Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶାର କଳି ଦିଲ୍ଲୀରେ,ସଭାପତି ପଦକୁ ନେଇ କଂଗ୍ରେସ ଫାଳଫାଳ

Sangram Tripathy
Browse all articles by Sangram Tripathy
·1 year ago·2 min read
ଓଡ଼ିଶାର କଳି ଦିଲ୍ଲୀରେ,ସଭାପତି ପଦକୁ ନେଇ କଂଗ୍ରେସ ଫାଳଫାଳ


ଅର୍ଗସ ବ୍ୟୁରୋ :ଗଡୁଛି ଦିନ ବଢୁଛି ହାତ ଟେନସନ,କିଏ ହେବ ପିସିସି ସଭାପତି। ଆରମ୍ଭ ହେଲାଣି କଂଗ୍ରେସର ଚୌକି ରାଜନୀତି,ଯୁବ ନା ବରିଷ୍ଠ କାହା ଉପରେ ଭରସା କରିବେ ସୁପ୍ରିମୋ,କିଏ ବଦଳାଇବ କଂଗ୍ରେସର ଭାଗ୍ୟ।ଶରତ ପଟ୍ଟନାୟକଙ୍କ ସ୍ଥାନ ନେବ କିଏ?  ସଭାପତି ବଦଳିଲେ ବଦଳିବ ତ କଂଗ୍ରେସର ଭାଗ୍ୟ। ଏନେଇ ଏବେଠୁ ଉଠିଲାଣି ଅନେକ ପ୍ରଶ୍ନ, ପୁଣି ହାତକୁ ଘାରିଲାଣି ଗୋଷ୍ଠୀ କନ୍ଦଳ ଡର। କଂଗ୍ରେସର କଳି ଓଡ଼ିଶାରୁ ଯାଇ ଦିଲ୍ଲୀରେ ପହଞ୍ଜିଲାଣି,ତଥାପି ସରୁନି କଂଗ୍ରେସର ପିସିସି ସଭାପତି ଚୟନ ରାଜନୀତି।

ଏଆଇସିସି ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ସହ ପିସିସି ସଭାପତିଙ୍କୁ ମଧ୍ୟ ପଦରୁ ହଟାଇଯିବାର ଗୋଟିଏ ସପ୍ତାହ ବିତିଲାଣି ଏଯାଏ ମୁରବୀ ଶୂନ୍ୟ ହୋଇ ପଡିଛି ରାଜ୍ୟ କଂଗ୍ରେସ । ସଭାପତି ହେବା ପାଇଁ ଦିଲ୍ଲୀରେ ଲବି ଆରମ୍ଭ କରିଦେଲେଣି ନେତାଏ। ଅନ୍ୟପଟେ ଏ ରେସରେ ବେଶ ଆଗରେ ରହିଛନ୍ତି କୋରାପୁଟରୁ ୨ଥର ସାଂସଦ ଭାବେ ନିର୍ବାଚନ ଜିତିଥିବା ସପ୍ତଗିରି ଉଲ୍ଲାକା,ସେ ଜନତାଙ୍କ ବେଶ ନିକଟତର ହୋଇପାରିଛନ୍ତି,ଯେତେବେଳେ ଦଳକୁ ବିପଦ ପଡିଛି ସେ ଛିଡାହୋଇଛନ୍ତି,କେବେ ଦଳ ଛାଡିବା କଥା ଚିନ୍ତା କରିନାହାନ୍ତି,ସୁପ୍ରିମୋଙ୍କ ଗୁଡ୍ ଲିଷ୍ଟରେ ରହିଛି କୁଆଡେ ତାଙ୍କ ନାଁ।


ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମଧ୍ୟ ନୂଆ ପିସିସି ସଭାପତି ରେସରେ ରହିଛନ୍ତି । କଂଗ୍ରେସର ଉଠାଣି ଗଢାଣି ଦେଖିଛନ୍ତି,ଦଳକୁ ମ୍ୟାନେଜ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ,ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଶ୍ରୀକାନ୍ତ ଜେନା ମଧ୍ୟ ଏହି ରେସରେ ରହିଥିବା ଜଣାପଡିଛି । ସାରା ଓଡ଼ିଶାକୁ ଜାଣିଥିବା ଲୋକ ପିସିସି ସଭାପତି ହେବା ଉଚିତ ବୋଲି କହି ପୁଣି ତେର୍ଚ୍ଛାବାଣ ମାରିଛନ୍ତି ବିଧାୟକ ତାରା ବାହିନୀପତି,କହିଛନ୍ତି ସପ୍ତଗିରି ଉଲ୍ଲାକା ହେଲେ ମାମୁଁ ଭଣଜା ଯୋଡି ହେବ ବୋଲି କହିଛନ୍ତି ତାରା । ସେପଟେ ଏଆଇସିସି ଯାହାକୁ ପିସିସି ସଭାପତି ଭାବେ ଚୟନ କରିବ ଆମେ ତାକୁ ସମର୍ଥନ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନୂଆକମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଭାବେ ଦାୟିତ୍ୱରେ ରହିବେ। ଲୋକସଭା ଓ ବିଧାନସଭାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏଭଳି ନିଷ୍ପର୍ତ୍ତି ନେଇଛି ଏଆଇସିସି। ଶରତଙ୍କ ନେତୃତ୍ବରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ଲଢିଥିଲା,୧୪ ବିଧାୟକ,ମାତ୍ର ଗୋଟିଏ ଏମପି ସିଟ୍ ଜିତିବାରେ ସଫଳ ହୋଇଥିଲା ହାତ,କିନ୍ତୁ ନିଜେ ଶରତ ଜିତିପାରିନଥିଲେ ନିର୍ବାଚନ। କେଉଁ  ଆଧାରରେ ଏଆଇସିସି ବାଛିବ ପିସିସି ସଭାପତି,କାହା ଉପରେ ଭରସା କରିବେ ସୁପ୍ରିମୋ, କିଏ ହେବ ହାତର ନୂଆ ରାଜ୍ୟ ମୁଖିଆ, ବଦଳିଲେ ନେତୃତ୍ବ ବଦଳିପାରିବ ତ ହାତର ଭାଗ୍ୟ।

Sponsored
Congress is divided | Argus News