Videos
|
National

ଓଡ଼ିଶାର ହସ୍ତତନ୍ତ ପିନ୍ଧି ଇଣ୍ଡିଆ ଗେଟରେ ଚାଲିଲେ ପ୍ରବାସୀ ଓଡ଼ିଆ ମହିଳା

Smruti Parija
Browse all articles by Smruti Parija
·2 years ago
ଓଡ଼ିଶାର ହସ୍ତତନ୍ତ ପିନ୍ଧି ଇଣ୍ଡିଆ ଗେଟରେ ଚାଲିଲେ ପ୍ରବାସୀ ଓଡ଼ିଆ ମହିଳା

ଅର୍ଗସ ବ୍ୟୁରୋ: ଓଡ଼ିଶାର ହସ୍ତତନ୍ତ ପିନ୍ଧି ଇଣ୍ଡିଆ ଗେଟରେ ଚାଲିଲେ ପ୍ରବାସୀ ଓଡ଼ିଆ ମହିଳା । ସ୍ଵାଭିମାନୀ ଓଡିଆ ଓମେନ୍ସ ୱାଲଡ୍ ପକ୍ଷରୁ ଆୟୋଜିତ ୱାକାଥନ୍‌ରେ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ, ସାଂସଦ ସୁଲତା ଦେଓ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଏକେ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ସ୍ଥାନରେ ଥିବା ୧୧ହଜାରରୁ ଉର୍ଦ୍ଧ୍ବ ଓଡ଼ିଆଣୀଙ୍କୁ ନେଇ ଏହି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାର ଭାଷା ସାହିତ୍ୟ, ସଂସ୍କୃତି, ହସ୍ତକଳାକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି ।

ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ଉପଲକ୍ଷେ ବୁଣାକାର ଭାଇ ଭଉଣୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ଵାଭିମାନୀ ଓଡିଆ ଓମେନ୍ସ ୱାଲଡ୍ ଆୟୋଜନ କରୁଛି ୨ଟି ହ୍ୟାଣ୍ଡଲୁମ୍ ୱାକାଥନ୍। ଅଗଷ୍ଟ ୪ ତାରିଖରେ ଦିଲ୍ଲୀ ଏବଂ ଅଗଷ୍ଟ ୧୧ ତାରିଖରେ ଭୁବନେଶ୍ବରଠାରେ ୱାକାଥନ୍ ଅୟୋଜନ ହେଉଥିବା ଆୟୋଜକ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Immigrant women walk at India Gate wearing Odisha handicrafts | Argus News