Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତରେ ପିଲାଙ୍କ ପାଠପଢାଠୁ ବଳି ଯାଉଛି ବିବାହ ଖର୍ଚ୍ଚ

National

ଭାରତରେ ପିଲାଙ୍କ ପାଠପଢାଠୁ ବଳି ଯାଉଛି ବିବାହ ଖର୍ଚ୍ଚ

Smruti Parija
Browse all articles by Smruti Parija
·1 year ago·2 min read
ଭାରତରେ ପିଲାଙ୍କ ପାଠପଢାଠୁ ବଳି ଯାଉଛି ବିବାହ ଖର୍ଚ୍ଚ

Key Points

  • ବିବାହରେ କୋଟି କୋଟି ଉଡେଇ ଦେଉଛନ୍ତି ଭାରତୀୟ
  • ଭାରତରେ ପିଲାଙ୍କ ପାଠପଢାଠୁ ବଳି ଯାଉଛି ବିବାହ ଖର୍ଚ୍ଚ
  • ହାରାହାରି ବିବାହ ଖର୍ଚ୍ଚ ଦେଶର ମୁଣ୍ଡପିଠା ଖର୍ଚ୍ଚର 5 ଗୁଣା ଅଧିକ

ଅର୍ଗସ ବ୍ୟୁରୋ: ହୋସ୍‌ ଉଡାଇଦେଲା ରିପୋର୍ଟ । ପିଲାଙ୍କ ପାଠ ପଢାରେ ଯେତିକି ଖର୍ଚ୍ଚ ହେଉନି, ବାହାଘରରେ ତାହାଠୁ ଢେର ଅଧିକ ଖର୍ଚ୍ଚ ହେଉଛି ଟଙ୍କା । ବ୍ରୋକରେଜ୍ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ପିଲାଙ୍କ ପାଠ ପଢା ଅପେକ୍ଷା ବାହାଘରରେ ବେଶୀ ଖର୍ଚ୍ଚ ହେଉଛି । ବାହାଘରକୁ ସ୍ମରଣୀୟ କରିବା ପାଇଁ କୋଟି କୋଟି ଟଙ୍କାକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି ଖର୍ଚ୍ଚ  ଭାରତୀୟ । ବିଶେଷକରି ବାହାଘରରେ ଗହଣାରେ ଅଧିକ ଖର୍ଚ୍ଚ ହେଉଛି । ଏହାସହ ଭୋଜି, ସଙ୍ଗୀତ, ମେହେନ୍ଦୀ, ଫଟୋ ଭିଡିଓ, ସାଜସଜ୍ଜା, ବ୍ରାଇଡାଲ୍ ଡ୍ରେସ ଆଦିରେ ଖର୍ଚ୍ଚ କରିବାକୁ ଟିକିଏ ବି ପଛଘୁଞ୍ଚା ଦେଉନାହାନ୍ତି । କାରଣ ନିଜ ମ୍ୟାରେଜକୁ ମେମୋରେବଲ୍ ବନାଇବା ପାଇଁ ନିଜ ଲୁକ୍ ରେ କିଛି ବି କମ୍ପରମାଇଜ୍ କରିବାକୁ ଚାହାନ୍ତିନି ଆଜିର ଯୁବପିଢି । ଆଉ ଏଥିପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଥାନ୍ତି । 

ସବୁଠୁ ଅଧିକ ଗହଣାରେ ଖର୍ଚ୍ଚ ହେଉଛି । ରିପୋର୍ଟ ଅନୁଯାୟୀ, 25 ପ୍ରତିଶତ ରାଶି ଗହଣା କିଣାରେ ଲାଗୁଥିବାବେଳେ ଭୋଜିରେ 20 ପ୍ରତିଶତ , ଟେଣ୍ଟ୍ ଓ ଅନ୍ୟାନ୍ୟ ସାଜସଜ୍ଜାରେ 15 ପ୍ରତିଶତ ଖର୍ଚ୍ଚ ହେଉଛି । କହିବାକୁ ଗଲେ ଭାରତୀୟ ବିବାହ ଏବେ ବୃହତ ଶିଳ୍ପ ଭାବେ ଉଭା ହୋଇଛି । ଭାରତୀୟ ବିବାହ ବଜାର ଆମେରିକାଠାରୁ ବଡ ଓ ଚୀନ ଠାରୁ ଟିକେ ଛୋଟ । ଭାରତରେ ବର୍ଷକୁ 8-10 ନିୟୁତ ବିବାହ ସମ୍ପନ୍ନ ହେଉଥିବାବେଳେ ଚୀନ୍ ରେ 7-8 ନିୟୁତ ଏବଂ ଆମେରିକାରେ 2.5 ନିୟୁତ ବିବାହ ହେଉଛି ।   

ମଧ୍ୟବିତ୍ତଙ୍କର ଅବସ୍ଥା ଯାହା, ଧନୀଙ୍କ ଅବସ୍ଥା ବି ତାହା । ଧନୀ ଶ୍ରେଣୀର ଲୋକ ପ୍ରି-ୱେଡିଂ , ପୋଷ୍ଟ ୱେଡିଂ ରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପରିକି ଧନୀ ଶ୍ରେଣୀର ଲୋକେ କ୍ରୁଜ୍ ବୁକ୍ କରି ସେଠାରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏପରିକି ବିବାହ ସିଜିନ୍‌ରେ ଗହଣା ଓ ପୋଷାକ ଷୋର୍ ଗୁଡିକ ବ୍ୟବସାୟର ପ୍ରମୁଖ ଉତ୍ସ ପାଲଟିଛି । ଏ ତମାମ ଘଟଣାକୁ ଦେଖିଲେ ଲାଗୁଛି ଭାରତରେ ପିଲାଙ୍କ ପାଠ ପଢା ଭବିଷ୍ୟତକୁ ନେଇ ବାପା ମା ଚିନ୍ତା କରନ୍ତି । ପିଲାଙ୍କ ଠାରୁ ଅଭିଭାବକ ବେଶୀ ବ୍ୟସ୍ତ ହୁଅନ୍ତି । ହେଲେ ପାଠ ପଢାରେ ପିଲାଙ୍କ ଭବି,୍ୟତ ଗଢିବାରେ ଯେତିକ ଖର୍ଚ୍ଚ କରୁନାହାନ୍ତି ବାହାଘରରେ ସେତିକି ଟଙ୍କା ଉଡେଇ ଦେଉଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
In India, children's education is sacrificed for marriage expenses | Argus News