Videos
|
National

ଏସିଆରେ ଆରବପତିଙ୍କ ରାଜଧାନୀ ପାଲଟିଲା ମୁମ୍ବାଇ

Manini Pattanayak
Browse all articles by Manini Pattanayak
·2 years ago
ଏସିଆରେ ଆରବପତିଙ୍କ ରାଜଧାନୀ ପାଲଟିଲା ମୁମ୍ବାଇ

 ନୂଆଦିଲ୍ଲୀ:  ଏସିଆରେ ଆରବପତିଙ୍କ ରାଜଧାନୀ ପାଲଟିଲା ମୁମ୍ବାଇ। ବେଜିଂ ପାଖରୁ ଛଡ଼ାଇ ଆଣିଲା ନମ୍ବର – 1 ମୁକୁଟ। ନ୍ୟୁୟର୍କ ଓ ଲଣ୍ଡନ ପରେ ବିଶ୍ବରେ ସର୍ବାଧିକ ଆରବପତି ରହୁଥିବା ସହର ତାଲିକାରେ ତୃତୀୟ ସ୍ଥାନରେ ଭାରତର ବାଣିଜ୍ୟିକ ନଗରୀ। ଚୀନର ବେଜିଂକୁ ପଛରେ ପକାଇ ମୁମ୍ବାଇ ଏସିଆ ମହାଦେଶରେ ଆବରପତିଙ୍କ ଏକ ନମ୍ବର ସହର ପାଲଟିଛି।

ସାଂଘାୟୀ ସ୍ଥିତ ହୁରୁନ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ର ରିପୋର୍ଟ ଅନୁସାରେ ଆରବପତିଙ୍କୁ ନେଇ ଏବେ ମୁମ୍ବାଇ ଏସିଆର ଏକ ନମ୍ବର ଏବଂ ବିଶ୍ବର ତୃତୀୟ ସହର ପାଲଟିଛି। ଆରବପତିଙ୍କ ତାଲିକାରେ ସବୁଠାରୁ ଉପରେ ରହିଛି ଆମେରିକାର ସହର ନ୍ୟୁୟର୍କ, ଯେଉଁଠାରେ 119 ଜଣ ଆରବପତି ରହୁଛନ୍ତି। ତା ତଳକୁ ଲଣ୍ଡନରେ ରହୁଛନ୍ତି 97 ଜଣ ଆରବପତି। ମୁମ୍ବାଇରେ ଏବେ ରହୁଛନ୍ତି 92ଜଣ ଆରବପତି । 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mumbai overtakes Beijing to become Asia's billionaire capital for the first time. With 92 billionaires | Argus News