ଅନ୍ତରାଷ୍ଟ୍ରୀୟ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁରେ କହିଲେ ``ଆମେ ତିଆରି କରୁଛୁ ଆତଙ୍କବାଦୀ''
ପାଟିରୁ ବାହାରିଲା ସତ। ତିନି ଦଶନ୍ଧି ଧରି ଯେଉଁ ସତକୁ ଲୁଚାଉଥିଲା ପାକିସ୍ତାନ, ଟିଭି ସାକ୍ଷାତକାର ସମୟରେ କହୁକହୁ କହିଦେଲେ ପାକିସ୍ତାନ ଡିଫେନ୍ସ ମିନିଷ୍ଟର । ପାକିସ୍ତାନ ହିଁ ପାଳୁଛି ଆତଙ୍କବାଦୀ। କଟ୍ଟରପନ୍ଥୀଙ୍କୁ ଦେଉଛି ଆତଙ୍କୀ ତାଲିମ । ପାକିସ୍ତାନ ଗତ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ପ୍ରୋତ୍ସାହନ ଦେଉଥିବା ସ୍ବୀକାର କରିଛନ୍ତି ଆସିଫ । ଅନ୍ତରାଷ୍ଟ୍ରୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ପାକିସ୍ତାନର ଚେହେରା ଉପରୁ କଳା ପରଦା ହଟାଇଛନ୍ତି ଖୋଦ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଆମେରିକା, ବ୍ରିଟେନର ନାୀଁ ନେଇଛନ୍ତି ।
ତିନି ଦଶନ୍ଧି ଧରି ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରୁଥିଲୁ କାରଣ ଏହା ସେମାନଙ୍କ ରଣନୀତିର ଏକ ଅଂଶ ଥିଲା ବୋଲି ସ୍ପଷ୍ଟ କହିଛନ୍ତି ଖ୍ବାଜା ଆସିଫ । ସେପଟେ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଇସାକ ଡର ଆତଙ୍କବାଦୀଙ୍କୁ ସ୍ବୀଧୀନତା ସଂଗ୍ରାମୀ କହି ପାକିସ୍ତାନର ପର୍ଦ୍ଦାଫାସ କରିଛନ୍ତି । ପହଲଗାମ ହାମଲାକୁ ନେଇ ପିଏମ ମୋଦି ଖୋଜି ଖୋଜି ଆତଙ୍କବାଦୀଙ୍କୁ ମାରିବାକୁ ପଣ କରିଥିବାବେଳେ କଶ୍ମୀର ପ୍ରସଙ୍ଗ ଭାରତ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କହି ନିଆଁରେ ଘିଅ ଢ଼ାଳିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ । ଟିଜର୍, ଟ୍ରେଲର୍ ପରେ ପାକିସ୍ତାନ ପୁରା ଫିଲ୍ମ ଦେଖିବ ବୋଲି ଚେତାବନୀ ଦେଇଛନ୍ତି ମୋଦି ।
ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଭାରତ କଡ଼ା ଆକ୍ସନ ମୋଡରେ ଥିବାବେଳେ ପର୍ଦ୍ଦାଫାସ ହୋଇଛି ପାକିସ୍ତାନର ଅସଲ ମୁଖା । ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ, ତାଲିମ ଏବଂ ପାଣ୍ଠି ଯୋଗାଇବାର ଲମ୍ବା ଇତିହାସ ଅଛି । ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ସମସ୍ୟା ନେଇ ଲଗାତାର ବିଶ୍ବ ମଞ୍ଚରେ ଭାରତର ପକ୍ଷ ରଖିବା ସହ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି । ପହଲଗାମ ଆତଙ୍ଗୀ ହମଲାକୁ କଡ଼ା ନିନ୍ଦା କରିବା ସହ ଭାରତର ପଦକ୍ଷେପକୁ ସମର୍ଥନ କରିଛନ୍ତି ବିଶ୍ବର ବହୁ ଶକ୍ତିଶାଳୀ ରାଷ୍ଟ୍ର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ , ଇସ୍ରାଏଲ ପିଏମ ବେଞ୍ଜାମିନ ନେତାନ୍ୟାହୁ ପିଏମ ମୋଦିଙ୍କ ସହ ଫୋନରେ କଥା ହେବା ସହ ଭାରତକୁ ସମର୍ଥନ କରିଛନ୍ତି ।
📱 Get Argus News App
✨ବାରମ୍ବାର ମିଛ କହି ଭିକ୍ଟିମ କାର୍ଡ ଖେଳୁଥିବା ପାକିସ୍ତାନକୁ ଏଥର ଭୋଗିବାକୁ ପଡ଼ିବ କରୁଣ ପରିଣତି । ପହଲଗାମ ଆତଙ୍କୀ ହାମଲା ପରେ କୁଟନୈତିକ ସ୍ତରରେ ଭାରତର କଡ଼ା ପଦକ୍ଷେପ ପାକିସ୍ତାନର ନିଦ ହଜାଇଛି । ସିନ୍ଧୁ ଜଳ ଚୁକ୍ତି ବାତିଲ, ଅଟାରୀ-ୱାଘା ବର୍ଡର ସିଲ୍, ପାକିସ୍ତାନୀଙ୍କୁ ଭାରତ ଭିସା ରଦ୍ଦ ପରି ନିଷ୍ପତ୍ତି ପାକିସ୍ତାନର ଗଳା ଶୁଖାଇଛି । ଗତ ୧୬ ତାରିଖରେ ପାକ୍ ଆର୍ମି ଚିଫ୍ ଅସୀମ ମୁନୀର ହିନ୍ଦୁ ଓ ମୁସଲମାନଙ୍କ ନୀତି ଓ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭିନ୍ନ ବୋଲି ବୟାନ ରଖିବାର ଗୋଟିଏ ସପ୍ତାହ ମଧ୍ୟରେ ପହଲଗାମରେ ଘଟିଥିଲା ଆତଙ୍କବାଦୀ ଆକ୍ରମଣ । ପୂର୍ବରୁ ୨୦୧୯ରେ ପାକିସ୍ତାନରେ ୩୦ରୁ ୪୦ ହଜାର ପ୍ରଶିକ୍ଷିତ ଆତଙ୍କବାଦୀ ଆଫଗାନିସ୍ତାନ ଓ କାଶ୍ମୀରରେ ନିୟୋଜିତ ହୋଇଥିବା ସ୍ବୀକାର କରିଥିଲେ ତତ୍କାଳୀନ ପାକିସ୍ତାନ ପିଏମ ଇମ୍ରାନ ଖାନ । ଆତଙ୍କବାଦୀକୁ ବ୍ୟବସାୟୀରେ ପରିଣତ କରିଥିବା ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି।