Videos
|
National

ମୁମ୍ବାଇରେ ଚାକିରି ପାଇଁ ଦଳାଚକଟା,ବଞ୍ଚିଗଲା ବହୁ ଜୀବନ!

Sangram Tripathy
Browse all articles by Sangram Tripathy
·2 years ago·1 min read
ମୁମ୍ବାଇରେ ଚାକିରି ପାଇଁ ଦଳାଚକଟା,ବଞ୍ଚିଗଲା ବହୁ ଜୀବନ!


ଅର୍ଗସ ବ୍ୟୁରୋ: ମୁମ୍ବାଇ ଏୟାର ଇଣ୍ଡିଆ ବିମାନ ବନ୍ଦରର ସ୍ଥିତି ଚିନ୍ତାଜନକ ,ନିଯୁକ୍ତି ପାଇଁ ଦଳାଚକଟା,ଅନେକ ହୋଇଥିଲେ ଅସୁସ୍ଥ । ୨୨୧୬ ପଦବୀ ପାଇଁ ୨୫ ହଜାରରୁ ଅଧିକ ଆବେଦନକାରୀଙ୍କର ଲାଗିଥିଲା ଭିଡ଼। ବିମାନବନ୍ଦର ଯିବା ରାସ୍ତାରେ ଟ୍ରାଫିକ ହୋଇଥିଲା ଜାମ୍‌ । ଏ ଭିଡ଼ ଦେଖିଲେ ଆପଣଙ୍କର ବି ଉଡିଜିବ ହୋସ୍ । ଏୟାର ଇଣ୍ଡିଆ ବିମାନ ବନ୍ଦର ଲୋଡର୍ ପାଇଁ ପ୍ରକାଶ କରିଥିବା ନିଯୁକ୍ତି ଡ୍ରାଇଭରେ ହଜାର ହଜାର ଆଶାୟୀଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

 

ମେଣ୍ଟେନାନ୍‌ସ କର୍ମଚାରୀ ଲାଗି ଥିଲା ଇଣ୍ଟରଭ୍ୟୁ,ନିଯୁକ୍ତି ପାଇବା ଲାଗି ଜୀବନକୁ ଯେମିତି ବାଜି ଲଗାଇ ଦେଇଥିଲେ ଆଶାୟୀ।ରିପୋର୍ଟ ଅନୁସାରେ, ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ବିମାନ ବନ୍ଦର ଲୋଡରଙ୍କ କାମ ହେଉଛି, ବିମାନରେ ଲଗେଜ୍ ଲୋଡ୍-ଅନଲୋଡ୍ କରିବା ଏବଂ ବ୍ୟାଗେଜ୍ ବେଲ୍ଟ ଓ ରାମ୍ପ ଟ୍ରାକ୍ଟର ପରିଚାଳନା କରିବା । ପ୍ରତ୍ୟେକ ବିମାନରେ ପାଞ୍ଚ ଜଣ ଲୋଡର୍ ରହିଥାନ୍ତି। ଏହି ପଦବୀ ପାଇଁ ୨୨ରୁ ୨୫ ହଜାର ଟଙ୍କା ଦରମା ମିଳିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ବେଳେ ବେଳେ ଓଭର୍ ଡ୍ୟୁଟି ପାଇଁ ଦରମା ୩୦ ହଜାର ଟଙ୍କା ହୋଇଯାଏ। ଏହି ପଦବୀ ପାଇଁ ଅତି ସାଧାରଣ ଯୋଗ୍ୟତା ଆବଶ୍ୟକ କରୁଥିବା ବେଳେ ବିଏ,ବିବିଏ,ବିକମ୍  ଗ୍ରାଜୁଏଟ ପିଲା ମଧ୍ୟ ଆବେଦନ କରିଥିଲେ। ବେକାରୀ ସମସ୍ୟାର ସମାଧାନ ହେଉନଥିବାରୁ ସରକାରଙ୍କୁ ଅଧିକରୁ ଅଧିକ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଅନୁରୋଧ କରିଛନ୍ତି ଆଶାୟୀ।

In Mumbai for jobs, many lives have been saved! | Argus News