Videos
|
National

Marriage Criteria / ଛୋଟ ସହରରୁ IIT, ବଡ଼ ସହରରେ କୋଟି କୋଟି ଆୟ; ବିବାହ ପାଇଁ ଚାହିଁଲେ ଏମିତି ଝିଅ

Rashmita Mishra
Browse all articles by Rashmita Mishra
·20 mins ago·3 min read
ଛୋଟ ସହରରୁ IIT, ବଡ଼ ସହରରେ କୋଟି କୋଟି ଆୟ; ବିବାହ ପାଇଁ ଚାହିଁଲେ ଏମିତି ଝିଅ
Marriage Criteria

Key Points

IIT ଗ୍ରାଜୁଏଟ୍‌ଙ୍କ ବାର୍ଷିକ ଆୟ ୧.୨୭ କୋଟି, ବିବାହ ପାଇଁ ରଖିଲେ ଅଜବ ସର୍ତ୍ତ
ଧନୀ ଝିଅ ନୁହେଁ, ଏମିତି ଜୀବନସାଥୀ ଖୋଜୁଛନ୍ତି କୋଟିପତି ଯୁବକ
ଛୋଟ ସହରରୁ IIT, ବଡ଼ ସହରରେ କୋଟି କୋଟି ଆୟ; ବିବାହ ପାଇଁ ଚାହିଁଲେ ଏମିତି ଝିଅ
୧.୨୭ କୋଟି ଦରମା, ତଥାପି ମନ ପସନ୍ଦର ଜୀବନସାଥୀ ମିଳୁନି; ଜାଣନ୍ତୁ 'ଟୁ ନେସନ୍ ଥିଓରୀ' 

ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ୧.୨୭ କୋଟି ଟଙ୍କା... IITରୁ ପାଠପଢ଼ା ଶେଷ କରି ସେ ଏକ ବଡ଼ ସହରରେ ନିଜର ଏକ ସଫଳ କ୍ୟାରିୟର ଗଢ଼ିଛନ୍ତି । ଆର୍ଥିକ ଦୃଷ୍ଟିରୁ ସେ ବେଶ୍ ସ୍ୱଚ୍ଛଳ । ଅବିବାହିତ ଥିବାରୁ ତାଙ୍କ ପାଇଁ ଭଲ ବିବାହ ପ୍ରସ୍ତାବର ଅଭାବ ମଧ୍ୟ ନାହିଁ । କିନ୍ତୁ ଜୀବନସାଥୀ ବାଛିବା କ୍ଷେତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ସର୍ତ୍ତ ରହିଛି, ଯାହା ଶୁଣି ଅନେକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଗୁରୁଗ୍ରାମସ୍ଥିତ ମ୍ୟାଟ୍ରିମୋନି ସର୍ଭିସ୍ KnotDatingର CEO ଜସବୀର ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ବ୍ୟକ୍ତିଙ୍କ କାହାଣୀ ସେୟାର କରିଛନ୍ତି । ଛୋଟ ସହରରୁ IIT, ପରେ ବଡ଼ ସଫଳତା । ଏହି ବ୍ୟକ୍ତି ଜଣକ ଏକ ଛୋଟ ସହରରେ ବଢ଼ିଥିଲେ । ସେଠାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ବଡ଼ ସହରକୁ ଆସିଥିଲେ । ପରେ IITରେ ଆଡମିଶନ ପାଇବା ସହ ନିଜ ପରିଶ୍ରମ ବଳରେ ଏକ ସଫଳ କ୍ୟାରିୟର ଗଢ଼ିଥିଲେ ।

ବିବାହ ପାଇଁ ସେ ଦକ୍ଷିଣ ଦିଲ୍ଲୀ ଓ ଦକ୍ଷିଣ ମୁମ୍ବାଇର ଧନୀ ପରିବାରର ଅନେକ ମହିଳାଙ୍କୁ ଡେଟ୍ କରିଥିଲେ । ଆର୍ଥିକ ସ୍ଥିତି ଓ ସାମାଜିକ ପ୍ରତିଷ୍ଠା ଦୃଷ୍ଟିରୁ ସେମାନେ ଭଲ ମ୍ୟାଚ୍ ଥିଲେ । କିନ୍ତୁ ସେ ଖୋଜୁଥିବା ମାନସିକ ସଂଯୋଗ ପାଇପାରି ନଥିଲେ । କାରଣ, ସେମାନଙ୍କ ଜୀବନଶୈଳୀ, ପିଲାଦିନର ଅନୁଭୂତି, ଖାଦ୍ୟପେୟ, ସଙ୍ଗୀତ ଓ ପରିବାରକୁ ନେଇ ଚିନ୍ତାଧାରା ତାଙ୍କଠାରୁ ଅଲଗା ଥିଲା ।

