Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୨ ଲକ୍ଷ ଯାଏଁ ଆୟକର ଛାଡ, ସୋସିଆଲ ମିଡିଆରେ ନିର୍ମଳାଙ୍କୁ ପ୍ରଶଂସା

National

୧୨ ଲକ୍ଷ ଯାଏଁ ଆୟକର ଛାଡ, ସୋସିଆଲ ମିଡିଆରେ ନିର୍ମଳାଙ୍କୁ ପ୍ରଶଂସା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୧୨ ଲକ୍ଷ ଯାଏଁ ଆୟକର ଛାଡ, ସୋସିଆଲ ମିଡିଆରେ ନିର୍ମଳାଙ୍କୁ ପ୍ରଶଂସା


ଅର୍ଗସ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି । ଯେଉଁ ବଜେଟ୍‌କୁ ନେଇ ସୋସିଆଲ ମିଡିଆରେ ତାଙ୍କର ଖୁବ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ସମସ୍ତେ ବଜେଟର ଟ୍ୟାକ୍ସକୁ ନେଇ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି ।

ଅର୍ଥମନ୍ତ୍ରୀ ଟ୍ୟାକ୍ସକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ବାର୍ଷିକ ୧୨.୭୫ ଲକ୍ଷ ବେତନ ପାଉଥିବା ଆୟକରଦାତାଙ୍କ ଲାଗି ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୭୫ ହଜାର ଟଙ୍କା ରଖା ଯାଇଛି । ତେବେ ନ୍ୟୁ-ଟାକ୍ସ ରେଜିମିରେ ଏହି ଲାଭ ମିଳିବ । ନ୍ୟୁ ଟାକ୍ସ ରେଜିମିରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ । ବାର୍ଷିକ ଆୟ ୧୨ ଲକ୍ଷରୁ ଅଧିକ ଥିଲେ ଟିକସ ସ୍ଲାବ ହିସାବରେ ଆୟକର ଦାଖଲ କରିବାକୁ ପଡ଼ିବ ।

ଖାସ୍ କରି ମଧ୍ୟବିତ୍ତଙ୍କୁ ବଡ ଆଶ୍ୱସ୍ତି ଦେଲେ ସରକାର । ୧୨ ଲକ୍ଷରୁ ୧୬ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଦେବାକୁ ପଡିବ । ୧୬ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଦେବାକୁ ପଡିବ । ସେହିପରି ୨୦ ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଦେବାକୁ ପଡିବ । କ୍ୟାପିଟାଲ ଗେନ୍ ଛଡ଼ା ଅନ୍ୟ ଆୟ 12 ଲକ୍ଷ ପର୍ଯ୍ୟନ୍ତ ଛାଡ଼ । କ୍ୟାପିଟାଲ ଗେନ୍‌ ଥିଲେ 8ରୁ 12 ଲକ୍ଷ ପର୍ଯ୍ୟନ୍ତ ଆୟକର 10 % । 12 ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ 80 ହଜାର ଟଙ୍କା ବଞ୍ଚିବ । 18 ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ 70 ହଜାର ଟଙ୍କା ବଞ୍ଚିବ । ସେହିପରି 25 ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ 1.10 ଲକ୍ଷ ଟଙ୍କା ବଞ୍ଚିବ । ଦରମା 12 ଲକ୍ଷ 25 ହଜାର ହୋଇଥିଲେ ବି ଟିକସ ଛାଡ଼ । 75 ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ଥିବାରୁ 12.75 ଲକ୍ଷ ଦରମାରେ ପଡିବନି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ବଡ଼ ଘୋଷଣା ପରେ, ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଅର୍ଥମନ୍ତ୍ରୀ କହିଛନ୍ତି, ମଧ୍ୟବିତ୍ତ ବର୍ଗ ଭାରତର ମେରୁଦଣ୍ଡ । ସେମାନଙ୍କ ଯୋଗଦାନକୁ ଧ୍ୟାନରେ ରଖି ଆମେ ଆୟକରକୁ କମ କରିବାକୁ ଚେଷ୍ଟା କରାଯାଇଛି । ଆସନ୍ତା ସପ୍ତାହରେ ଆସିବ ଇନ୍‌କମ ଟ୍ୟାକ୍ସ ବିଲ୍‌ ।

ଯାହାକୁ ନେଇ ସୋସିଆଲ ମିଡିଆରେ ସମସ୍ତେ ମିମ୍ସ ଶେୟାର କରିଛନ୍ତି । ସମସ୍ତେ ଅର୍ଥମନ୍ତ୍ରୀଙ୍କ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Income tax exemption up to 12 lakhs, praises Nirmala on social media | Argus News