Narendra Modi / ୧୩ ହଜାର ୪୩୦ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ-ଶିଳାନ୍ୟାସ

Key Points
ଛତ୍ରପତି ଶ୍ରୀ ଶିବାଜୀ ଧ୍ୟାନ କେନ୍ଦ୍ର ପରିଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି ।
ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଗଭୀର ଶ୍ରଦ୍ଧା ବାର୍ତ୍ତା ।
ଆନ୍ଧ୍ରପ୍ରଦେଶକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ୧୩ ହଜାର ୪୩୦ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପିଏମ । ନାନ୍ଦ୍ୟାଲ ଜିଲ୍ଲାର ଶ୍ରୀଶୈଳମ ମଲ୍ଲିକାର୍ଜୁନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଛତ୍ରପତି ଶ୍ରୀ ଶିବାଜୀ ଧ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ମୋଦି । ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଗଭୀର ଶ୍ରଦ୍ଧା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଶିଳ୍ପ, ବିଦ୍ୟୁତ୍, ପରିବହନ, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ ସହ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ଭଳି ପ୍ରମୁଖ କ୍ଷେତ୍ର ପାଇଁ ଏହି ପ୍ରକଳ୍ପ ଗୁଡ଼ିକ ବଡ଼ ଶକ୍ତି ଯୋଗାଇବ । କୁର୍ଣ୍ଣୁଲରେ ଫେଜ ଥ୍ରୀ ପାଇଁ 2 ହଜାର 880 କୋଟି ଟଙ୍କାରୁ ଅଧିକ ନିବେଶରେ ପରିବହନ ପ୍ରଣାଳୀ ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପିଏମ । ଏହାସହ ଓରଭାକାଲ ଏବଂ କଡପାରେ କୋପ୍ପର୍ଥି ଶିଳ୍ପ କ୍ଷେତ୍ରର ବିକାଶ ପାଇଁ 4 ହଜାର 920 କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର କରିଛନ୍ତି ଭିତ୍ତିପ୍ରସ୍ତର ସ୍ଥାପନ ।
ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ୍ କରିଡର ଡେଭଲପମେଣ୍ଟ ଆଣ୍ଡ୍ ଇମ୍ପ୍ଲିମେଣ୍ଟେସନ୍ ଟ୍ରଷ୍ଟ- NICDIT ଏବଂ ଆନ୍ଧ୍ର ପ୍ରଦେଶ ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକ୍ଚର କର୍ପୋରେସନ୍ ଲିମିଟେଡ୍ -APIIC ଦ୍ୱାରା ମିଳିତ ଭାବରେ ଆଧୁନିକ ବହୁ-କ୍ଷେତ୍ରୀୟ ଶିଳ୍ପ ହବ୍ଗୁଡ଼ିକର କରାଯିବ ବିକାଶ କାର୍ଯ୍ୟ । ଯାହା ଦକ୍ଷିଣ ଭାରତରେ ଶିଳ୍ପ ବିକାଶ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ସବାଭରମରୁ ଶୀଳାନଗର ପର୍ଯ୍ୟନ୍ତ ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ହାଇୱେର ଶିଳାନ୍ୟାସ ସହ ଶ୍ରୀକାକୁଲମ-ଅଙ୍ଗୁଳ ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ କରିଛନ୍ତି ପିଏମ ମୋଦି ।
ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ପୂର୍ବରୁ କୁର୍ଣ୍ଣୁଲରେ ପ୍ରଥମେ ଶ୍ରୀଶୈଳମ ମନ୍ଦିରରେ ଶ୍ରୀମଲ୍ଲିକାର୍ଜୁନଙ୍କ ପୂଜାର୍ଚ୍ଚନା କରିଥିଲେ ପିଏମ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିର ପୁରୋହିତ, ସ୍ଥାନୀୟ ଭକ୍ତମାନେ ପିଏମଙ୍କୁ ସ୍ୱାଗତ କରିଥିଲେ । ମନ୍ଦିରର ରୀତି ନୀତି ଏବଂ ଦର୍ଶନର ସାଂସ୍କୃତିକ ମହତ୍ତ୍ୱକୁ ସମ୍ମାନ ଜଣାଇ ପାରମ୍ପରିକ ପୋଷାକ ପରିଧାନ କରିଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି ପୂଜାର୍ଚ୍ଚନା ସହ ରୁଦ୍ରାଭିଷେକ ସମାରୋହରେ ସାମିଲ ହୋଇଥିଲେ । ଯାହା ମନ୍ଦିରର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟକୁ ପ୍ରତିଫଳିତ କରୁଥିଲା । ମନ୍ଦିରର ଇତିହାସ ଏବଂ ଗୁରୁତ୍ୱ ବିଷୟରେ ପୁରୋହିତଙ୍କ ସହ କରିଥିଲେ ଆଲୋଚନା । ପରମ୍ପରା ସଂରକ୍ଷଣ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ମୋଦି । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ମାରକୀ ଶ୍ରୀ ଶିବାଜୀ ଧ୍ୟାନ କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ମାରକୀରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସହିତ ଏକ ଧ୍ୟାନ କକ୍ଷ ଏବଂ ଚାରୋଟି ଐତିହାସିକ ଦୁର୍ଗର ମଡେଲ ରହିଛି ।
ଅମରାବତୀ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଆନ୍ଧ୍ର ପ୍ରଦେଶ ସିଏମ ଚନ୍ଦ୍ରବାବୁ ନାଇଡୁ , ରାଜ୍ୟପାଳ ଏସ. ଅବଦୁଲ ନାଜିରଙ୍କ ସହ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ । ରାଜ୍ୟକୁ ବଡ଼ ଉପହାର ସହ ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ଶ୍ରଦ୍ଧା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
📱 Get Argus News App
✨Related Topics
Explore more stories