Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଦୀପାବଳି ପୂର୍ବରୁ ବାରାଣସୀକୁ  ମିଳିଲା ବଡ଼ ଉପହାର 

National

 ଦୀପାବଳି ପୂର୍ବରୁ ବାରାଣସୀକୁ  ମିଳିଲା ବଡ଼ ଉପହାର 

Manini Pattanayak
Browse all articles by Manini Pattanayak
·1 year ago·1 min read
 ଦୀପାବଳି ପୂର୍ବରୁ ବାରାଣସୀକୁ  ମିଳିଲା ବଡ଼ ଉପହାର 

ନୂଆଦିଲ୍ଲୀ:  ଦୀପାବଳି ପୂର୍ବରୁ ବାରାଣସୀକୁ ବଡ଼ ଉପହାର । ବାରଣାସୀରେ ଆଜି ପ୍ରଧାନମନ୍ତ୍ରୀ ମୋଦି ୬ ହଜାର ୧ ଶହ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କରିବା ସହ ଖେଲୋ ଇଣ୍ଡିଆ ଓ ସ୍ମାର୍ଟ ସିଟି ମିଶନ ଅଧୀନରେ ୨୧୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ବାରାଣସୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ପୁନର୍ବିକାଶର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଧିକ ପଢନ୍ତୁ : ଆଉ କିଛି ସମୟର ଅପେକ୍ଷା: ବାରଣାସୀକୁ ମିଳିବ ବଡ଼ ଉପହାର

ନିଜ ସଂସଦୀୟ କ୍ଷେତ୍ରରେ ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି। ୨ ହଜାର ୮ ଶହ ୭୦ କୋଟି ଟଙ୍କାର ବ୍ୟୟ ଅଟକଳରେ ବାରାଣସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ସମ୍ପ୍ରସାରଣ ପ୍ରୋଜେକ୍ଟ ସହ ଏକ ନୂତନ ଟର୍ମିନାଲ ଭବନର ଶିଳାନ୍ୟାସ ହୋଇଛି । ଏଥିସହିତ ୫୭୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ଆଗ୍ରା ବିମାନବନ୍ଦର, ୯୧୦ କୋଟି ଟଙ୍କାର ବ୍ୟୟରେ ଦରଭଙ୍ଗା ବିମାନବନ୍ଦର ଏବଂ ୧୫୫୦ କୋଟି ଟଙ୍କା ବ୍ୟୟରେ ବାଗଡୋଗରା ବିମାନବନ୍ଦରରେ ନିର୍ମିତ ହେବାକୁ ଥିବା ନୂତନ ସିଭିଲ୍ ଏନକ୍ଲେଭର ଶିଳାନ୍ୟାସ କରିଛନ୍ତି ପିଏମ୍ ମୋଦି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଭାରତ ଖବର 

Argus Whatsapp Channel Mobile Top
Sponsored
In a bid to promote sports infrastructure, the Prime Minister will also inaugurate Phases 2 and 3 of the redevelopment of the Varanasi | Argus News