Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IIT ମାଡ୍ରାସ୍ କ୍ରମାଗତ ଷଷ୍ଠ ଥର ପାଇଁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
IIT ମାଡ୍ରାସ୍ କ୍ରମାଗତ ଷଷ୍ଠ ଥର ପାଇଁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ଅର୍ଗସ ବ୍ୟୁରୋ:  କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ । ନୂଆଦିଲ୍ଲୀ ଭାରତ ମଣ୍ଡପମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଲୋକାର୍ପଣ କରିଛନ୍ତି । ଗତବର୍ଷ ୧୩ଟି କାଟେଗୋରୀରେ ରାଙ୍କ ଘୋଷଣା କରାଯାଇଥିବା ବେଳେ, ଚଳିତ ଥର ଆଉ ୩ଟି ଏଥିରେ ଯୋଡ଼ି ହୋଇଛି । State University rankings, Skill university ranking, Open university ଏଥର ନୂଆ କରି ଯୋଡ଼ି ହୋଇଛି । ଏଥର TOP 100- ଓଭର ଅଲ୍ ରାକିଂରେ ପ୍ରଥମରେ INDIAN INSTITUTE OF TECHNOLOGY, MADRAS ରହିଛି । ଓଡ଼ିଶାର ସୋଆ ୟୁନିଭରସିଟି ୨୪ ଓ କିଟ୍ ୟୁନିଭରସିଟି ୨୮ ନମ୍ବରରେ ରହିଛନ୍ତି । ସେହିପରି ୟୁନିଭରସିଟିଜ୍‌ରେ ପ୍ରଥମ ସ୍ଥାନରେ ରହିଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ବେଙ୍ଗାଳୁରୁ । ଇଞ୍ଜିନିୟରିଂ କ୍ୟାଟେଗୋରିରେ ବି INDIAN INSTITUTE OF TECHNOLOGY, MADRAS ପ୍ରଥମ ସ୍ଥାନରେ ରହିଛି । ବିଭିନ୍ନ streamରେ ଦେଶର ପ୍ରଥମ 10ଟି ଉତ୍କୃଷ୍ଟ ବିଶ୍ବବିଦ୍ୟାଳୟକୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

NIRF ରାକିଂରେ ଓଡ଼ିଶାରୁ ଆଗରେ ରହିଛି `ସୋଆ' ବିଶ୍ବବିଦ୍ୟାଳୟ । TOP 100 ୟୁନିଭରସିଟିରେ ସୋଆ ୧୪ ଓ କିଟ୍ ୧୫ ତମ ରାଙ୍କରେ ରହିଛନ୍ତି । ସେହିପରି Top 50 Reserch institutions ଭିତରୁ ଓଡ଼ିଶାର NIT ରାଉରକେଲା 30 ନମ୍ବର ରାଙ୍କରେ ସ୍ଥାନ ପାଇଛି । କିଟ୍ 46 ନମ୍ବର ଓ ସୋଆ ରହିଛି ୫୦ ନମ୍ବର ରାଙ୍କରେ । Top- 50 state public university ଭିତରୁ ଓଡ଼ିଶାରୁ ଉତ୍କଳ ବିଶ୍ବବିଦ୍ୟାଳୟ 42 ନମ୍ବରରେ ରହିଛି । Top 100 engineering ବିଶ୍ବବିଦ୍ୟାଳୟରେ ଓଡ଼ିଶାରୁ NIT ରାଉରକେଲା 19 ନମ୍ବର, ସୋଆ 26 ନମ୍ବର, କିଟ୍ 37,  ଆଇଆଇଟି ଭୁବନେଶ୍ବର 54 ଓ CV raman global university 96 rankରେ ରହିଛି । TOP 40 LAWରେ ବି ସୋଆ ୯ ନମ୍ବର ରାଙ୍କରେ ଅଛି ୉ Top 100 ମ୍ୟାନେଜେମେଣ୍ଟ ସ୍କୁଲ ମଧ୍ୟରୁ ଜାଭିୟର ୟୁନିଭର୍ସିଟି 43, IIM ସମ୍ବଲପୁର 50, International mangemnet institute 61, ସୋଆ ୟୁନିଭରସିଟି 62 ଓ କିଟ୍  67 ତମ ସ୍ଥାନରେ ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IIT Madras is the best institute for the sixth time in a row | Argus News