Videos
|
National

ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୨୯ ନିଷ୍ପତ୍ତି ଉପରେ ମୋହର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୨୯ ନିଷ୍ପତ୍ତି ଉପରେ ମୋହର

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।  ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସ ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୨୯ ନିଷ୍ପତ୍ତି ଉପରେ ମୋହର। ଯେଉଁଥିରେ ୬ ଜିଲ୍ଲାର ବିକାଶ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଚାଷୀମାନଙ୍କ ଲାଗି ଉଠା ଜଳସେଚନ ପଏଣ୍ଟରେ ବିଜୁଳି ବିଲ୍ ୧୦୦ ପ୍ରତିଶତ ଛାଡ କରିବେ ଯୋଗୀ ସରକାର। ଯାହାଫଳରେ ୭ କୋଟି ଚାଷୀଙ୍କୁ ଏହାର ଲାଭ ମିଳିବ। ଉତ୍ତରପ୍ରଦେଶରେ ପୋଲିସ ନିଯୁକ୍ତିରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ମାମଲାରେ ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷା ରେଣୁକା ମିଶ୍ରାଙ୍କୁ ପଦବୀରୁ ହଟାଇ ଦିଆଯାଇଛି।

୬୦ ହଜାରରୁ ଅଧିକ କନେଷ୍ଟବଳ ନିଯୁକ୍ତି ପାଇଁ ପାଖାପାଖି ୪୮ ଲକ୍ଷ ଆଶାୟୀ ଆବେଦନ କରିଥିଲେ। ପେପର୍ ଲିକ୍ ଯୋଗୁଁ ଏହି ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି। ଉତ୍ତରପ୍ରଦେଶରେ ଆହୁରି ୫ ଜିଲ୍ଲାରେ ସର୍ବୋଦୟ ବିଦ୍ୟାଳୟ ଖୋଲିବ।  ସେହିପରି ଲକ୍ଷ୍ନୌରୁ କାନପୁର ଟ୍ରେନ ଯାତ୍ରା ଲାଗି ଆଗରୁ ଯେତେ ଭଡା ଲାଗୁଥିଲା ତାକୁ ଅଧା କରି ଦେଇଛନ୍ତି ଯୋଗୀ ସରକାର। ମେମୁ ଟ୍ରେନରେ ଯାତ୍ରୀ ଭଡା ୪୦ ଟଙ୍କାରୁ ୨୦ ଟଙ୍କା କରି ଦେଇଛନ୍ତି ଯୋଗୀ ସରକାର।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: