Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - BPNSI ଏବଂ IISSSC ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଇସ୍ପାତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାରେ ହେବ ସହାୟକ

National

BPNSI ଏବଂ IISSSC ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଇସ୍ପାତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାରେ ହେବ ସହାୟକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
BPNSI ଏବଂ IISSSC ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଇସ୍ପାତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାରେ ହେବ ସହାୟକ

ଅର୍ଗସ ବ୍ୟୁରୋ: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ୟମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ୟରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହା ନିଯୁକ୍ତି, ପ୍ରଶିକ୍ଷଣ ଏବଂ ମୁତୟନ ପ୍ରକ୍ରିୟା ମାଧ୍ୟମରେ ଇସ୍ପାତ କ୍ଷେତ୍ର ରେ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। ଏହି ବୁଝାମଣା ପତ୍ର କୋଲକାତା ସ୍ଥିତ ଆଇ ଆଇ ଏସ୍ ଏସ୍ ଏସ୍ ସି ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଶୁସୀମ ବାନାର୍ଜୀ ଏବଂ ବି ପି ଏନ୍ ଏସ୍ ଆଇ ର ନିର୍ଦ୍ଦେଶକ ଶ୍ରୀ ପ୍ରିତମ୍  ପୁରକାୟସ୍ଥଙ୍କ ମଧ୍ୟରେ ଉଭୟ ସଂସ୍ଥାର କର୍ମଚାରୀମାନଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନଠାରେ ସ୍ଵାକ୍ଷରିତ ହୋଇଯାଇଛି। 

ଭାରତ ସାରା ବିଶ୍ୱର ଏକ ପ୍ରମୁଖ ଦକ୍ଷତା କେନ୍ଦ୍ର ହେବାର ଆଶା କରାଯାଏ। ଉଭୟ ସଂସ୍ଥା ଆଇଆଇଏସ୍ଏସ୍ଏସ୍ ସି ଏବଂ ବିପିଏନ୍ଏସ୍ଆଇ ଏହି ନିର୍ଦେଶ ମାଧ୍ୟମରେ ଆଗାମୀ ଦିନରେ କାର୍ଯ୍ୟ ସଂପାଦନ କରିବେ। ଦକ୍ଷତା ବିକାଶ ଉଦ୍ୟମ ମନ୍ତ୍ରଣାଳୟ ଅଧିନସ୍ଥ ନିୟମାବଳୀ ଅନୁଯାୟୀ ଇସ୍ପାତ କ୍ଷେତ୍ରର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟମତା କେନ୍ଦ୍ରରେ ଥିବା ଡିପ୍ଲୋମା ଏବଂ ଡିଗ୍ରୀ ଇଂଜିନିୟର ମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ।  ଭାରତ ବିଶ୍ୱର ଦ୍ୱିତୀୟ ସର୍ବ ବୃହତ ଇସ୍ପାତ ଉତ୍ପାଦନ କରେ ଏବଂ ଇସ୍ପାତ ଉତ୍ପାଦିତ ଦ୍ରବ୍ୟ ବ୍ୟବହାର କରେ। ଦକ୍ଷତା କ୍ଷେତ୍ରରେ ଗଢ଼ି ଉଠୁଥିବା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଯଥା ଡିକାର୍ବୋନାଇଜେସନ୍ ଏବଂ ଗ୍ରିନ୍ ଶ୍ଟିଲର ଗୁରୁତ୍ୱ ଆଜିକାଲି ବିଶ୍ୱରେ ବହୁଳ ଭାବରେ ପ୍ରଚଳିତ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In a significant move towards advancing skills and expertise in the Ferrous and Non-Ferrous metals sector, the Biju Patnaik National Steel Institute, and Indian Iron and Steel Sector Skill Council (IISSSC) have formalized and signed a Memorandum of Unders | Argus News