Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା'

National

ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା'

Ritu Das
Browse all articles by Ritu Das
·1 year ago·2 min read
ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା'

ଅର୍ଗସ ବ୍ୟୁରୋ: ମହାକୁମ୍ଭକୁ ନେଇ ଖବର ଏବେ ହେଡଲାଇନରେ ରହିଛି। ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ସାଧୁସନ୍ଥ ଏବଂ ସାଧ୍ୱୀଙ୍କ ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ତେବେ ଏହି ଭିତରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଅଛନ୍ତି ଦୁଇ ବାବା ଓ ମାତା। ସେମାନେ ହେଲେ IIT ବାବା ଅଭୟ ସିଂ, ଓ ଅନ୍ୟଜଣେ ସୁନ୍ଦରୀ ମାତା ହେଲେ ହର୍ଷ ରିଚାରିୟା। ଦୁଇଜଣ ଭିନ୍ନ ଭିନ୍ନ ରାଜ୍ୟର ହୋଇଥିଲେ ସୁଦ୍ଧା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପୂର୍ବରୁ ସେମାନେ ନିଜ କାର୍ଯ୍ୟପାଇଁ ଲୋକଲୋଚନକୁ ଆସିଥିଲେ। ହେଲେ ଏବେ ସୁନ୍ଦରୀ ମାତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରି ଭାଇରାଲ IIT ବାବା। ଏନେଇ ଫ୍ୟାନ୍ସ ମାନେ କହିଲେଣି ମାତାଙ୍କ ପ୍ରେମରେ ଆଇଆଇଟି ବାବା। ବାବା ଅଭୟ ଦୁନିଆର ମୋହ ମାୟା ଛାଡି ସନ୍ୟାସକୁ ଆପଣାଇ ନେଇଛନ୍ତି।


ଏହାଛଡ଼ା ନିଜ ସୁନ୍ଦରତା ପାଇଁ ମଧ୍ୟ ହର୍ଷ ରିଚାରିୟା ବେଶ ଲୋକପ୍ରିୟ ହୋଇଛନ୍ତି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଏବେ ବାବା ଅଭୟ ଏହି ସୁନ୍ଦରୀ ମାତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି। ବିଶେଷ କଥା ଏହା କି ଯେତେବେଳେ ବାବା ଅଭୟଙ୍କର ଇନଷ୍ଟାଗ୍ରାମରେ ଏକ ଲକ୍ଷ ୬୦ ହଜାର ଫଲୋର୍ସ ରହିଛନ୍ତି। ସେତେବେଳେ ସେ ମାତ୍ର ୪୦ ଜଣଙ୍କୁ ଫଲୋ କରିଛନ୍ତି। ଆଉ ସେହି ୪୦ ଜଣଙ୍କ ମଧ୍ୟରେ ସୁନ୍ଦରୀ ହର୍ଷା ମଧ୍ୟ ରହିଛନ୍ତି। ଅଭୟ ସିଂ ହରିୟାଣାର ଝାଜ୍ଜରର ସାସରୌଲି ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ IIT ବମ୍ବେରେ ନିଜ ପାଠପଢା ସମାପ୍ତ କରିଥିଲେ। ସେ ବିଟେକ ମଧ୍ୟ କରିଛନ୍ତି। ପରେ ସେ ବାବା ହୋଇଛନ୍ତି । ସେ ପାଠପଢା ସମୟରେ ଦର୍ଶନଶାସ୍ତ୍ର ପ୍ରତି ରୁଚି ରଖୁଥିଲେ। ଆଉ ଏବେ ସେ ସମ୍ପୂର୍ଣରୂପେ ବାବା ହୋଇଯାଇଛନ୍ତି। ସେହିପରି ସୁନ୍ଦରୀ ହର୍ଷାଙ୍କ ରିଚାରିୟାଙ୍କ ବୟସ ମାତ୍ର ୩୧ ବର୍ଷ। ଏହି ଭାଇରାଲ ସାଧ୍ୱୀ ଜଣକ ଉତ୍ତରାଖଣ୍ଡର ବାସିନ୍ଦା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେ ମଧ୍ୟ ରହିଆସୁଛନ୍ତି। ପାଖାପାଖି ୨ ବର୍ଷ ତଳେ ସେ ଆଧ୍ୟାତ୍ମିକ ରାସ୍ତାକୁ ଆପଣାଇଥିଲେ। କିନ୍ତୁ ସେ ଏପର୍ଯ୍ୟନ୍ତ ସନ୍ୟାସୀ ହୋଇନାହାନ୍ତି। ସୋସିଆଲ ମିଡିଆରେ ହର୍ଷା ଜଣେ ଆଙ୍କର ଓ ଇନଫ୍ଲୁଏନସର। ତାହାସହ ଏହି ଭାଇରାଲ ସୁନ୍ଦରୀ ଜଣେ ମେକଅପ ଆର୍ଟିଷ୍ଟ। ସେପଟେ ହର୍ଷା ରିଚାରିଆ ନାମକ ଜଣେ ମହିଳାଙ୍କ ସାଧ୍ୱୀ ବେଶ ଚର୍ଚ୍ଚାରେ ରହିଛି। ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ତାଙ୍କର ଅନେକ ଫଟୋ ଭାଇରାଲ ହେଉଛି। କିଛି ଦିନ ତଳେ ତାଙ୍କୁ ସାଧ୍ବୀ ନକହିବାକୁ କହିଥିଲେ ହର୍ଷା । ମୁଁ ଏପର୍ଯ୍ୟନ୍ତ ସନ୍ନ୍ୟାସ ନେବି କି ନାହିଁ ସ୍ଥିର କରିନାହିଁ। କାରଣ ସନ୍ନ୍ୟାସ ନେଲେ ବିବାହ କରିପାରିବି ନାହିଁ। ତେଣୁ ମୋତେ ସାଧ୍ବୀ କୁହନ୍ତୁ ନାହିଁ' ବୋଲି ହର୍ଷା କହିଥିଲେ। ଏବେ ତାଙ୍କ ମାତାପିତା ଝିଅର ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ, ଆମେ ହର୍ଷାଙ୍କ ପାଇଁ ୨ଟି ପୁଅ ଦେଖିଛୁ। ସେ ଯେଉଁଠି କହିବେ ସେଇଠି ବିବାହ ହେବ। ହର୍ଷା ସାଧ୍ୱୀ ହୋଇନାହାଁନ୍ତି। ସେ କେବଳ ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହୋଇଛନ୍ତି। ଆମେ ଆମର ଝିଅର ପସନ୍ଦକୁ ସମ୍ମାନ ଦେଉଛୁ ଏବଂ ତାଙ୍କୁ ଟ୍ରୋଲ୍ ନ କରିବାକୁ ମଧ୍ୟ ନିବେଦନ କରୁଛୁ।

Sponsored
IIT Baba in love with pretty Harsha! Big Reveal on Insta' | Argus News