Navaratri / ୨୦୦ ବର୍ଷ ତଳର ଅଭିଶାପ, ଆଜି ବି ଏଠାରେ ଶାଢୀ ପିନ୍ଧି ଗର୍ବା ଖେଳନ୍ତି ପୁରୁଷ, ଜାଣନ୍ତୁ ପୁରା କାହଣୀ...

Key Points
ନବରାତ୍ରୀରେ ଏଇଠି ପୁରୁଷମାନେ ଖେଳନ୍ତି ଗର୍ବା, ଆଉ ତାହା ବି ଶାଢୀ ପିନ୍ଧି, ମୁଣ୍ଡରେ ନାଲି ଟୋପା ଲଗାଇ । କାହାରି ମନରେ ତିଳେ ହେଲେ ସଙ୍କୋଚ ନଥାଏ । ଗାଁର ପ୍ରତିଟି ପୁରୁଷ ଭାଗ ନିଅନ୍ତି ଏହି ଗର୍ବା ଖେଳରେ, ଆଉ ସେଠାରେ ଦର୍ଶକ ସାଜିଥାନ୍ତି ମହିଳାମାନେ । ନବରାତ୍ରୀର ଅଷ୍ଟମ ରାତିରେ ଏକାଠି ହୁଅନ୍ତି ଗାଁର ସବୁ ପୁରୁଷ ।
ପରମ୍ପରା, ପ୍ରତିଷ୍ଠା, ଅନୁଶାସନ । ୨୦୦ ବର୍ଷରୁ ରହିଆସିଛି ପରମ୍ପରା । ନବରାତ୍ରୀରେ ଏଇଠି ପୁରୁଷମାନେ ଖେଳନ୍ତି ଗର୍ବା, ଆଉ ତାହା ବି ଶାଢୀ ପିନ୍ଧି, ମୁଣ୍ଡରେ ନାଲି ଟୋପା ଲଗାଇ । କାହାରି ମନରେ ତିଳେ ହେଲେ ସଙ୍କୋଚ ନଥାଏ । ଗାଁର ପ୍ରତିଟି ପୁରୁଷ ଭାଗ ନିଅନ୍ତି ଏହି ଗର୍ବା ଖେଳରେ, ଆଉ ସେଠାରେ ଦର୍ଶକ ସାଜିଥାନ୍ତି ମହିଳାମାନେ । ନବରାତ୍ରୀର ଅଷ୍ଟମ ରାତିରେ ଏକାଠି ହୁଅନ୍ତି ଗାଁର ସବୁ ପୁରୁଷ । ଆଉ ପୁରୁଣା ଅଭିଶାପକୁ ସମ୍ମାନ ଜଣାଇ ଶାଢୀ ପିନ୍ଧି ଖେଳନ୍ତି ଗର୍ବା ।
ଅହମ୍ମଦାବାଦର ଐତିହାସିକ 'ସାଦୁ ମାତାନି ପୋଲ' ଠାରେ ପୁରୁଷମାନେ ଖେଳନ୍ତି ଗର୍ବା । ଏହା ଏକ ପ୍ରାଚୀନ ପରମ୍ପରା ଅଟେ । ଏହି ଅନୁଷ୍ଠାନ କେବଳ ନୃତ୍ୟ ନୁହେଁ, ଏହା ଇତିହାସ, କିମ୍ବଦନ୍ତୀ , ଏବଂ ବିଶ୍ଵାସର ପରମ୍ପରା ଅଟେ । ସାଦୁ ମାତାଙ୍କ ଅଭିଶାପର ପ୍ରାୟଶ୍ଚିତ ପାଇଁ ଏଠାରେ ଏକାଠି ହୁଅନ୍ତି ପୁରୁଷମାନେ ।
୨୦୦ ବର୍ଷ ତଳର ଅଭିଶାପ
ପ୍ରାୟ ୨୦୦ ବର୍ଷ ତଳର କଥା ।ସ୍ଥାନୀୟ ବାସୀଙ୍କ କହିବା ମୁତାବକ, ସାଦୁ ବେନ ଜଣେ ମହିଳା ଥିଲେ । ଥରେ ତାଙ୍କୁ ମୋଗଲ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତାଙ୍କୁ ରକ୍ଷୀକା ଭାବରେ ନିଜ ପାଖରେ ରଖିବା ପାଇଁ ଦାବି କରିଥିଲେ । ଆଉ ସେଥିପାଇଁ ସାଦୁବେନ ନିଜର ସୁରକ୍ଷା ପାଇଁ ବରୋଟ ସମ୍ପ୍ରଦାୟର ପୁରୁଷଙ୍କୁ କହିଥିଲେ । ହେଲେ ଏହି ସମ୍ପ୍ରଦାୟର କୌଣସି ପୁରୁଷ ତାଙ୍କର ରକ୍ଷା କରିନଥିଲେ ।
