Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍

National

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ,  ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍

ଅର୍ଗସ ବ୍ୟୁରୋ:  ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି କେରଳର ୱାୟନାଡ଼ ଆସନ ଉପରେ କାହିଁକି ନା କଂଗ୍ରେସ  ଲିଡର ରାହୁଲ ଗାନ୍ଧି ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ରାହୁଲ ଗାନ୍ଧିଙ୍କ ବିରୋଧରେ ସିପିଆଇର ଆନ୍ନୀ ରାଜା ଏବଂ ବିଜେପିର ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ପ୍ରାର୍ଥୀ ହୋଇଛନ୍ତି। ସେହିପରି କେରଳର ଆଉ ଏକ ହାଇପ୍ରୋଫାଇଲ ଆସନ ହେଉଛି ଥିରୁଅନନ୍ତପୁରମ । ଯେଉଁଠାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଭେଟରାନ କଂଗ୍ରେସ ମ୍ୟାନ୍ ଶଶୀ ଥରୁରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି । କେରଳର ଅଲପୁଜା ଆସନରୁ କଂଗ୍ରେସର ସଂଗଠନ ମହାସଚିବ କେ.ସି ଭେନୁଗୋପାଳ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି ।

ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ମଥୁରାରୁ ତୃତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ମେରଟ ଆସନରେ ବିଜେପି ‘ରାମାୟଣ’ ଧାରାବାହିକର ଅଭିନେତା ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିଛି। ଛତିଶଗଡ଼ର ତିନିଟି ଆସନରେ ଭୋଟିଂ ହେଉଥିବା ବେଳେ ରାଜନନ୍ଦଗାଓଁରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ରାଜସ୍ଥାନରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଯୋଧପୁରରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା କୋଟାରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଜାଲୋରୁ ନିର୍ବାଚନ ଲଢ଼ୁଛନ୍ତି ।  ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜୁମଦାର ବାଲୁରଘାଟ ଆସନରୁ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ କର୍ଣ୍ଣାଟକ କଥା ବିଚାର କଲେ ମାଣ୍ଡ୍ୟାରୁ ଦେବଗୌଡ଼ାଙ୍କ ପୁଅ ଏଚ.ଡି. କୁମାରସ୍ବାମୀ, ବେଙ୍ଗାଳୁରୁ ଉତ୍ରତରୁ ଶୋଭା କରନ୍ଦଲାଜେ,  ବେଙ୍ଗାଳୁରୁ ଦକ୍ଷିଣରୁ ତେଜସ୍ବୀ ସୂର୍ୟା, ବେଙ୍ଗାଳୁରୁ ଗ୍ରାମୀଣରୁ ଡି.କେ. ସୁରେଶଙ୍କ ପରି ବଡ଼ ଲିଡର ନିର୍ବାଚନ ଲଢ଼ୁଛନ୍ତି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
In the second phase of the election, the candidates include many heavyweights | Argus News