ଛୋଟ ସହରର ଝିଅଙ୍କ ସହ ମଧ୍ୟ ମିଳିଲାନି ମନ
ଏହାପରେ ସେ ଛୋଟ ସହରରୁ ଆସିଥିବା ମହିଳାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ନିଜ ପସନ୍ଦର ଜୀବନସାଥୀ ମିଳିନଥିଲେ । ବଡ଼ ସହରରେ ଦୀର୍ଘ ଦିନ ରହିବା ପରେ ତାଙ୍କର ଚିନ୍ତାଧାରା ଓ ରୁଚି ବଦଳିଯାଇଥିଲା । ସେ ବ୍ୟବସାୟ, ଟେକ୍ନୋଲୋଜି ଓ ନୂଆ ନୂଆ ଆଇଡିଆ ବିଷୟରେ ଆଲୋଚନା କରିବାକୁ ପସନ୍ଦ କରୁଥିଲେ । ହେଲେ ଅନେକ ସମୟରେ ସାମ୍ନାରେ ଥିବା ମହିଳାଙ୍କ ରୁଚି ଓ ଚିନ୍ତାଧାରା ସହ ତାଙ୍କର ମେଳ ଖାଉନଥିଲା । ଫଳରେ ସେ ନିଜକୁ ଦୁଇଟି ଭିନ୍ନ ଦୁନିଆ ମଧ୍ୟରେ ଫସି ରହିଥିବା ଅନୁଭବ କରୁଥିଲେ ।

କ'ଣ ଥିଲା ତାଙ୍କର ଅଜବ ସର୍ତ୍ତ ?

ଶେଷରେ ସେ ମ୍ୟାଟ୍ରିମୋନି ଟିମ୍‌କୁ ନିଜର ପସନ୍ଦ ସ୍ପଷ୍ଟ ଭାବେ ଜଣାଇଥିଲେ । ତାଙ୍କ କହିବା ଅନୁସାରେ, ଧନୀ ମହାନଗରୀୟ ପରିବାରରୁ ଆସିଥିବା ମହିଳାମାନେ ତାଙ୍କ ବର୍ତ୍ତମାନର ଜୀବନକୁ ବୁଝିପାରୁଥିଲେ, କିନ୍ତୁ ତାଙ୍କ ଅତୀତକୁ ନୁହେଁ । ଅନ୍ୟପଟେ, ଛୋଟ ସହରରେ ବଢ଼ିଥିବା ମହିଳାମାନେ ତାଙ୍କ ଅତୀତକୁ ବୁଝିପାରୁଥିଲେ, କିନ୍ତୁ ବର୍ତ୍ତମାନର ଜୀବନ ସହ ଯୋଡ଼ି ହେବାରେ ଅସୁବିଧା ଅନୁଭବ କରୁଥିଲେ ।

ତେଣୁ ସେ ଏପରି ଜଣେ ମହିଳାଙ୍କୁ ଜୀବନସାଥୀ କରିବାକୁ ଚାହୁଁଥିଲେ, ଯିଏ ଛୋଟ ସହରରେ ବଢ଼ିଥିବେ, ପରେ ବଡ଼ ସହରକୁ ଆସି ନିଜ ପରିଶ୍ରମରେ ସଫଳତା ହାସଲ କରିଥିବେ । ଅର୍ଥାତ୍ ଯିଏ ତାଙ୍କ ଭଳି ଉଭୟ ଦୁନିଆକୁ ନିଜ ଜୀବନରେ ଅନୁଭବ କରିଥିବେ । ନିଜ ଚିନ୍ତାଧାରାକୁ ଦେଲେ 'ଟୁ ନେସନ୍ ଥିଓରୀ' ନାମ । ଏହି ବ୍ୟକ୍ତି ନିଜର ଏହି ଚିନ୍ତାଧାରାକୁ 'Two Nation Theory' ବୋଲି ନାମ ଦେଇଥିଲେ

