Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦରେ ଆଗତ ହେଲା ସଂଶୋଧିତ ଆୟକର ବିଲ୍ ୨୦୨୫

Ritu Das
Browse all articles by Ritu Das
·11 months ago·1 min read
ସଂସଦରେ ଆଗତ ହେଲା ସଂଶୋଧିତ ଆୟକର ବିଲ୍ ୨୦୨୫

Key Points

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ସଂଶୋଧିତ ଆୟକର ବିଲ ଉପସ୍ଥାପନ କରିଛନ୍ତି

୨୦୨୫ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି

ଅଗଷ୍ଟ ୧୧ରେ ଆଗତ ହୋଇଥିବା ନୂତନ ଡ୍ରାଫ୍ଟ ସାଂସଦମାନଙ୍କୁ ଏକକ ଏବଂ ସଦ୍ୟତମ ସଂସ୍କରଣ ପ୍ରଦାନ କରିବା ଲକ୍ଷ୍ୟ ରଖିଛି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ସଂଶୋଧିତ ଆୟକର ବିଲ ଉପସ୍ଥାପନ କରିଛନ୍ତି। ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି। ଗତ ସପ୍ତାହରେ ସରକାର ଆୟକର ବିଲ, ୨୦୨୫ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି। ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା। ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ। ଅଗଷ୍ଟ ୧୧ରେ ଆଗତ ହୋଇଥିବା ନୂତନ ଡ୍ରାଫ୍ଟ ସାଂସଦମାନଙ୍କୁ ଏକକ ଏବଂ ସଦ୍ୟତମ ସଂସ୍କରଣ ପ୍ରଦାନ କରିବା ଲକ୍ଷ୍ୟ ରଖିଛି।


ଏଥିରେ ସିଲେକ୍ଟ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଅଧିକାଂଶ ପରିବର୍ତ୍ତନ ଅନ୍ତର୍ଭୁକ୍ତ ବୋଲି କୁହାଯାଉଛି। ବିଲ ପ୍ରତ୍ୟାହାର ଏବଂ ସଂସଦରେ ଏକ ନୂତନ ବିଲ ଆଗତ କରିବା ବିଷୟରେ ଆଲୋଚନା କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଦ୍ୱନ୍ଦ୍ୱ ଏଡାଇବା ପାଇଁ ପୂର୍ବ ବିଲକୁ ପ୍ରତ୍ୟାହାର କରାଯାଇଛି ଏବଂ ନୂତନ ଡ୍ରାଫ୍ଟ ୧୯୬୧ ଆଇନକୁ ବଦଳାଇବା ପାଇଁ ଆଧାର ଭାବରେ କାର୍ଯ୍ୟ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
income-tax-amendment-bill-2025-introduced-in-parliament | Argus News