Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାଲୁକା ହୋଇପାରେ ମଧ୍ୟବିତ୍ତ ଓ ବେତନଭୋଗୀଙ୍କ ଆୟକର ବୋଝ !

Rashmita Mishra
Browse all articles by Rashmita Mishra
·1 year ago·2 min read
ହାଲୁକା ହୋଇପାରେ ମଧ୍ୟବିତ୍ତ ଓ ବେତନଭୋଗୀଙ୍କ ଆୟକର ବୋଝ !

ଅର୍ଗସ ବ୍ୟୁରୋ: ନିର୍ମଳାଙ୍କ ବଜେଟରେ କେଉଁ କ୍ଷେତ୍ରକୁ ଗୁରୁତ୍ବ ? ମହଙ୍ଗା ମାଡ଼ରୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କୁ ମିଳିବ କି ମୁକ୍ତି ? ବଢ଼ିବ କି ଆୟକର ଛାଡ଼ ସୀମା ? ଆଜି ସଂସଦରେ ଆଗତ ହେବେ ମୋଦି 3.0ର ପ୍ରଥମ ବଜେଟ୍ । ରେକର୍ଡ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ସରକାରଙ୍କ ପେଡ଼ି ଖୋଲିବା ଉପରୁ ଏବେ ଏହା ଉପରେ ସାରା ଦେଶବାସୀଙ୍କ ନଜର ରହିଛି । ବିଶେଷ କରି ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦର ନିୟନ୍ତ୍ରଣ ନେଇ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାକୁ ଆଖେଇଛନ୍ତି ସାଧାରଣ ଜନତା ।


ତେବେ ବଜେଟରେ ମଧ୍ୟବିତ୍ତଙ୍କୁ ସରକାର ଆଶ୍ବସ୍ତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆୟକର ଛାଡ଼ ନହେଲେ ଷ୍ଟାଣ୍ଡାର୍ଡ ଡିଡକସନ୍ ବଢ଼ାଇବା ନେଇ ଗୁଡ୍ ନ୍ୟୁଜ୍ ଦେଇପାରନ୍ତି ସୀତାରମଣ । ତେବେ ବଜେଟ୍ ସେସନର ପ୍ରଥମ ଦିନରେ ଗତକାଲି ପିଏମ୍ ଦେଇଥିବା ମନ୍ତବ୍ୟରୁ ଏହାର ସୂଚନା ମିଳିଛି । ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିବା ନେଇ ପ୍ରାର୍ଥନା କରୁଥିବା କହିଥିଲେ ପିଏମ୍ ।


ବଜେଟରେ ମହିଳା ସଶକ୍ତିକରଣକୁ ଦିଆଯାଇପାରେ ଗୁରୁତ୍ବ । ବିଶେଷ କରି ଜନନୀ ସୁରକ୍ଷା ଯୋଜନା, ମାତୃ ବନ୍ଦନା ଯୋଜନା ସହ ଲକ୍ଷପତି ଦିଦି ସ୍କିମ ପାଇଁ କରାଯାଇପାରେ ଅଧିକ ବ୍ୟୟବରାଦ । ଗରିବ କଲ୍ୟାଣ ଅନ୍ନ ଯୋଜନା, ପିଏମ୍ ଆବାସ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ବି ଅଧିକ ଅର୍ଥ ଆବଣ୍ଟନ କରାଯାଇପାରେ । ରିୟଲ ଇଷ୍ଟେଟ୍ ସହ ଏମଏସଏମଇ ଓ ଏଆଇ ସହ ପୁଞ୍ଜିନିବେଶକୁ ବି ଗୁରୁତ୍ବ ଦିଆଯିବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତକାଲି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ-2024-25 ଉପସ୍ଥାପନ କରିଥିବା ବେଳେ 2025-26 ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର 6.3 ପ୍ରତିଶତରୁ 6.8 ପ୍ରତିଶତ ମଧ୍ୟରେ ରହିବା ନେଇ ଅନୁମାନ କରାଯାଇଛି । ଭାରତର ଯୁବପୀଢି ପାଇଁ ରୋଜଗାର ଏବଂ ମଧ୍ୟବିତ୍ତଙ୍କ ପାଇଁ ସାଧାରଣ ଜୀବନ ଯାପନ ସହିତ ସମ୍ପର୍କିତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇବା ବିଷୟରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ସେହିପରି ଜିଏସଟି ସଂଗ୍ରହରେ 11 ପ୍ରତିଶତ ବୃଦ୍ଧି ହେବା ନେଇ ଅନୁମାନ କରାଯାଇଛି । ଯାହାକି 10.62ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ ।


2047ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ତେଣୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ସରକାର ଆଜିର ବଜେଟରେ ବଡ଼ ପଦକ୍ଷେପ ନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।


Sponsored
Income tax burden on middle class and salaried workers may be lightened! | Argus News