ଜେଲ ଭିତରେ ଥାଇ ଭିନ୍ନ ଭିନ୍ନ ଦାବି କରୁଛି ରାଣା

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ହୁସେନ ରାଣାକୁ ଜାତୀୟ ତଦନ୍ତ ସଂସ୍ଥା (NIA) ଅଧିକାରୀମାନେ ପ୍ରତିଦିନ ୮ରୁ ୧୦ ଘଣ୍ଟା ପଚରାଉଚରା କରି ଭୟଙ୍କର ଆକ୍ରମଣ ପଛର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରୁଛନ୍ତି। NIA ଅଧିକାରୀମାନେ ରାଣାଙ୍କ ଡାକ୍ତରୀ ପରୀକ୍ଷା ସୁନିଶ୍ଚିତ କରିଛନ୍ତି ଏବଂ ତାଙ୍କୁ ତାଙ୍କ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଉଛି। ତେବେ ସେ ସେଠାରେ କିପରି ଦିନ ବିତାଉଛନ୍ତି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି। NIA ଜେରା ଜାରି ରଖିଥିବା ବେଳେ ତହବୁର ତଦନ୍ତରେ ସାହାର୍ଯ୍ୟ କରୁଛି କି ନାହିଁ ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି ? NIAର ସୂଚନା ଅନୁଯାୟୀ, ତହବୁରର ମନୋଭାବ ସହଯୋଗପୂର୍ଣ୍ଣ ନୁହେଁ ଏବଂ ସେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଦେଉଛି ।
ଏହା ଉପରେ NIA ହେପାଜତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ତଦନ୍ତ ବେଳେ ତହବୁର ଏନଆଇଏକୁ ତିନୋଟି ଜିନିଷ ଦାବି କରିଛି। ସେଗୁଡିକ ହେଲା କୁରାନ, କଲମ ଏବଂ କାଗଜ । ଏନେଇ ଏନଆଇଏ ଅଧିକାରୀ ସୂଚନା ଦେଇଛି ।
ଯାହା ଦ୍ଵାରା ୨୦୦୮ ମସିହାର ସମନ୍ୱିତ ଆକ୍ରମଣର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇପାରିବ। ରାଣାଙ୍କୁ ନୂଆଦିଲ୍ଲୀର ସିଜି କମ୍ପ୍ଲେକ୍ସରେ ଥିବା ଏନଆଇଏ ମୁଖ୍ୟାଳୟରେ ଏକ ଉଚ୍ଚ-ସୁରକ୍ଷା ସେଲରେ ରଖାଯାଇଛି। ସେଠାରେ ସୁରକ୍ଷା କର୍ମୀମାନେ ଦିନରାତି ଜଗି ରହିଛନ୍ତି।
ଏହି ଆକ୍ରମଣରେ ୧୬୬ ଜଣ ପ୍ରାଣ ହରାଇଥିଲେ ଏବଂ ୨୩୮ରୁ ଅଧିକ ଆହତ ହୋଇଥିଲେ। ମୁଖ୍ୟ ତଦନ୍ତକାରୀ ଅଧିକାରୀ ଜୟା ରାୟଙ୍କ ନେତୃତ୍ୱରେ NIA ଅଧିକାରୀଙ୍କ ଏକ ଦଳ ତାଙ୍କୁ ପଚରାଉଚରା କରୁଛି।
📱 Get Argus News App
✨ରାଣା ଏପର୍ଯ୍ୟନ୍ତ ଖାଦ୍ୟ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଦାବି କରିନାହାଁନ୍ତି। ତାଙ୍କୁ ଅନ୍ୟ ଅଭିଯୁକ୍ତଙ୍କୁ ଦିଆଯାଇଥିବା ସମାନ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ତହଉର ରାଣାଙ୍କୁ ଏଠାକାର CGO କମ୍ପ୍ଲେକ୍ସରେ ଥିବା ଆତଙ୍କ ବିରୋଧୀ ଏଜେନ୍ସିର ମୁଖ୍ୟାଳୟ ଭିତରେ ଏକ ଉଚ୍ଚ-ସୁରକ୍ଷା ପ୍ରକୋଷ୍ଠରେ ରଖାଯାଇଛି ଏବଂ ସୁରକ୍ଷାକର୍ମୀମାନେ ତାଙ୍କୁ ୨୪ ଘଣ୍ଟା ନଜର ରଖିବା ପାଇଁ ନିୟୋଜିତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ରାଣାଙ୍କୁ ଅନ୍ୟ ଗିରଫ ବ୍ୟକ୍ତିଙ୍କ ପରି ବ୍ୟବହାର କରାଯାଉଛି। ତାଙ୍କୁ କୌଣସି ବିଶେଷ ସୁବିଧା ଦିଆଯାଉ ନାହିଁ। ତାଙ୍କ ଅନୁରୋଧ କ୍ରମେ ତାଙ୍କୁ କୋରାନର ଏକ କପି ଦିଆଯାଇଛି ।
ସେ ରହୁଥିବା କୋଠରୀରେ ଦିନକୁ ପାଞ୍ଚ ଥର ନମାଜ ପଢୁଥିବାର ଦେଖାଯାଇଛି। ଜଣେ ଅଧିକାରୀ ରାଣାଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ କୁରାନ ବ୍ୟତୀତ ରାଣା କଲମ ଏବଂ କାଗଜ ମାଗିଥିଲେ, ଯାହା ତାଙ୍କୁ ଦିଆଯାଇଥିଲା। ତଥାପି, ସେ ଯେପରି ନିଜ କ୍ଷତି କରିବା ପାଇଁ କଲମ ବ୍ୟବହାର ନ କରନ୍ତି ତାହା ନିଶ୍ଚିତ କରିବା ପାଇଁ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହା ବ୍ୟତୀତ ସେ ଅନ୍ୟ କୌଣସି ଦାବି କରିନାହାଁନ୍ତି ।