Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦେଶର ଅର୍ଥନୈତିକ ଶକ୍ତି ବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦିଗରେ କେନ୍ଦ୍ର ସରକାରଙ୍କ ଲକ୍ଷ

National

ଦେଶର ଅର୍ଥନୈତିକ ଶକ୍ତି ବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦିଗରେ କେନ୍ଦ୍ର ସରକାରଙ୍କ ଲକ୍ଷ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦେଶର ଅର୍ଥନୈତିକ ଶକ୍ତି ବୃଦ୍ଧି ସହ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦିଗରେ କେନ୍ଦ୍ର ସରକାରଙ୍କ ଲକ୍ଷ

ଅର୍ଗସ ବ୍ୟୁରୋ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ଟୁରିଜିମ୍ ଉପରେ ଗୁରୁତ୍ୱ । ଦେଶର ଅର୍ଥନୈତିକ ଶକ୍ତି ବୃଦ୍ଧି ସହିତ  ଦେଶର ପର୍ଯଟନ କ୍ଷେତ୍ରର ଉନ୍ନତି ଦିଗରେ କେନ୍ଦ୍ର ସରକାର ଲକ୍ଷ ରଖିଛନ୍ତି। ଦେଶର ସମସ୍ତ ଦ୍ୱୀପ ଅଂଚଳ ଏବଂ ବିଶେଷ ଭାବରେ  ଲାକ୍ଷ୍ମୀଦୀପକୁ ଏକ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ଆଜି ବଜେଟ ଉପସ୍ଥାପନ ସମୟରେ ସଂସଦରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ | ଲାକ୍ଷ୍ମାଦୀପ ସମେତ ଅନ୍ୟ ଦ୍ୱୀପପୁଂଜରେ ବନ୍ଦର ସଂଯୋଗ, ପର୍ଯ୍ୟଟନ ଇନଫ୍ରାଷ୍ଟ୍ରକଚର୍ ର ସୁବିଧା ପାଇଁ ବଜେଟ ଆବଣ୍ଟନକୁ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ଅନ୍ତରୀଣ ବଜେଟ ହୋଇଥିବାରୁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଗାମୀ ନିର୍ବାଚନ ପରେ ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ସୀମା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Importance of tourism in the budget | Argus News