Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏନଡିଏ ସଂସଦୀୟ ଦଳର ଗୁରୁତ୍ଵପୂର୍ଣ୍ଣ ବୈଠକ , ମୋଦିଙ୍କୁ କରାଯିବ ସମ୍ମାନିତ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଏନଡିଏ ସଂସଦୀୟ ଦଳର ଗୁରୁତ୍ଵପୂର୍ଣ୍ଣ ବୈଠକ , ମୋଦିଙ୍କୁ କରାଯିବ ସମ୍ମାନିତ

Key Points

ଏନଡିଏ ସଂସଦୀୟ ଦଳର ବୈଠକ
ଆଜି ବସିବ ଏନଡିଏ ସଂସଦୀୟ ଦଳର ବୈଠକ
ସମସ୍ତ NDA ସାଂସଦ ବୈଠକରେ ଉପସ୍ଥିତ ରହିବେ
ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ ସମ୍ବୋଧିତ କରିବେ
ଅପରେସନ ସିନ୍ଦୂର ପାଇଁ ପିଏମ ମୋଦିଙ୍କୁ ସମ୍ମାନିତ କରାଯିବ

ଏନଡିଏ ସଂସଦୀୟ ଦଳର ବୈଠକ ଆଜି ଅନୁଷ୍ଠିତ ହେବ। ସମସ୍ତ NDA ସାଂସଦ ବୈଠକରେ ଉପସ୍ଥିତ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ । ବିଜେପି ସଂସଦୀୟ ଦଳର ସମସ୍ତ ନେତା ଏବଂ ଏନଡିଏ ସହଯୋଗୀ ଦଳଗୁଡ଼ିକର ସାଂସଦମାନଙ୍କୁ ଏହି ବୈଠକରେ ଯୋଗଦେବାକୁ କୁହାଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇଁ ସମ୍ମାନିତ କରାଯିବ।


ବୈଠକରେ ଉପ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ହୋଇପାରେ। ଏହା ସହିତ ମୌସୁମୀ ଅଧିବେଶନ ଦୃଷ୍ଟିରୁ ଏହି ବୈଠକକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସଂସଦରେ ହଙ୍ଗାମା କରିଥିବା ବିରୋଧୀଙ୍କ ମୁକାବିଲା ଲାଗି ବୈଠକରେ ରଣନୀତି ପ୍ରସ୍ତୁତ ହୋଇପାରେ। ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Important meeting of NDA Parliamentary Party | Argus News