Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୨୫ର ପ୍ରଥମ ମାସରେ ହିଁ ସୁନା ଦାମ ୮୦ ହଜାର ପାର ହୋଇଛି

Ritu Das
Browse all articles by Ritu Das
·1 year ago·1 min read
୨୦୨୫ର ପ୍ରଥମ ମାସରେ ହିଁ ସୁନା ଦାମ ୮୦ ହଜାର ପାର ହୋଇଛି

ଅର୍ଗସ ବ୍ୟୁରୋ: ନୂଆ ବର୍ଷ ଆରମ୍ଭ ସହ ସୁନା ଦାମରେ ବୃଦ୍ଧି ଘଟୁଛି ।ବର୍ତ୍ତମାନ ୨୦୨୫ରେ ସୁନା ଦାମ ୮୦ ହଜାର ପାର ହୋଇଛି । ଦିଲ୍ଲୀ, ରାଜସ୍ଥାନ, ୟୁପି. ହରିୟାଣା ଭଳି ରାଜ୍ୟରେ ୨୪ କ୍ୟାରେଟ ସୁନା ଦାମ ୮୦,୨୦୦ ଟଙ୍କା ଉପରେ କାରବାର କରୁଛି । ସେହିଭଳି ୨୨ କ୍ୟାରେଟ ସୁନା ରେଟ ୭୩,୫୦୦ ଟଙ୍କା ଉପରେ ରହିଛି । ଏହି ଦର ୧୦ ଗ୍ରାମ ସୁନା ରେଟ । ଦେଶରେ ୨୨ କ୍ୟାରେଟ ସୁନାରେ ଗହଣା ତିଆରି କରାଯାଏ ।


୨୨ କ୍ୟାରେଟ ସୁନା ରେଟର ପ୍ରଭାବ ସିଧାସଳଖ କ୍ରେତାଙ୍କ ଉପରେ ପଡେ । ରୂପା ଦର : ଦେଶରେ ରୂପା ଦର ମଧ୍ୟ ୯୪,୫୦୦ ଟଙ୍କାରେ ପହଞ୍ଚିଛି । ୨୦୨୪ରେ ଏକ କିଲୋଗ୍ରାମ ରୂପା ଦର ୧,୦୦,୦୦୦ ପାର କରିଥିଲା । ସୁନା ଦର: ଦିଲ୍ଲୀରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୮୦,୨୨୦ ଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୭୩,୫୫୦ରେ ବିକ୍ରି ହେଉଛି । ସେହିଭଳି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୭୩, ୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା କିଣିଲେ ଆପଣଙ୍କୁ ୮୦,୦୭୦ ଟଙ୍କା ଦେବାକୁ ପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the first month of 2025, the price of gold has crossed 80 thousand | Argus News