Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ

National

କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ

କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଉପରେ ଦିଆଯିବ ଗୁରୁତ୍ବ । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ସିଭିଲ ଡିଫେନସର ଅଧିକାରୀମାନେ ଭିଡିଓ କନଫରେନସିଂରେ ସାମିଲ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମକ୍ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦେବା ପରେ ୨୪୪ଟି ଜିଲ୍ଲାର ପ୍ରସ୍ତୁତି ଚାଲିଛି ।1971 ମସିହା ପରେ ପ୍ରଥମ ଥର ଆସନ୍ତାକାଲି ସାରା ଦେଶରେ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ ପାଇଁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଜରୁରୀକାଳୀନ ପ୍ରସ୍ତୁତି ବୃଦ୍ଧି, କ୍ରାସ୍ ବ୍ଲାକ୍ ଆଉଟ୍ ପାଇଁ ତୟାରୀ, ଯୁଦ୍ଧ ସ୍ଥିତିରେ ସ୍ଥାନାନ୍ତର ଅଭ୍ୟାସରେ ସାମିଲ ହେବେ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ।


ତେବେ ମକ୍ ଡ୍ରିଲ ସମୟରେ କଣ କରାଯିବ ଆସନ୍ତୁ ନଜର ପକାଇବା। ବିମାନ ଆକ୍ରମଣ ଚେତାବନୀ ସାଇରନ କାର୍ଯ୍ୟକ୍ଷମ କରାଯିବ । ଜରୁରୀ ସ୍ଥିତିରେ ନିଜ ସୁରକ୍ଷା ପାଇଁ ଛାତ୍ର ଓ ନାଗରିକଙ୍କୁ ତାଲିମ ଦିଆଯିବ । ମକ୍ ଡ୍ରିଲ ସମୟରେ ବ୍ଲାକ୍ ଆଉଟ୍ ବ୍ୟବସ୍ଥା ସହ ବିଦ୍ୟୁତ ସଂଯୋଗ କାଟିଦିଆଯିବ । ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ଓ ଠିକଣା ଗୁଡ଼ିକୁ ସୁରକ୍ଷିତ କରିବାକୁ ନିଆଯିବ ପଦକ୍ଷେପ । ସ୍ଥାନାନ୍ତର ପ୍ରକ୍ରିୟାର ଅଭ୍ୟାସ ପାଇଁ ରିହର୍ସାଲ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
important-meeting-of-the-central-government-emphasis-on-coordination-between-various-departments | Argus News