Videos
|
National

କେରଳରେ ତାଣ୍ଡବ ରଚିଛି ପ୍ରକୃତି, ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Manini Pattanayak
Browse all articles by Manini Pattanayak
·2 years ago·1 min read
କେରଳରେ ତାଣ୍ଡବ ରଚିଛି ପ୍ରକୃତି, ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  କେରଳରେ ତାଣ୍ଡବ ରଚିଛି ପ୍ରକୃତି। ଗ୍ରାଉଣ୍ଡ ଜିରୋରେ ଅର୍ଗସ୍ ଟିମ୍ । ୱାୟନାଡରେ ସବୁ କିଛି ଉଜାଡି ଦେଇଛି ଭୂସ୍ଖଳନ। ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ।  ଏବେବି ୨୦୦ ଲୋକ ନିଖୋଜ ଅଛନ୍ତି । ମାଟି ତଳେ ରହିଛି ଅନେକ ଜୀବନ । ସେମାନଙ୍କୁ ଖୋଜିବା ପାଇଁ ରାଡାର୍‌ ଡ୍ରୋନ୍‌ର ସହାୟତା ନେଇଛନ୍ତି ଉଦ୍ଧାରକାରୀ ଦଳ। ମାଲାପୁରମର ପୋଥୁକଲୁରୁ ୧୦୦ ମୃତ ଦେହ ମିଳିଛି। ଭୂସ୍ଖଳନ ହୋଇଥିବା ସ୍ଥାନରୁ ଏଠାକୁ ଶବ ସହୁ ଭାସି ଆଶିଥିବା ସୂଚନା ମିଳିଛି।

ଏଭଳି ପରିସ୍ଥିତିରେ ଆକାଶମାର୍ଗରୁ ସ୍ଥିତି ପରିକ୍ଖିବା ସହ ସ୍ବତନ୍ତ୍ର ଟେକ୍ନୋଲୋଜି ସାହାଯ୍ୟରେ ସର୍ଚ୍ଚ ଅପରେସନକୁ ତୀବ୍ର କରାଯାଇଛି। ଭୂସ୍ଖଳନ ପରେ ରାଡାରା ଡ୍ରୋନ୍‌ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି ।  ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି । ୧୨୦ ଘଣ୍ଟା ପରେ ଶନିବାର ଜୀବିତ ଉଦ୍ଧାର ହେଲେ ୪ଜଣ ଶିଶୁ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In Kerala, nature has created havoc, more than 350 people have died | Argus News