Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Student Punishment / ଦଶମ ଛାତ୍ରଙ୍କୁ ସୁପାରୀ ଦେଲେ ହେଡ୍‌ମାଷ୍ଟର, ସପ୍ତମ ଶ୍ରେଣୀ ଛାତ୍ରଙ୍କ ପିଠି ଫଟେଇଦିଅ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଦଶମ ଛାତ୍ରଙ୍କୁ ସୁପାରୀ ଦେଲେ ହେଡ୍‌ମାଷ୍ଟର, ସପ୍ତମ ଶ୍ରେଣୀ ଛାତ୍ରଙ୍କ ପିଠି ଫଟେଇଦିଅ !
Student Punishment

Key Points

ଶିକ୍ଷକ ଜଣକ ସୂର୍ଯ୍ୟଙ୍କୁ ସିଧାସଳଖ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ନେଇଗଲେ ଏବଂ ତାଙ୍କୁ ଦୋଷୀ ବୋଲି ବିବେଚନା କହିଲେ ।

ହାଇଦ୍ରାବାଦ କୋମ୍ପଲ୍ଲୀର ଏକ ସରକାରୀ ହାଇସ୍କୁଲରେ ଘଟିଥିବା ଘଟଣା ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଅଭିଯୋଗ ହୋଇଛି ଯେ ସ୍କୁଲ ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶରେ ଦଶମ ଶ୍ରେଣୀର ଛାତ୍ରମାନେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ। ଏହି ମାମଲା କେବଳ ଶିଶୁ ଅଧିକାରକୁ ଉଲ୍ଲଂଘନ କରୁଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଅଭିଯୁକ୍ତ ପ୍ରିନ୍ସିପାଲ କ୍ରିଷ୍ଣା କେବଳ ସ୍କୁଲର ପ୍ରଧାନ ଶିକ୍ଷକ ନୁହଁନ୍ତି ବରଂ ଡୁଣ୍ଡିଗଲ୍ ଡିଭିଜନର ଦାୟିତ୍ୱରେ ଥିବା ବିଭାଗୀୟ ଶିକ୍ଷା ଅଧିକାରୀ (MEO) ମଧ୍ୟ ରହିଛନ୍ତି । ଇଏ ହେଉଛନ୍ତି ସେଇ ଅଧିକାରୀ ଯିଏ ଛାତ୍ରମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଦାୟୀ ରହିବା ଆବଶ୍ୟକ।

ସାଇକେଲ ଷ୍ଟାଣ୍ଡରୁ ଆରମ୍ଭ ଝଗଡ଼ା

ସମ୍ପୂର୍ଣ୍ଣ ମାମଲାଟି ସ୍କୁଲର ସାଇକେଲ ଷ୍ଟାଣ୍ଡ ସହିତ ଜଡିତ ଏକ ଛୋଟ ଘଟଣାରୁ ଆରମ୍ଭ ହୋଇଥିଲା। ଅଭିଯୋଗ ଅନୁଯାୟୀ ଷ୍ଟାଣ୍ଡରୁ ସେଇକେଲ୍‌ ପାର୍ଟସ ଚୋରି ଏବଂ ଟାୟାର ଲିକ୍‌ ଘଟଣାକୁ ନେଇ ବିବାଦ ଉପୁଜିଥିଲା। ସୋମବାର ମଧୁ ନାମକ ଜଣେ ଶିକ୍ଷକ ସପ୍ତମ ଶ୍ରେଣୀ ଛାତ୍ର ଫଣିନ୍ଦ୍ର ସୂର୍ଯ୍ୟଙ୍କୁ ସ୍ଥିତି ଦେଖିବା ପାଇଁ ସାଇକେଲ ଷ୍ଟାଣ୍ଡକୁ ପଠାଇଥିଲେ । ଏହି ସମୟରେ ଚାରି ନାମକ ଅନ୍ୟ ଜଣେ ଶିକ୍ଷକ ସୂର୍ଯ୍ୟଙ୍କୁ ସେଠାରେ ଦେଖିଥିଲେ । ଆଉ କିଛି ପଚରାଉଚରା ନକହି, ସେ ସ୍ଥିର କରିଦେଲେ ଯେ ସୂର୍ଯ୍ୟ ହିଁ ସାଇକେଲ ପାର୍ଟସ ଚୋରି କରୁଛି ଏବଂ ଚକା ଲିକ୍‌ କରୁଛି ।

