Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆକ୍ସନ ମୋଡରେ ମୋଦି ସରକାର

Smruti Parija
Browse all articles by Smruti Parija
·1 year ago·2 min read
ଆକ୍ସନ ମୋଡରେ ମୋଦି ସରକାର

Key Points

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ପହଲଗାମ୍‌ ହମଲା କାଉଣ୍ଟର ଆଟାକ୍ ପାଇଁ ଦୀର୍ଘ ଆଲୋଚନା
ପ୍ରତି ଭାରତୀୟଙ୍କ ମନରେ ପ୍ରତିଶୋଧର ନିଆଁ
ଆକ୍ସନ ମୋଡରେ ମୋଦି ସରକାର
୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
ସୀମାରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛି ଭାରତୀୟ ସେନା

ଉରିର ଜବାବ ସର୍ଜିକାଲ୍ ଷ୍ଟ୍ରାଇକରେ, ପୁଲୱାମାର ଜବାବ ବାଲାକୋଟ ଷ୍ଟ୍ରାଇକରେ । ପହଲଗାମର ପ୍ରତିଶୋଧ କେବେ ? ଏବେ ପ୍ରତି ଭାରତୀୟଙ୍କ ମୁହଁରେ ଏହି ପ୍ରଶ୍ନ। ସମସ୍ତଙ୍କ ଭିତରେ ଆକ୍ରୋଶ। 22 ଏପ୍ରିଲ୍ ପରଠାରୁ ପାପୀ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ କୂଟନୈତିକ, ଆର୍ଥିକ ଓ ରାଜନୈତିକ ପଦକ୍ଷେପ ନେଉଥିବା ମୋଦି ସରକାର ନେବେ କି ସାମରିକ ଆକ୍ସନ ? ଏ ତମାମ କଳ୍ପନା ଜଳ୍ପନା ଭିତରେ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ ।


ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଲଗାମ୍‌ ଘଟଣା ନେଇ ୪୦ ମିନିଟ୍ ଧରି ଆଲୋଚନା ହୋଇଛି । ଗତକାଲି CDS ଜେନେରାଲ୍ ଅନୀଲ ଚୌହାନଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । କୁହାଯାଉଛି ପହଲଗାମର କାଉଣ୍ଟର ଆଟାକ୍ ପାଇଁ ରଣନୀତି ପ୍ରସ୍ତୁତି ଚାଲିଛି । ସେପଟେ ପାକିସ୍ତାନ ଉପରେ ବର୍ଷିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା। କହିଛନ୍ତି ବାଲାକୋଟ ଭଳି କାର୍ଯ୍ୟାନୁଷ୍ଠାନ ନୁହେଁ ଫୁଲ୍ ଏଣ୍ଡ ଫାଇନାଲ୍ ହିସାବ ଜରୁରୀ। ଏପଟେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ପାକିସ୍ତାନକୁ ପାନେ ଦେବା ପାଇଁ ଏହା ହିଁ ଉପଯୁକ୍ତ ସମୟ।

22 ଏପ୍ରିଲ୍ ଘଟଣା ଦିନଠାରୁ ହିଁ ଆତଙ୍କବାଦୀ ଓ ଆତଙ୍କିସ୍ତାନ ବିରୋଧରେ କଡ଼ା ଆକ୍ସନ୍ ନେବା ଆରମ୍ଭ କରିଛନ୍ତି ମୋଦି ସରକାର। ଏଲଓସିରେ ପାକ୍ ସେନା ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଭଙ୍ଗ କରୁଥିବାବେଳେ କଡ଼ା ଜବାବ ଦେଉଛି ଭାରତୀୟ ସେନା। ୨୭ ଓ ୨୮ ତାରିଖ ରାତିରେ, କୁପୱାରା, ପୁଞ୍ଚ, ତୁତମାରି ଗଳି, ରାମପୁର ସେକ୍ଟରରେ ପାକ୍ ସେନା ଫାୟାରିଂ କରିଥିବାବେଳେ ସେହି ଭାଷାରେ କାଉଣ୍ଟର କରିଛନ୍ତି ଭାରତୀୟ ଯବାନ। ଆଜି 16ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଟକଣା ଲଗାଇଛନ୍ତି ମୋଦି ସରକାର । ଏହି ଚ୍ୟାନେଲ୍ ଗୁଡ଼ିକ ଭାରତୀୟ ସେନା ଓ ସୁରକ୍ଷା କର୍ମୀଙ୍କ ବିରୋଧରେ ମିଥ୍ୟା ତଥ୍ୟ ପ୍ରସାର କରୁଥିଲେ । ସାମ୍ପ୍ରଦାୟିକ, ଉତ୍ତେଜନାମୂଳକ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ କରୁଥିଲେ।

ସେପଟେ ସିନ୍ଧୁ ଜଳ ସନ୍ଧି ରଦ୍ଦ କରି ଭାରତ ସରକାର ପାକିସ୍ତାନକୁ ପାନେ ଦେବାକୁ ଉଦ୍ୟମ କରିଥିବାବେଳେ ସିନ୍ଧୁ ନଦୀର ଉପନଦୀ ଝେଲମରେ ଆସିଥିବା ବନ୍ୟା ଫଳରେ ମୁଜାଫରାବାଦରେ ସୃଷ୍ଟି ହୋଇଛି ଅଣାୟତ୍ତ ସ୍ଥିତି। ସେଠାରେ ପାକ୍ ସରକାର ଜରୁରୀ ସ୍ଥିତି ଘୋଷଣା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
important-meeting-held-between-prime-minister-narendra-modi-and-defense-minister-rajnath-singh-in-new-delhi-today | Argus News