Videos
|
National

 ୩୦ ବର୍ଷ ହେଲାଣି ଶାଢି କିଣିନାହାଁନ୍ତି ସୁଦ୍ଧା

Manini Pattanayak
Browse all articles by Manini Pattanayak
·2 years ago·1 min read
 ୩୦ ବର୍ଷ ହେଲାଣି ଶାଢି କିଣିନାହାଁନ୍ତି ସୁଦ୍ଧା

ନୂଆଦିଲ୍ଲୀ:  ସୁଦ୍ଧା ମୂର୍ତ୍ତିଙ୍କୁ କିଏବା ନଜାଣେ । ରାଜ୍ୟସଭା ସାଂସଦ  ଏବଂ ଇଂଜିନିୟରରୁ  ସମାଜସବୀ ପାଲଟିଥିବା ସୁଦ୍ଧାଙ୍କ ଜୀବନ ଶୈଳୀ ବହୁତ ସରଳ। ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।  ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ ସୁଦ୍ଧା ମୂର୍ତ୍ତି କହିଛନ୍ତି ସେ ୩୦ ବର୍ଷ ହେଲାଣି ଗୋଟିଏ ବି ଶାଢି କିଣି ନାହାଁନ୍ତି।  ତେବେ ଏହାର କାରଣ ପଚାରିବାରୁ କହିଥିଲେ, କାଶୀ ଯାତ୍ରା... ଆପଣ ଭାବୁଥିବେ କାଶୀ ଯାତ୍ରାରେ ଏମିତି କଣ ହେଲା ଯେ ୩୦ ବର୍ଷ ହେଲା ଶାଢୀ କିଣିଲେନି।

ପ୍ରକୃତରେ କାଶୀ ଯାତ୍ରା ସମୟରେ ସୁଦ୍ଧାଙ୍କ ମନ ପରିବର୍ତ୍ତନ ହୋଇଥିଲା।  ସେ ଯେଉଁ ଜିନିଷକୁ ଅଧିକ ଭଲ ପାଉଥିଲେ ସେହି ଜିନିଷକୁ   ଛାଡିବାକୁ  ପ୍ରତିଜ୍ଞା କରିଥିଲେ କାଶୀ ଯାତ୍ରାରେ । ତେଣୁ ଯାତ୍ରା ସମୟରେ ସୁଦ୍ଧା ଗଙ୍ଗା ମାଙ୍କୁ  ପ୍ରତିଜ୍ଞା କରି କହିଥିଲେ ଜୀବନ ସାରା ଆଉ  ସପିଙ୍ଗ କରିବିନି।  କାରଣ ସୁଦ୍ଧା ମୂର୍ତ୍ତିଙ୍କୁ ସପିଙ୍ଗ କରିବା ବହୁତ ପସନ୍ଦ ଥିଲା।   ତେବେ ୩୦ ବର୍ଷ ହେଲା ବନ୍ଧୁବାନ୍ଧବ , ସାଙ୍ଗସାଥି ମାନେ  ଉପହାରରେ ଦେଉଥିବା ଶାଢିକୁ ପିନ୍ଧିଥାନ୍ତି ସୁଦ୍ଧା। ଏତେ ସମ୍ପତିର ମାଲିକାଣୀ ହୋଇ ମଧ୍ୟ ସୁଦ୍ଧାଙ୍କ ସାଧାରଣ ଜୀବନଶୈଳୀ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: