Videos
|
National

ବୁନ୍ଦେ ବୁନ୍ଦେ ପାଣି ପାଇଁ ଡହଳବିକଳ, ପାଣି ନଷ୍ଟ କଲେ ୫ହଜାର ଫାଇନ

Manini Pattanayak
Browse all articles by Manini Pattanayak
·2 years ago
ବୁନ୍ଦେ ବୁନ୍ଦେ ପାଣି ପାଇଁ ଡହଳବିକଳ, ପାଣି ନଷ୍ଟ କଲେ ୫ହଜାର ଫାଇନ

ନୂଆଦିଲ୍ଲୀ:  ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ କର୍ଣ୍ଣାଟକର  ହାଇଟେକ ସହର  ବେଙ୍ଗାଲୁରରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କଲାଣି। ଲକ୍ଷ ଲକ୍ଷ ଲୋକ  ବୁନ୍ଦେ ବୁନ୍ଦେ ପାଣି ପାଇଁ ସଙ୍ଘର୍ଷ କରୁଛନ୍ତି।  ପରିସ୍ଥିତି ଏପରି ହୋଇଛି ଯେମିତି  ଲାଗୁଛି ଆଗକୁ ଆହୁରି ସାଙ୍ଘାତିକ  ହେବ। ସୋସାଇଟ ଏବଂ କଲୋନିରେ  ପାଣିର ଘୋର ସମସ୍ୟା ।

ଏହାକୁ ମଧ୍ୟନଜରେ ରଖି  ଟ୍ୟାଙ୍କରରେ ପାଣି ମଗା ଯାଇଛି।  ତଥାପି ଟ୍ୟାଙ୍କର ପାଣି ଆବଶ୍ୟକତା ମେଣ୍ଟାଇପାରୁନି। ମୁଖ୍ୟମନ୍ତ୍ରୀ  ନୀବାସରୁ  ମଧ୍ୟ ପାଣି ଟାଙ୍କି ଯିବା  ଆସିବା କରିବାର ଦେଖାଯାଉଛି।  ବେଙ୍ଗଲୁରର ଏକ ହାଉସିଙ୍ଗ ସୋସାଇଟିରେ  ଗମ୍ଭୀର ହେଉଥିବା ଜଳସଙ୍କଟକୁ ଦୃଷ୍ଟିରେ ରଖି ଯେଉଁମାନେ ପାଣି ନଷ୍ଟ କରୁଛନ୍ତି ସେମାନଙ୍କ ଉପରେ ୫୦୦୦ ଟଙ୍କା ଜରିମାନା ଲଗାଯିବାର ନୋଟିସ୍‌ ଜାରି କରାଯାଇଛି। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: