଜିଲା। ଯେଉଁଠି ବନବିଭାଗ ବୃକ୍ଷ କାଟିବା ବଦଳରେ ୧୪ ହେକ୍ଟର ବନଭୂମି ଜାଗା ଦେବାରକୁ ଦାବି ରଖିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ସେମାନଙ୍କର ସର୍ତ୍ତକୁ ଶୁଣିଲାନି। ସେଥିପାଇଁ ରାସ୍ତା ପ୍ରଶସ୍ତିକରଣ ବେଳେ ବନବିଭାଗ ଜାଣିଶୁଣି ରାସ୍ତାରୁ ଗଛ ଗୁଡ଼ିକୁ କାଟିବାକୁ ଅନୁମତି ଦେଲା ନାହିଁ। ସେଥିପାଇଁ ରାସ୍ତା କାମ ସିନା ହୋଇଗଲା କିନ୍ତୁ ରାସ୍ତା ମଝିରେ ବିରାଟ ବିରାଟ ଗଛ ଦଣ୍ଡାୟମାନ ହୋଇ ରହିଛି।