Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚପଲ , କିମ୍ବା ହାଫସାର୍ଟ ପିନ୍ଧିଲେ କଟିବ ଚାଲାଣ ! ARTO ଦେଲେ ବଡ ତଥ୍ୟ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଚପଲ , କିମ୍ବା ହାଫସାର୍ଟ ପିନ୍ଧିଲେ କଟିବ ଚାଲାଣ ! ARTO ଦେଲେ ବଡ ତଥ୍ୟ

Key Points

ଚପଲ , କିମ୍ବା ହାଫସାର୍ଟ ପିନ୍ଧିଲେ କଟିବ କି ଚାଲାଣ ?
ଚାଳକଙ୍କ ପାଇଁ ରହିଛି କି ସ୍ଵତନ୍ତ୍ର ଡ୍ରେସକୋର୍ଡ
ଡ୍ରାଇଭିଂକୁ ନେଇ ARTO ଦେଲେ ବଡ ତଥ୍ୟ

ଚପଲ, ହାର୍ଫସାର୍ଟ, ଲୁଙ୍ଗି ପିନ୍ଧିଲେ ଚାଲାଣ କଟିବ କି ନାହିଁ ତାହା ନେଇ ଏକ ବଡ ଚର୍ଚ୍ଚା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ବିଶେଷ ଭାବେ ମୁମ୍ବାଇରେ ଏପରି ଚର୍ଚ୍ଚା ଅଧିକ ହେଉଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ତଳେ ମହାରାଷ୍ଟ୍ରର ଏମଏନଏସର ନେତା ଜାଭେଦ ଶେଖଙ୍କ ପୁଅ ଶାହିଲ ଜାବେଦଙ୍କ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଦେଖିବାକୁ ମିଳିଥିଲା । ଯେଉଁ ଭିଡିଓରେ ସେ ଖଆଲି ଦେହରେ ମଦନିଶାରେ ରହି ଧୂର୍ତ୍ତଗତିରେ ମଝିରାସ୍ତାରେ ଗାଡି ଚଲାଉଥିଲେ । ଏଥିସହ ମରାଠିର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଅଭିନେତ୍ରୀ ରାଜଶ୍ରୀ ମୋରେଙ୍କ ସହ ଦୁର୍ବ୍ୟବହାର କରୁଥିବା ମଧ୍ୟ ନଜରକୁ ଆସିଥିଲା ।

ରାକ୍ଷୀ ସାୱନ୍ତଙ୍କ ଘନିଷ୍ଠ ବାନ୍ଧବୀ ଭାବେ ଜଣାଶୁଣା ରାଜଶ୍ରୀ ଏହି ମାମଲାର ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଅନେକ ଲୋକ ଏହି ଭିଡିଓ ଦେଖିବା ପରେ ଶାହିଲଙ୍କର ଏପରି ଖରାପ ବ୍ୟବହାର ଦେଖିବା ନେଇ ଆଲୋଚନା କରିଥିଲେ । ଆଉ କିଛିଜଣ ଶାହିଲ ବିନା ଡ୍ରେସରେ ଗାଡି ଚଲାଉଥିବା ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଚାଲିଥିଲା କି ଡ୍ରାଇଭିଂକୁ ନେଇ କିଛି ସ୍ଵତନ୍ତ୍ର ଡ୍ରେସ କୋର୍ଡ ଅଛି କି ?

ଏହାକୁ ନେଇ ନଏଡାର ARTO ସିୟାରାମ ବର୍ମା କହିଥିଲେ , ପରିବହନ ବିଭାଗର ନିୟମ ଅନୁଯାୟୀ ବ୍ୟବସାୟିକ ଗାଡିର ଚାଳକଙ୍କ ପାଇଁ ଡ୍ରେସକୋର୍ଡ ରହିଛି । କମର୍ସିଆଲ ବା ବ୍ୟବସାୟିକ ଗାଡି ଚାଳକମାନେ ଖାକି ରଙ୍ଗର ଡ୍ରେସ ପିନ୍ଧିବା ସହ ବେଲ୍ଟ ବି ଖାକି ରଙ୍ଗର ଏଥିସହ ଚମଡା ଜୋତା ପିନ୍ଧିବା ଆବଶ୍ୟକ । କିନ୍ତୁ ସାଧାରଣ ନାଗରିକଙ୍କ ପାଇଁ କୌଣସି ସ୍ଵତନ୍ତ୍ର ଡ୍ରେସକୋର୍ଡ ନାହିଁ ।

ଏଥିସହ ଚପଲ ପିନ୍ଧିବାକୁ ନେଇ ସିୟାରାମ କହିଛନ୍ଚି, ଚପଲ ପିନ୍ଧିବାକୁ ନେଇ କୌଣସି ସ୍ଵତନ୍ତ୍ର ନିୟମ ନାହିଁ । କିନ୍ତୁ ସଡକ ସୁରକ୍ଷା ଅନୁସାରେ ଚପଲ ପିନ୍ଧି ଗାଡି ଚଲାଇବା ସୁରକ୍ଷିତ ନୁହେଁ । ବର୍ଷା ଦିନରେ ଚପଲ ପିନ୍ଧି ଦୁଇ ଚକିଆ ଯାନ ଚଲାଇଲେ ପାଦ ଗାଡିରୁ ଖସି ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ସେହି କାରଣରୁ ଚପଲ ପିନ୍ଧଇବା ନେଇ ଚାଲାଣ କଟାଯାଏ, କିନ୍ତୁ ଏନେଇ କୌଣସି ସ୍ବତନ୍ତ୍ର ନିୟମ ନାହିଁ ।

୨୦୧୯ରେ ପରିବହନର କିଛି ନିୟମ ସଂଶୋଧନ କରିବା ବେଳେ ଏପରି କିଛି ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଲୁଙ୍ଗି, ହାଫ୍‌ସାର୍ଟ , ଚପଲ ପିନ୍ଧିଲେ ଚାଲାଣ କଟିବ ବୋଲି ଖବର ଭାଇରାଲ ହେବାରେ ଲାଗିଥିଲା । କିନ୍ତୁ ନିତିନ ଗଡକରି ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଏସବୁ ଗୁଜବ ବୋଲି କହିଥିଲେ । ପରିବହନ ବିଭାଗ ପକ୍ଷରୁ ଏପରି କୌଣସି ନିୟମ ଥିବା ସ୍ପଷ୍ଟ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If you wear slippers or half shirt while driving, you will be charged! ARTO gave great information | Argus News