Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଆଇଏମ୍ ଅହମ୍ମଦାବାଦର ଦୁବାଇ କ୍ୟାମ୍ପସ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଆଇଆଇଏମ୍ ଅହମ୍ମଦାବାଦର ଦୁବାଇ କ୍ୟାମ୍ପସ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points

ବିଶ୍ବରେ ଆଦୃତ ହେଉଛି ଭାରତୀୟ ଶିକ୍ଷା ବ୍ୟବସ୍ଥା
ଦୁବାଇରେ ଆରମ୍ଭ ହେଲା ଭାରତର ସର୍ବଶ୍ରେଷ୍ଠ ବିଜନେସ ସ୍କୁଲର କ୍ୟାମ୍ପସ
ଆଇଆଇଏମ୍ ଅହମ୍ମଦାବାଦର ଦୁବାଇ କ୍ୟାମ୍ପସ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଭାରତର ଶିକ୍ଷାର ଜଗତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ
ୟୁଏଇରେ ବଢୁଛି ଭାରତର ବିଭିନ୍ନ ବିଶ୍ବ ବିଦ୍ୟାଳୟ ଓ ସ୍କୁଲ
ୟୁଏଇରେ ବସବାସ କରୁଥିବା ଓଡ଼ିଆ ବନ୍ଧୁମାନଙ୍କୁ ଭେଟିଲେ ଧର୍ମେନ୍ଦ୍ର
ପ୍ରବାସୀ ଭାରତୀୟ ହେଉଛନ୍ତି ଆମର ଶକ୍ତି, ସେମାନଙ୍କ ସଫଳତା ପାଇଁ ଆମେ ଗର୍ବିତ

ଭାରତ-ୟୁଏଇ ଶିକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ । ପ୍ରଥମଥର ପାଇଁ ଦୁବାଇରେ ଆରମ୍ଭ ହୋଇଛି ଆଇଆଇଏମ୍ ଅହମ୍ମଦାବାଦର କ୍ୟାମ୍ପସ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପରିକଳ୍ପିତ ଭାରତର ଶିକ୍ଷାର ଜଗତୀକରଣ ଏହା ଆଉ ଏକ ବଡ଼ ପଦକ୍ଷେପ । ଏହି ନୂଆ କ୍ୟାମ୍ପସ ବିଶ୍ୱକୁ ଭାରତର ନୂଆ ପରିଚୟ ପ୍ରଦାନ କରିବ । ଦୁବାଇରେ ନୂଆ ଆଇଆଇଏମ୍ କ୍ୟାମ୍ପସ୍ ଜାତୀୟ ଶିକ୍ଷା ନୀତିରେ କଳ୍ପନା କରାଯାଇଥିବା ‘ଆତ୍ମାରେ ଭାରତୀୟ, ଆଉଟଲୁକରେ ବିଶ୍ୱ’ ନୀତିକୁ ଏକ ସର୍ବୋତ୍ତମ ଲଞ୍ଚ ପ୍ୟାଡ୍ ପ୍ରଦାନ କରିଛି । ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ UAE-ଭାରତ କାମ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।


ୟୁଏଇ ଉଚ୍ଚଶିକ୍ଷା ଏବଂ ବୈଜ୍ଞାନିକ ଗବେଷଣା ମନ୍ତ୍ରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ୟୁଏଇରେ ଭାରତୀୟ ଉଚ୍ଚ ଶିକ୍ଷାନୁ ଗୁଡ଼ିକର ଏକ ଗୋଲଟେବୁଲ ସମ୍ମିଳନୀରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସିବିଏସଇ ସ୍କୁଲର ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିବା ସହ ୟୁଏଇରେ ଥିବା ଭାରତୀୟ ସ୍କୁଲ ଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପୂର୍ବରୁ ମନିପାଲ ବିଶ୍ବ ବିଦ୍ୟାଳୟ, ଆମିଟି ବିଶ୍ବ ବିଦ୍ୟାଳୟ, ବିଆଇଟିଏସ୍ ପିଲାନୀ, ଆଇଆଇଏଫଟି ଗାଜିଆବାଦ ଭଳି ଶିକ୍ଷାନୁଷ୍ଠାନ ଦୁବାଇରେ କ୍ୟାମ୍ପସ ଖୋଲିଥିବା ବେଳେ ଏଥିରେ ଯୋଡି ହେଉଛି ଆଇଆଇଏମ୍ ଅହମ୍ମଦାବାଦ କ୍ୟାମ୍ପସ । ଏଥିସହ ୧୦୯ଟି ସିବିଏସଇ ପରିଚାଳିତ ସ୍କୁଲ ସେଠାକାର ପ୍ରବାସୀ ଭାରତୀୟ ଓ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ବଡ ମାଧ୍ୟମ ପାଲଟିଛି । ଦୁବାଇର ଭାରତୀୟ କନସୁଲେଟ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

'ଏକ ପେଡ୍ ମା’ କେ ନାମ' ଅଭିଯାନ ଅଧୀନରେ ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ । ଭାରତ ହେଉଛି ପ୍ରତିଭାବାନ ମାନବସମ୍ବଳ ଏବଂ ୟୁଏଇ ବିଶ୍ୱସ୍ତରୀୟ ଆର୍ଥିକ କ୍ଷେତ୍ରର ପେଣ୍ଠସ୍ଥଳୀ । ଭାରତ ଏବଂ ୟୁଏଇ ପୁରୁଣା ସମ୍ବନ୍ଧକୁ ବଜାୟ ରଖିବା ପାଇଁ ବଦ୍ଧପରିକର । ବିଶ୍ୱ ଶିକ୍ଷା, ନବସୃଜନ ଏବଂ ଉଦ୍ୟମିତା ମାନଚିତ୍ରରେ ‘ବ୍ରାଣ୍ଡ ଇଣ୍ଡିଆ’କୁ ସୁଦୃଢ଼ କରିବା ଲକ୍ଷ୍ୟ ।ୟୁଏଇ ଗସ୍ତର ପ୍ରଥମ ଦିନରେ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭାରତର ବିଦ୍ୟାଳୟ ଗୁଡ଼ିକରେ କୌତୁହଳ ଏବଂ ସୃଜନ ଶୀଳତାକୁ ପ୍ରୋତ୍ସାହିତ କରିବାରେ ଅଟଳ ଟିଙ୍କରିଂ ଲ୍ୟାବ୍ସର ସଫଳତା ପରେ UAEରେ ଅଟଳ ଇନୋଭେସନ୍ ଲ୍ୟାବ୍ସ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଛି ପଦକ୍ଷେପ । ଗୁରୁ ଦିବସ ଅବସରରେ ଦୁବାଇରେ ଭାରତୀୟ କନସୁଲେଟ୍ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।


ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସରେ ପହଞ୍ଚିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରବାସୀ ଭାରତୀୟମାନେ ହେଉଛନ୍ତି ଆମର ଶକ୍ତି ଏବଂ ସେମାନଙ୍କ ସଫଳତାରେ ଆମେ ଗୌରବାନ୍ୱିତ । ୟୁଏଇରେ ବସବାସ କରୁଥିବା ଓଡ଼ିଆ ବନ୍ଧୁମାନଙ୍କୁ ସେ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ଦ୍ବିତୀୟ ଦିନରେ ଦୁବାଇରେ ଓଡ଼ିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ୟୁଏଇରେ ସିବିଏସଇ ସ୍କୁଲ୍ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାରମ୍ପରିକ ନୃତ୍ୟ ଓ ସଗୀତରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

Sponsored
IIM Ahmedabad Inaugurates Dubai Campus | Argus News | Argus News