ତାଙ୍କ ମତରେ, ଗୋଟିଏ ଦେଶ ଭିତରେ ମଧ୍ୟ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଦୁନିଆ ରହିଛି । ଗୋଟିଏ ହେଉଛି ଛୋଟ ସହର ଓ କସ୍ବାର ଜୀବନ, ଯେଉଁଠାରେ ସେ ବଢ଼ିଥିଲେ । ଅନ୍ୟଟି ହେଉଛି ବଡ଼ ସହରର ଆଧୁନିକ ଜୀବନ, ଯେଉଁଠାରେ ସେ ନିଜର କ୍ୟାରିୟର ଗଢ଼ିଛନ୍ତି । ଏହି ଦୁଇଟି ଦୁନିଆର ଅନୁଭବ ଥିବା ମହିଳାଙ୍କୁ ଭେଟିବା ପରେ ତାଙ୍କର କଥାବାର୍ତ୍ତାରେ ସହଜରେ ମେଳ ଦେଖିବାକୁ ମିଳିଥିଲା । ସେମାନେ ତାଙ୍କ ପିଲାଦିନର ସଂଘର୍ଷକୁ ବୁଝିବା ସହ ବର୍ତ୍ତମାନର ଜୀବନଶୈଳୀ ସହ ମଧ୍ୟ ନିଜକୁ ଯୋଡ଼ିପାରୁଥିଲେ ।

ଟଙ୍କା ନୁହେଁ, ସମାନ ଜୀବନ ଯାତ୍ରା ଥିଲା ପ୍ରାଥମିକତା
ଏହି କାହାଣୀର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି, ବ୍ୟକ୍ତି ଜଣକ ଜୀବନସାଥୀଙ୍କ ଦରମା, ପରିବାରର ସମ୍ପତ୍ତି କିମ୍ବା ସାମାଜିକ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଉନଥିଲେ । ବରଂ ତାଙ୍କ ଭଳି ସଂଘର୍ଷ କରି ନିଜ ଜୀବନ ଗଢ଼ିଥିବା ଜଣେ ମହିଳାଙ୍କୁ ସେ ଖୋଜୁଥିଲେ । ଜସବୀର ସିଂହ ନିଜ ପୋଷ୍ଟର ଶେଷରେ ପ୍ରଶ୍ନ ଉଠାଇଛନ୍ତି, ବିବାହ ପାଇଁ ଏଭଳି ସର୍ତ୍ତ ରଖିବା ଠିକ୍ କି ? ନା ସେହି ବ୍ୟକ୍ତି ନିଜର ଏକ ମହିଳା ସଂସ୍କରଣ ଖୋଜୁଛନ୍ତି ?

ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କେତେକ ଲୋକ ଏହି ଚିନ୍ତାଧାରାକୁ ସମର୍ଥନ କରିଥିବା ବେଳେ ଆଉ କେତେକ ପ୍ରଶ୍ନ କରିଛନ୍ତି ଯେ, ସମାନ ଜୀବନ ଅନୁଭୂତି ଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପରବର୍ତ୍ତୀ ଦାୟିତ୍ୱ ବଣ୍ଟନ ମଧ୍ୟ ସମାନ ହେବ ବୋଲି କ'ଣ ନିଶ୍ଚିତ କରାଯାଇପାରିବ ?
ବାସ୍ତବରେ ଏହି କାହାଣୀ କେବଳ ବିବାହ ପାଇଁ ଜୀବନସାଥୀ ଖୋଜିବାର କାହାଣୀ ନୁହେଁ । ବରଂ ଜୀବନରେ ସଫଳତା ପାଇବା ପରେ ମଧ୍ୟ ନିଜ ଅତୀତକୁ ବୁଝିପାରୁଥିବା ଏବଂ ବର୍ତ୍ତମାନର ଜୀବନ ସହ ତାଳ ଦେଇ ଚାଲିପାରୁଥିବା ଜଣେ ସାଥୀଙ୍କୁ ଖୋଜିବାର ଏକ ନିଆରା କାହାଣୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: