|
logo
Live

Argus News - ସମ୍ବିଧାନ ପ୍ରଣୟନ ପାଇଁ କାହିଁକି ଜାନୁଆରୀ ୨୬କୁ ବଛାଗଲା ?

National

ସମ୍ବିଧାନ ପ୍ରଣୟନ ପାଇଁ କାହିଁକି ଜାନୁଆରୀ ୨୬କୁ ବଛାଗଲା ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସମ୍ବିଧାନ ପ୍ରଣୟନ ପାଇଁ କାହିଁକି ଜାନୁଆରୀ ୨୬କୁ ବଛାଗଲା ?

Key Points

ଜାନୁଆରୀ ୨୬ ଗଣତନ୍ତ୍ର ଦିବସ

ଦେଶର ଇତିହାସ ପାଇଁ ବେଶ୍ ସ୍ମରଣୀୟ

କର୍ତ୍ତବ୍ୟ ପଥରେ ପରେଡ୍ ହୁଏ

ଦେଶ ପାଳୁଛି ୭୬ତମ ଗଣତନ୍ତ୍ର ଦିବସ

ଅର୍ଗସ ବ୍ୟୁରୋ: ଭାରତରେ ଜାନୁଆରୀ ୨୬ରେ ପାଳନ ହେଉଥିବା ଗଣତନ୍ତ୍ର ଦିବସ ଆମ ଦେଶର ଇତିହାସ ପାଇଁ ବେଶ୍ ସ୍ମରଣୀୟ ଦିନ । ଏହି ଦିନ ଆମ ଦେଶର ସମ୍ବିଧାନ ଲାଗୁ ହେବା ସହ ଭାରତ ଏକ ସ୍ଵତନ୍ତ୍ର, ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷିତ ହୋଇଥିଲା । ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ପରେଡ୍ ହୁଏ, ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ବି ବାର୍ତ୍ତା ଦିଅନ୍ତି । ଚଳିତବର୍ଷ ଦେଶ ୭୬ତମ ଗଣତନ୍ତ୍ର ଦିବସ ପାଳୁଛି ।


୧୯୪୭ ଅଗଷ୍ଟ ୧୫ରେ ଭାରତ ୨୦୦ ବର୍ଷର ବ୍ରିଟିଶ ରାଜରୁ ମୁକ୍ତ ହେଲା । ସେହିବର୍ଷ ଅଗଷ୍ଟ ୨୯ରେ ଏକ କମିଟି ଗଠନ କରାଯାଇ ସମ୍ବିଧାନ ତିଆରି ଦାୟିତ୍ଵ ଦିଆ ଯାଇଥିଲା । ଯାହାର ଅଧ୍ୟକ୍ଷ ଥିଲେ ଡ. ବିଆର୍ ଆମ୍ବେଦକର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨ ବର୍ଷ ୧୧ ମାସ ଓ ୧୮ ଦିନ ପରେ ୧୯୪୯ ନଭେମ୍ବର ୨୬ରେ ପ୍ରସ୍ତୁତ ହୋଇଥିଲା ଭାରତର ସମ୍ବିଧାନ । ୧୯୫୦ ଜାନୁଆରୀ ୨୬ରେ ଦେଶରେ ସମ୍ବିଧାନ ପ୍ରଣୟନ କରା ଯାଇଥିଲା । କିନ୍ତୁ ସମ୍ବିଧାନ ଲାଗୁ ପାଇଁ କାହିଁକି ଜାନୁଆରୀ ୨୬କୁ ବଛାଗଲା ? ଆସନ୍ତୁ ଜାଣିବା ଏହି ତାରିଖ ପଛର କାହାଣୀ ଓ ଏହା ପଛର ଇତିହାସ ।...


୧୯୩୦ ଜାନୁଆରୀ ୨୬ରେ ଲାହୋର ଅଧିବେଶନରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ 'ପୂର୍ଣ୍ଣ ସ୍ଵାଧୀନତା' ଘୋଷଣା କରିଥିଲା । ଜାନୁଆରୀ ୨୬ରେ ସମ୍ବିଧାନ ଲାଗୁ କରି ବ୍ରିଟିଶ ଶାସନରୁ ସ୍ଵାଧୀନତା ପ୍ରାପ୍ତିର ସଂଘର୍ଷ ପାଇଥିଲା ଭାରତ । ଆରମ୍ଭ କରିଥିଲା ଏକ ନୂଆ ଯୁଗ । ଏହି ଦିନକୁ ବାଛି ୧୯୩୦ର ପୂର୍ଣ୍ଣ ସ୍ଵରାଜ ଦିବସକୁ ମନେ ପକାଯାଏ । ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ଲାଗୁ ପରେ ବ୍ରିଟିଶ ରାଜରୁ ନିଜକୁ ମୁକ୍ତ କରି ଆଉ ଏକ ନୂଆ ଯୁଗର ଆରମ୍ଭ କରିଥିଲା ଭାରତ ।

Sponsored
ସମ୍ବିଧାନ ପ୍ରଣୟନ ପାଇଁ କାହିଁକି ଜାନୁଆରୀ ୨୬କୁ ବଛାଗଲା ? | Argus News