Videos
|
National

Assam Rifles / ଆସାମ ରାଇଫଲ୍ସ ଗାଡ଼ିକୁ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼, ଜଣେ ଯବାନ ସହିଦ

Sushanta Sahoo
Browse all articles by Sushanta Sahoo
·11 months ago·1 min read
ଆସାମ ରାଇଫଲ୍ସ ଗାଡ଼ିକୁ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼, ଜଣେ ଯବାନ ସହିଦ

Key Points

ଆସାମ ରାଇଫଲ୍ସ ଯବାନଙ୍କ ଗାଡ଼ି ଉପରକୁ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯବାନ ଆଖି ବୁଜିଛନ୍ତି । ଆକ୍ରମଣରେ ଆଉ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଇମ୍ଫାଲ୍: ଯବାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ଗୁଳିମାଡ଼ । ମଣିପୁରର ନାମ୍ବୋଲ ୱାଲ ଲେଇକାଇରେ ଆସାମ ରାଇଫଲ୍ସର ଯବାନଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଛନ୍ତି କିଛି ଅଜଣା ବନ୍ଧୁକଧାରୀ ଦୁର୍ବୃତ୍ତ । ଗୁଳିମାଡ଼ରେ ଜଣ ଯବାନ ସହିଦ ହୋଇଛନ୍ତି ।


ପ୍ରାଥମିକ ସୂଚନା ଅନୁସାରେ, ଆସାମ ରାଇଫଲ୍ସ ଯବାନଙ୍କ ଗାଡ଼ି ଉପରକୁ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯବାନ ଆଖି ବୁଜିଛନ୍ତି । ଆକ୍ରମଣରେ ଆଉ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏକ ୪୦୭ ଗାଡ଼ିରେ ଆସାମ ରାଇଫଲ୍ସର ଯବାନ ଇମ୍ଫାଲ ନାମ୍ବୋଲ ପୋଲିସ ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ସନ୍ଧ୍ୟା ୬ଟାର ଏହି ଆକ୍ରମଣ ହୋଇଛି ।


ଏହି ଘଟଣା ଇମ୍ଫାଲ୍ ବିମାନବନ୍ଦର ଠାରୁ ୮ କିଲୋମିଟରର ଦୂରରେ ଘଟିଛି । ପିଟିଆଇ ରିପୋର୍ଟରେ କୁହାଯାଇଛି, 'ଅଜଣା ବନ୍ଧୁକଧାରୀଙ୍କ ଏକ ଗୋଷ୍ଠୀ ବିଷ୍ଣୁପୁର ଜିଲ୍ଲା ଆଡ଼କୁ ଆସାମ ରାଇଫଲ୍ସର ଗାଡ଼ି ଯାଉତିବା ବେଳେ ଗୁଳିମାଡ଼ କରିଛନ୍ତି ।'


ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ରେ ଅଧିକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠା ଯାଇଛି । ଯବାନ ଉକ୍ତ ଅଞ୍ଚଳକୁ କର୍ଡନ କରି ନେବା ସହ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯୪୯ ସେପ୍ଟେମ୍ବର ୨୧ ମଣିପୁର ମିଶ୍ରଣ ଚୁକ୍ତିକୁ ବିରୋଧ କରି ଘାଟିର ଉଗ୍ରବାଦୀ ଗୋଷ୍ଠୀ ମଣିପୁର ବନ୍ଦ ଡାକରାର ଠିକ୍ ଦୁଇ ଦିନ ପୂର୍ବରୁ ଏହି ଆକ୍ରମଣ ହୋଇଛି ।

Related Topics

Explore more stories

Assam Rifles | Imphal: Assam Rifles Jawan Killed in Firing, 3 Injured | Argus News | Argus News