ଶିକ୍ଷକ ଜଣକ ସୂର୍ଯ୍ୟଙ୍କୁ ସିଧାସଳଖ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ନେଇଗଲେ ଏବଂ ତାଙ୍କୁ ଦୋଷୀ ବୋଲି ବିବେଚନା କହିଲେ । ବାସ୍ତବରେ ଏନେଇ ଶିକ୍ଷକ ଜଣକ କିଛି ବି ନିରପେକ୍ଷ ଯାଞ୍ଚ କିମ୍ବା ପଚରାଉଚରା କରିନାହାନ୍ତି । ପରିବାରର ଅଭିଯୋଗ ଅନୁଯାୟୀ ପ୍ରଧାନ ଶିକ୍ଷକ କୃଷ୍ଣ, ନଅ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଡାକିଥିଲେ ଏବଂ ଫଣିନ୍ଦ୍ର ସୂର୍ଯ୍ୟଙ୍କୁ ବାଡ଼ିରେ ପିଠିକୁ ପିଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ଉକ୍ତ ଦଶମ ଶ୍ରେଣୀ ଛାତ୍ରମାନେ ନିର୍ମମ ଭାବେ ସୂର୍ଯ୍ୟଙ୍କୁ ପିଟି ଗୁରୁତର କରିଦେଲେ । ଯାହାର ଫଟୋ ମଧ୍ୟ ଭାଇରାଲ ହେଉଛି । ସୂର୍ଯ୍ୟଙ୍କ ପିଠିରେ ମାଡ଼ର ଦାଗ ରହିଛି । ପିଠି ପୂରା ଜାମୁକୋଳିଆ ପଡ଼ିଯାଇଛି ।

ଘରେ ପହଞ୍ଚି ଯନ୍ତ୍ରଣାରେ ଛଟପଟ

ମାଡ଼ ଖାଇବା ପରେ କଷ୍ଟେ ମଷ୍ଟେ ଫଣିନ୍ଦ୍ର ଘରେ ପହଞ୍ଚିଥିଲା । ପିତା ମାତାଙ୍କୁ ଟିକିନିଖି କରି ସବୁ ଘଟଣା କହିଥିଲା । ଯେତେବେଳେ ପିତା ଶିବ ରାମକୃଷ୍ଣ ପୁଅର ପିଠିରେ ଆଘାତ ଦେଖିଲେ, ସେ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ। ଫଣିନ୍ଦ୍ର ସୂର୍ଯ୍ୟ ବର୍ତ୍ତମାନ ମେଡିକାଲରେ ଅଛନ୍ତି ଏବଂ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି ।

ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ତଦନ୍ତ ପରିସରଭୁକ୍ତ

ଛାତ୍ରଙ୍କ ପିତାଙ୍କ ଅଭିଯୋଗ ପରେ, ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ଏବେ ଘଟଣାରେ ପ୍ରଧାନଶିକ୍ଷକ କୃଷ୍ଣଙ୍କ ସହିତ ଶିକ୍ଷକ ମଧୁ ଏବଂ ଚାରିଙ୍କ ଭୂମିକାକୁ ନେଇ ତଦନ୍ତ କରୁଛି। ବଶୀରବାଗ ପୋଲିସ ଇନ୍ସପେକ୍ଟର କେ. ବିଜୟ ବର୍ଦ୍ଧନ କହିଛନ୍ତି ଯେ ଶିଶୁ ସୁରକ୍ଷା ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ଶିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଂଘନ

ଶିଶୁ ଅଧିକାର ସଂଗଠନ ଏବଂ ସାମାଜିକ କର୍ମୀମାନେ ଏହି ଘଟଣାକୁ ଶିକ୍ଷା ଅଧିକାର (RTE) ଆଇନର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି। ଆଇନ ଅନୁଯାୟୀ ସ୍କୁଲରେ ଶାରୀରିକ ଦଣ୍ଡ ଏବଂ ମାନସିକ ନିର୍ଯାତନାକୁ କଡ଼ାକଡ଼ି ନିଷିଦ୍ଧ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକ ଏବଂ ସ୍ଥାନୀୟ ସାମାଜିକ ସଂଗଠନଗୁଡ଼ିକ କ୍ଷୁବ୍ଧ ହୋଇଛନ୍ତି । ଲୋକଙ୍କ ଦାବି କୃଷ୍ଣଙ୍କୁ ତୁରନ୍ତ ଉଭୟ ପଦବୀରୁ ନିଲମ୍ବିତ କରାଯାଉ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Student Punishment | In Hyderabad, Principal Orders Class 10 Students To Thrash Class 7 Boy | Argus News