Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ ! 

Manini Pattanayak
Browse all articles by Manini Pattanayak
·1 year ago·1 min read
ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ ! 

ନୂଆଦିଲ୍ଲୀ: ତିରୁପତି ମନ୍ଦିରକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମନ୍ଦିରରେ ଯେଉଁ ଲଡୁ ମିଳୁଛି ସେହି ଲଡୁରେ ପଶୁ ଚର୍ବି ଓ ମାଛ ତେଲରେ ଛଣାଯାଉଛି । ଏମିତି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଲାଗିଛି ଶକ୍ତ ଆଘାତ । ଖାଲି ଚର୍ବି ନୁହେଁ ବରଂ ତିରୁପତିଙ୍କ ଭୋଗରେ ଗୋମାଂସ ମିଳିଥିବା ଅଭିଯୋଗ ହେଉଛି । ନ୍ୟାସନାଲ ଡାଏରୀ ଡେଭଲେପମେଣ୍ଟ ବୋର୍ଡର ଭୟଙ୍କର ଖୁଲାସା ପରେ କୁଠାରଘାତ ହୋଇଛି  ହିନ୍ଦୁ ଭକ୍ତଙ୍କ ଭାବାବେଗ । ସୂଚନା ଅନୁସାରେ ତିରୁପତି ମନ୍ଦିରର ଲଡୁ ତିଆରିରେ ବ୍ୟବହାର ହେଉଛି ମାଛ ତେଲ, ଗୋମାଂସ  ଏବଂ ଚର୍ବି ।  ତେବେ  ଆଶ୍ଚର୍ଯ୍ୟର କଥା ଏହି ଲଡୁ କୁ କେବଳ ଶ୍ରଦ୍ଧାଳୁଙ୍କ ବଣ୍ଟନ କରାଯାଏ ନା  ତାହା ନୁହେଁ ବରଂ ଭଗବାନ ତିରୁପତିଙ୍କ ନିକଟରେ ପ୍ରସାଦ ଲଗାଯାଇଥାଏ।  

ଏପଟେ  ଳଡୁକୁ ନେଇ ଆନ୍ଧରପ୍ରଦେଶରେ ଦେଖାଦେଇଛି ରାଜନୈତିକ ଝଡ ।  ମୁଖ୍ୟମନ୍ତ୍ରୀ  ଏନ ଚନ୍ଦ୍ରବାବୁ ନାଇଡୁ ଓ୍ୱାଇଏସ୍‌ ଜଗନ ମୋହନ ରେଡ୍ଡିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି, ପୂର୍ବ YSRCP ଶାସନ କାଳରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା।  ଘିଅ ପରିବର୍ତ୍ତେ  ଚର୍ବି  ବ୍ୟବହାର କରାଯାଉଥିଲା। ଏହି ପ୍ରସାଦକୁ କୋଟି କୋଟି ଭକ୍ତଙ୍କୁ   ପ୍ରସାଦ ଭାବେ ବଣ୍ଟନ କରାଯାଉଥିଲା।  ତିରୁମାଲା ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଥିଲେ ପୂର୍ବ ସରକାର  ବୋଲି କହିଛନ୍ତି ଚନ୍ଦ୍ରବାବୁ ।  ଚନ୍ଦ୍ରବାବୁଙ୍କ ଏହି ଅଭିଯୋଗ ପରେ   ଆନ୍ଧ୍ର  ପ୍ରଦେଶରେ  ରାଜନୈତିକ  କମ୍ପନ  ସୃଷ୍ଟି ହୋଇଛି।  ତେବେ ଏହି ମାମଲାରେ  ସିବିଆଇ ଯାଞ୍ଚ ହେବା ଦରକାର ବୋଲି କୁହାଯାଉଛି। 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In a shocking revelation, a lab test report findings show beef tallow, fish oil and palm oil were being used to make the laddus | Argus News