Bihar Election / ଶାହବୁଦ୍ଦିନଙ୍କ ପୁଅକୁ ଟିକେଟ ଦେଇ ଅକଳରେ RJD

Key Points
ବାହୁବଳୀଙ୍କ ଗଡ଼ରେ ଅର୍ଗସ ପରଖିଲା ବିକାଶର ସ୍ଥିତି?
ଗୁରୁବାର ବିହାରରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏନେଇ ପ୍ରଚାର ଶେଷ ହୋଇଥିଲେ ବି ଥମୁନି ଚର୍ଚ୍ଚା। ବିହାରର ଗୋଟିଏ ଆସନକୁ ନେଇ ଏକଦମ ଘେରି ଯାଇଛି ଲାଲୁଙ୍କ ଦଳ RJD ।
ବିହାରର ଚଳିତ ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଆସନ ପାଲଟିଯାଇଛି ସିୱାନ ଜିଲ୍ଲାର ରଘୁନାଥପୁର ବିଧାନସଭା ଆସନ । ଗୁରୁବାର ଏହି ଆସନରେ ଭୋଟିଂ ହେବାକୁ ଯାଉଛି। ପ୍ରଚାର ଶେଷ ହୋଇଛି। ଗଲା ଗୋଟେ ଦଶନ୍ଧି ହେଲା RJD ଅକ୍ତିଆରରେ ରହିଥିବା ଏହି ଆସନକୁ ନେଇ କିନ୍ତୁ ଏବେ ଦେଶ ତମାମ ଚର୍ଚ୍ଚା ଥମୁନି।
ଚଳିତ ଥର RJD ନିଜ ୱିନିଂ କ୍ୟାଣ୍ଡିଣ୍ଡେଟକୁ ହଟାଇ ଯାହା ହାତରେ ଟିକେଟ ରଖିଛି ସିଏ ଆଉ କିଏ ନୁହେଁ ବରଂ ଜଙ୍ଗଲରାଜର ବହୁବଳି ଶାହାବୁଦ୍ଦିନର ପୁଅ ଓସାମା। ଯାହାକୁ ନେଇ ଏହି ସିଟ୍ ପାଲଟିଛି ପଲିଟିକାଲ୍ ଡିସକସନର କେନ୍ଦ୍ରବିନ୍ଦୁ। ଓସାମାଙ୍କୁ ଟିକେଟ ମାନେ ଜଙ୍ଗଲରାଜକୁ ପ୍ରୋତ୍ସାହନ। ବିହାର ଏବଂ ସିୱାନରେ RJD ଜଙ୍ଗଲରାଜ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା କହି ସିଧା ଟାର୍ଗେଟ୍ କରିଛି ବିଜେପି । ସେପଟେ ଏହି ଆସନରେ RJD ବିରୋଧରେ JDUରୁ ବିକାଶ ସିଂଙ୍କୁ ପ୍ରାର୍ଥୀ କରିଛି NDA ।
ପୂର୍ବରୁ ସିୱାନ ଦେଖିଛି ଜଙ୍ଗଲରାଜ। ସାହାବୁଦ୍ଦିନ ଅମଳର ଶାସନ ମନେ ପଡ଼ିଲେ ସିୱାନବାସୀଙ୍କ ଛାତି ଥରୁଛି, ଲୋମ ଟାଙ୍କୁରି ଉଠୁଛି। ଚୋରି, ଡକାୟତି, ହତ୍ୟା, ଅପହରଣ, ରାହାଜାନୀ ଏମିତି କିଛି ଅପରାଧ ନାହିଁ ଯାହାର ବାଦଶାହ ସାଜିନି ଶାହାବୁଦ୍ଦିନ। ଏମିତିକି ୨୦୦୪ରେ ଚକ୍ରାନ୍ତ କରି ଜେଲରୁ ଖସି ସିୱାନର ଜଣେ ବ୍ୟବସାୟୀଙ୍କ ଦୁଇ ପୁଅଙ୍କୁ ଏସିଡ୍ ଢ଼ାଳି ହତ୍ୟାକୁ ଭୁଲିନଥିବେ ଦେଶବାସୀ। ଯେଉଁଥିପାଇଁ ଦୀର୍ଘ ୧୧ ବର୍ଷ ଧରି ଜେଲ ସଜ୍ଜା ବି ସେ କାଟିଛି। ଏମିତିକି ଜଲରେ ଥିବା ସମୟରେ ହିଁ କରୋନାରେ ଜୀବନ ହାରିଛି ।