ଅଧିକ ପଢନ୍ତୁ : ନବରାତ୍ରି ଓ ଗର୍ବା: ନୃତ୍ୟ ମାଧ୍ୟମରେ ମନସିକ ସ୍ୱାସ୍ଥ୍ୟ ଓ ଆନନ୍ଦର ଯାତ୍ରା
📱 Get Argus News App
✨ଆଉ ଶେଷରେ ସାଦୁବେନଙ୍କର ଗୋଟେ ଛୋଟ ଛୁଆର ମଧ୍ୟ ମୃତ୍ୟୁ ହୋଇଗଲା । ଯାହାକୁ ନେଇ ରାଗରେ ସାଦୁବେନ ସେହି ବରୋଟ ପୁରୁଷ ସମ୍ପ୍ରଦାୟର ଆଗାମୀ ବଂଶକୁ କାପୁରୁଷ ହେବାର ଅଭିଶାପ ଦେଇଥିଲେ । ଆଉ ନିଜେ ସତୀ ହୋଇଯାଇଥିଲେ ।
ପ୍ରାୟଶ୍ଚିତ କରନ୍ତି ପୁରୁଷ ସମାଜ
ଅଭିଶାପ ପାଇବା ପରଠୁ ସେଠାରେ ନବରାତ୍ରୀର ଅଷ୍ଟମୀ ଦିନ ପ୍ରତ୍ୟେକ ପୁରୁଷ ମାଆଙ୍କ ଅଭିଶାପର ପ୍ରାୟଶ୍ଚିତ ପାଇଁ ମହିଳା ବେଶରେ ଏକାଠି ହୋଇଥାନ୍ତି । ସାଦୁ ମାତାଙ୍କ ଆତ୍ମାକୁ ପ୍ରସନ୍ନ ରଖିବା ପାଇଁ ଏବଂ ଅଭିଶାପରୁ ମୁକ୍ତି ପାଇବା ପାଇଁ ଏକ ମନ୍ଦିର ତିଆରି କରାଯାଇଛି । ସେଠାରେ ହିଁ ଅଷ୍ଟମୀ ରାତିରେ ସମୁଦାୟ ପୁରୁଷସମାଜ ଏକାଠି ହୋଇ ଗର୍ବା ଖେଳନ୍ତି ।
ଆଜିର ଆଧୁନିକ ସମାଜରେ ପୁରୁଷମାନେ ମହିଳା ବେଶ ଧାରଣ କରି ଏପରି କରିବାକୁ କୁଣ୍ଠାବୋଧ ପ୍ରକାଶ କରିବା ସହ ଏହା ସମାଜର ମାନଦଣ୍ଡ ଉଲ୍ଲଙ୍ଘନ ବୋଲି କହିଥାନ୍ତି । କିନ୍ତୁ ଏଠାରେ ପୁରୁଷମାନେ ବିନମ୍ରତା ଏବଂ ସମ୍ମାନର ସହ ଏହି ପରମ୍ପରାକୁ ମାନିଥାନ୍ତି । ଅନେକ ପୁରୁଷ, ଯେଉଁମାନେ ନିଜର ବ୍ୟକ୍ତିଗତ ଇଚ୍ଛାର ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି, ତାହା ପୂରଣ ହେବା ପରେ ଏହି ଅନୁଷ୍ଠାନରେ ଭାଗ ନେଇଥାନ୍ତି । ଏହି ପ୍ରଥା ମହିଳାମାନଙ୍କ ପ୍ରତି ନମ୍ରତା ଏବଂ ସମ୍ମାନ ମଧ୍ୟ ଶିଖାଏ।
ଭାରତର ପ୍ରଥମ ୟୁନେସ୍କୋ ବିଶ୍ୱ ଐତିହ୍ୟ ସହର, ଅହମ୍ମଦାବାଦ ଏହାର ସମୃଦ୍ଧ ଇତିହାସ ଏବଂ ପରମ୍ପରା ପାଇଁ ଜଣାଶୁଣା। ପୁରୁଷମାନେ ଶାଢ଼ି ପିନ୍ଧିଥିବା ଗରବା ସମାରୋହ, ଯାହା ସେମାନଙ୍କର ଐତିହ ପରମ୍ପରାକୁ ଆଜି ବି ଜୀବିତ ରଖିଥିବାର ଉଦାହରଣ ଦିଏ ।
Related Topics
Explore more stories