ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଖାଲସା ଚୌକର ଲୋକାର୍ପଣ
·2 years ago

ଅର୍ଗସ ବ୍ୟୁରୋ: ଲକ୍ଷ୍ନୌରେ ଆଲମବାଗର ଟେଢି ପୁଲିଆରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଖାଲସା ଚୌକର ଲୋକାର୍ପଣ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଖାଲସା ପନ୍ଥ ଦେଶ ଏବଂ ଧର୍ମର ସୁରକ୍ଷା କରିବାରେ ଲଗାତାର ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଛି। ଯାହା ସବୁବେଳେ ସମସ୍ତଙ୍କ ସ୍ମୃତିରେ ତାଜା ହୋଇ ରହିବ।
ଶିଖ୍ ଗୁରୁମାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯାହା ଦେଶର ଯୁବପିଢିଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ମସିହାରେ ଗୁରୁ ଗୋବିନ୍ଦ ସିଂହଙ୍କ ଚାର ସାହି-ବଜାଦେଙ୍କ ସ୍ମୃତିରେ ବୀର ଖାଲସା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୬ ସେପ୍ଟେମ୍ବରକୁ ପୂରା ଦେଶରେ ଏହି ଦିବସ ପାଳନ କରାଯାଉଛି। ଖାଲସା ଚୌକ ସବୁବେଳେ ଶିକ୍ ସମାଜର ଗୌରବ ବଖାଣିଥାଏ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: