Videos
|
National

ଦେଶର ବିକାଶ ପାଇଁ ଏନଡିଏ ମେଂଟ

Manini Pattanayak
Browse all articles by Manini Pattanayak
·2 years ago·2 min read
ଦେଶର ବିକାଶ ପାଇଁ ଏନଡିଏ ମେଂଟ

ନୂଆଦିଲ୍ଲୀ: ଜନାଦେଶର ବ୍ୟାଖ୍ୟା କଲେ ନରେନ୍ଦ୍ର ମୋଦି`। କହିଲେ, ଗତ 3ଟି ନିର୍ବାଚନରେ କଂଗ୍ରେସ ଜିତିଛି ଯେତିକି ଆସନ। କେବଳ 2024ରେ ବିଜେପି ପାଇଛି ସେତିକି ସିଟ୍‌...ସତ୍ତା ଉପଭୋଗ କରିବା, ଇଣ୍ଡି ମେଣ୍ଟର କେବଳ ଗୋଟିଏ ଲକ୍ଷ୍ୟ...କିନ୍ତୁ ଦେଶର ବିକାଶ ପାଇଁ ଏନଡିଏ।  ଦିଲ୍ଲୀରେ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସର୍ବସମ୍ମତି କ୍ରମେ ସଂସଦୀୟ ଦଳ ନେତା ଭାବେ ମନୋନୀତ ହେବା ପରେ 2024 ଜନାଦେଶର ବ୍ୟାଖ୍ୟା କରିଥିଲେ ମୋଦି । କହିଥିଲେ ଗତ 3ଟି ନିର୍ବାତନରେ କଂଗ୍ରେସ ଯେତିକି ସିଟ ଜିତିଛି 2024 ନିର୍ବାଚନରେ ସେତିକି ଆସନ ଦଖଲ କରିଛି ବିଜେପି । 2014ରେ କଂଗ୍ରେସ ପାଇଥିଲା 44 ଆସନ । 2019ରେ କଂଗ୍ରେସ ଦଖଲ କରିଥିଲା ମାତ୍ର 52 ଆସନ । 2024ରେ 99 ଆସନ ।  ଦେଶରେ ସତ୍ତାକୁ ଉପଭୋଗ କରିବା ପାଇଁ ଇଣ୍ଡିମେଂଟର ପରିକଳ୍ପନା କିନ୍ତୁ ଦେଶର ବିକାଶ ପାଇଁ କାମ କରୁଛି ଏନଡିଏ ମେଣ୍ଟ ।

ନବ ନିର୍ବାତିତ ସାଂସଦ ଓ ସହଯୋଗୀ ଦଳର ସାଂସଦମାନଙ୍କୁ ଉଦବୋଧନ ଦେଇ ମୋଦି କହିଥିଲେ, ବିକଶିତ ଭାରତର ସ୍ବପ୍ନ ସାକାର ହେବ । ଆଗାମୀ 10ବର୍ଷ ପାଇଁ ଗୁଡ ଗଭର୍ଣ୍ଣାସ ଓ ବିକାଶର ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ଇଭିଏମ ବଂଚିଛି ନା ମରିଯାଇଛି ବୋଲି ପ୍ରଶ୍ନ ଉଠାଇ ବିରୋଧିଙ୍କୁ ତାତ୍ସଲ୍ୟ କରିଥିଲେ ମୋଦି । 2024 ନିର୍ବାଚନରେ ଏନଡିଏର ମହାବିଜୟ ହୋଇଛି ଏବଂ ଦେଶବାସୀଙ୍କୁ ମଜବୁତ ଗଠବନ୍ଧନର ସରକାର ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ମୋଦି । ବିଜେପି ସରକାର ଯେଉଁ 10ବର୍ଷ କାମ କରିଛି ତାହା ଟ୍ରେଲର ଥିଲା । ନୂଆ ଭାରତ, ବିକାଶିତ ଭାରତ ଏବଂ ଆସପିରେସନାଲ ଇଣ୍ଡିଆର ଚିନ୍ତା ଧାରା ନେଇ କାମ କରିବ ଏନଡିଏ ସରକାର । ଏଥିପାଇଁ ରୋଡ ମ୍ୟାପ ଥିବା କହିଥିଲେ ମୋଦି । 25 କୋଟି ଗରିବଙ୍କୁ ଗରିବି ସୀମାରେଖାରୁ ବାହାରକୁ ଆଣିବାର କାମ କରିଛି ମୋଦି ସରକାର ।

4 କୋଟି ଲୋକଙ୍କୁ ଆବାସ ଦିଆଯାଇଛି । ଆଗକୁ ଏହି ସରକାରରେ ଆଉ 3 କୋଟି ଲୋକଙ୍କୁ ଘର ଦେବାପାଇଁ ଏନଡିଏ ସଂକଳ୍ପବଦ୍ଧ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ମୁଦ୍ରା ଯୋଜନାରେ 20ଲକ୍ଷ ଟଙ୍କାର ରୁଣ ଦେବା ପାଇଁ ମଧ୍ୟ କଥା ଦେଇଥିଲେ ।   ବିଜେପି ସାଂସଦ ରାଜନାଥ ସିଂ ନରେନ୍ଦ୍ର ମୋଦୀଙ୍କ ନାମ ବିଜେପି ସଂସଦୀୟ ଦଳର ନେତା, ଏନଡିଏ ସଂସଦୀୟ ଦଳର ନେତା ତଥା ଲୋକସଭାର ନେତା ଭାବରେ ପ୍ରସ୍ତାବ ଦେଇlଥିଲେ । ୩ ଟି ପ୍ରସ୍ତାବ କୁ ସମର୍ଥନ ଦେଇଥିଲେ ଅମିତ୍ ସାହା। ସାଂସଦମାନଙ୍କୁ ଉଦବୋଧନ ଶେଷ ହେବା ପରେ ମୋଦି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ବିଜେପି ନେତା ମୁରଲି ମନହର ଯୋଶୀଙ୍କୁ ଭେଟିଥିଲେ ।  

ଅଧିକ ପଢନ୍ତୁ ଭାରତ ଖବର 
 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: