Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

DGMOଙ୍କ ପ୍ରେସମିଟ ପୂର୍ବରୁ ପିଏମ୍‌ଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
DGMOଙ୍କ ପ୍ରେସମିଟ ପୂର୍ବରୁ ପିଏମ୍‌ଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରେସନ ‘ସିନ୍ଦୂର’କୁ ନେଇ ମୋଦିଙ୍କ ବାସଭବନରେ ବଡ଼ ବୈଠକ । ପିଏମ୍‌ଙ୍କ ବାସଭବନରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ । NSA ଅଜିତ ଡୋଭାଲ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଭାରତ ପାକିସ୍ତାନ ଯୁଦ୍ଧ ବିରାମ ପରେ ଆଜି ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ଆଲୋଚନା।


ଆଜି ଦିନ ୧୨ଟାରେ ବସିବ ଉଭୟ ଦେଶର DGMO ସ୍ତରୀୟ ବୈଠକ। ଏହା ଉପରେ ରହିଛି ସାରା ବିଶ୍ୱର ନଜର । ମେ' ୧୦ ତାରିଖରେ ହୋଇଥିବା DGMO ସ୍ତରୀୟ ଫୋନରେ କଥାବାର୍ତାରେ ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ। ଅସ୍ତ୍ର ବିରତି ଘୋଷଣା ପରେ ମଧ୍ୟ ପାକିସ୍ତାନ ସୀମାରେ ଗୁଳି ବର୍ଷା କରିଥିଲା । ପରେ ଭାରତ ସରକାର ପ୍ରେସମୀଟ କରି ପାକିସ୍ତାନକୁ ଜଣାଇବା ପରେ ସୀମାରେ ଶାନ୍ତି ପରିସ୍ଥିତି ରହିଛି। ଗତକାଲି ଠାରୁ ସୀମାରେ ଅଶାନ୍ତ ସ୍ଥିତି ନାହିଁ । ଏପଟେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପିଏମ୍ ମୋଦି କହିଛନ୍ତି, ସେପଟୁ ଗୁଳି ଚଳାଇଲେ, ଏପଟୁ ଗୋଳା ବର୍ଷିବ । Dgmo ବୈଠକ ପରେ ଅପରାହ୍ନ 2.30 ରେ ପ୍ରେସମିଟ କରିବେ DGMO ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Important meeting at PM's residence before DGMO's press meet | Argus News