Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶର ପ୍ରଥମ ହାଇପରଲୁପ ଟ୍ରାକ୍, ୪୨୨ ମିଟରର ଟ୍ରାକ ପ୍ରସ୍ତୁତ କଲା ଭାରତୀୟ ରେଳ

National

ଦେଶର ପ୍ରଥମ ହାଇପରଲୁପ ଟ୍ରାକ୍, ୪୨୨ ମିଟରର ଟ୍ରାକ ପ୍ରସ୍ତୁତ କଲା ଭାରତୀୟ ରେଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦେଶର ପ୍ରଥମ ହାଇପରଲୁପ ଟ୍ରାକ୍, ୪୨୨ ମିଟରର ଟ୍ରାକ ପ୍ରସ୍ତୁତ କଲା ଭାରତୀୟ ରେଳ

ପ୍ରସ୍ତୁତ ହୋଇଛି ଦେଶର ପ୍ରଥମ ହାଇପରଲୁପ ଟ୍ରାକ୍ । ଆଇଆଇଟି ମଦ୍ରାସ ସହ ମିଶି ୪୨୨ ମିଟରର ଟ୍ରାକ ପ୍ରସ୍ତୁତ କଲା ଭାରତୀୟ ରେଳ। ଏହି ପ୍ରକଳ୍ପ ରେଳ ଯାତାୟତରେ ଆହୁରି ସୁଗମ ପାଇଁ ସାହାଯ୍ୟ କରିବ। ହାଇପରଲୁପ ରେଳ ଟ୍ରାକକୁ ଏକ ଟ୍ୟୁବ୍ ଟନେଲ ଭିତରେ ତିଆରି କରାଯାଇଛି । ଯେଉଁଥିରେ ଅତି ହାଇ ସ୍ପିଡରେ ଟ୍ରେନ ଚାଲି ପାରିବ । ମାତ୍ର ୩୦ ମିନିଟରେ ଅତିକ୍ରମ କରିହେବ ୩୦୦ କିମିର ଦୂରତା । ଟ୍ରେନର ବେଗ ଘଣ୍ଟାପ୍ରତି ୬୦୦ରୁ ୧୨୦୦ କିମି ରହିପାରେ । ଖୁବଶୀଘ୍ର ଏହି ଟ୍ରାକରେ ଟ୍ରେନ ଟ୍ରାଏଲ କରାଯିବ। ଏନେଇ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଗକୁ ରେଳ ହାଇପରଲୁପ୍ ଟେକନୋଲୋଜିର ବିକାଶ ପାଇଁ IIT ମାଡ୍ରାସକୁ ପୁଣି ୧ ମିଲିୟନ ଡଲାର ଅନୁଦାନ ଦିଆଯିବ ।


ଆମ ଦେଶର ଆଇଆଇଟି ଅନୁଷ୍ଠାନ ଏବେ କମାଲ କରୁଛି। ବିଚକ୍ଷଣ ଛାତ୍ର ତିଆରି କରିବା ସହ ଏମିତି ଟେକ୍ନୋଲୋଜୀ ଆବିଷ୍କାର କରୁଛି, ଯାହା ସାରା ବିଶ୍ୱରେ ଭାରତକୁ ଏକ ନୂଆ ପରିଚୟ ଦେବ। ସେମିତି ଏକ ଚମତ୍କାର କରି ଦେଖାଇଛି ଆଇଆଇଟି ମାଡ୍ରାସ। ପରିବହନ କ୍ଷେତ୍ରରେ ଏକ ବିଳ୍ପବ ଆଣିବାକୁ ହାଇପରଲୁପ ଟେକ୍ନୋଲୋଜିକୁ ଡିଜାଇନ କରାଯାଇଛି।

ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଚାଲିବାକୁ ଥିବା ପରିକଳ୍ପିତ ପ୍ରୋଜେକ୍ଟ ହାଇପରଲୁପ ପାଇଁ ଟ୍ରାକ୍ ତିଆରି କରିଛି ଆଇଆଇଟି ମାଡ୍ରାସ୍। ୪୧୦ ମିଟର ଟେଷ୍ଟ ଟ୍ରାକ୍ ନିର୍ମାଣ କରାଯାଇଛି। ହାଇପରଲୁପ ଦ୍ରୁତ ପରିବହନର ଏକ ପରିକଳ୍ପିତ ଯାନ। ଏହା ଘଣ୍ଟାକୁ ୧୧୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ୨୦୧୩ରେ ଏଲନ ମସ୍କ ଏଭଳି ପରିବହନ ପରିକଳ୍ପନାକୁ ଲୋକ ଲୋଚନକୁ ଆଣିଥିଲେ। ଯାହାକୁ ସତ କରି ଦେଖାଇବାକୁ ଯାଉଛି ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
IIT Madras Tests India’s First Hyperloop Track | Argus News