ଏମିତି କ୍ରାଇମ ରେକର୍ଡ ରଖିଥିବା ପରିବାର ହାତରେ ପ୍ରତିଥର ଟିକେଟ୍ ଟେକି ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ଲାଲୁ। ସାହାବୁଦ୍ଦିନ ଜେଲ ଯିବା ପରେ ତାର ପତ୍ନୀ ହେନା ସାହେବଙ୍କୁ ୪ ଚାରି ଥର ଲୋକସଭା ଟିକେଟ୍ ଦେଇଥିଲା RJD । ଆଉ ପ୍ରତିଥର ପରାଜୟର ସାମ୍ନା କରିବା ପରେ ଚଳିତଥର ସାହାବୁଦ୍ଦିନର ପୁଅ ଓସାମାକୁ ରଘୁନାଥପୁର ବିଧାନସଭା ଆସନରେ ପ୍ରାର୍ଥୀ କରିଛି । ୨୦୧୫ ଓ ୨୦୨୦ ରେ RJDରୁ ହରିଶଙ୍କର ଯାଦବ ରଘୁନାଥପୁର ଆସନରୁ ବାଜିମାତ କରିଥିଲେ ସୁଦ୍ଧା ଚଳିତ ଥର ନିଜ ୱିନିଂ କ୍ୟାଣ୍ଡିଡେଟ୍ ବଦଳରେ ଗ୍ୟାଙ୍ଗଷ୍ଟରର ପୁଅ ଉପରେ ଭରସା କରିଛି ଦଳ। ତାର ବିଜୟ ପାଇଁ ବି ଲାଗି ପଡିଛନ୍ତି ଇଣ୍ଡିମେଣ୍ଟର ନେତା।
ଏହି ଅଞ୍ଚଳରେ ରୋଜଗାର ମୁଖ୍ୟ ମୁଦ୍ଦା ରହିଛି। ଜନତାଙ୍କ କହିବା କଥା ବିହାର ବିକାଶର ସିଢ଼ି ଚଢ଼ୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ବିକାଶ ପହଂଚି ପାରିନି। ଆଉ ୟା ଭିତରେ RJDର ଉଦ୍ୟମକୁ ବି ଠିକ୍ ଠଉରେଇ ସାରିଲେଣି ଭୋଟର। ଲୋକଙ୍କ ମୁହଁରେ ଗୋଟିଏ କଥା ବିକାଶ ନହେଉ ପଛେ ଜଙ୍ଗଲରାଜ ନଫେରୁ।
ସାପ ଅଣ୍ଡାରୁ ସାପ ହିଁ ତ ବାହାରିବ । ପୁଅ ନାଁରେ ବି କିଛି କମ୍ ମାମଲା ନାହିଁ। ବାପା ତ ବିହାରରେ ଫେମସ୍ ଥିଲା। ପୁଅ ବିହାର ଛାଡ଼ି ରାଜସ୍ଥାନରେ ବି ନାଁ କରିଛି। ସିୱାନରେ ଦାଦାଗିରି, ହପତା ବସୁଲି ଭଳି ଅଭିଯୋଗ ସହ ଓସାମା ନାଁରେ ରହିଛି ଏକାଧିକ ମାମଲା। ଏମିତି କି ଜୋରଜବରଦସ୍ତ ଜମି ଜବରଦଖଲ ମାମଲାରେ ସେ ଜେଲ୍ ବି ଯାଇସାରିଛି। ଆଉ ଏବେ RJD ରୁ ଟିକେଟ ହାତେଇ ବାପର ରାସ୍ତାରେ ଚାଲି ପଲିଟିକାଲ ଲଞ୍ଚିଂର ଜୋରଦାର ପ୍ରସ୍ତୁତି ଚଳାଇଛି । ତେବେ ଏଥିରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
📱 Get Argus News App
✨Related Topics
Explore more stories