Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆୟକର ରିଟର୍ଣ୍ଣ: ଏହି ତାରିଖ ସୁଦ୍ଧା ଆୟକର ଦାଖଲ ନ କଲେ ହେବ ବଡ଼ ଅସୁବିଧା !

Sangram Tripathy
Browse all articles by Sangram Tripathy
·1 year ago·2 min read
ଆୟକର ରିଟର୍ଣ୍ଣ: ଏହି ତାରିଖ ସୁଦ୍ଧା ଆୟକର ଦାଖଲ ନ କଲେ ହେବ ବଡ଼ ଅସୁବିଧା !


ଅର୍ଗସ ବ୍ୟୁରୋ:ସରିଆସୁଛି ସମୟସୀମା,ଟିକସଦାତା ଆୟକର ଫେରସ୍ତ ନକଲେ ଗଣିବେ ତଣ୍ଡ,୨୦୨୪ ଜୁଲାଇ ୩୧ ରହିଛି ଆୟକର ରିଟର୍ଣ୍ଣସ ଦାଖଲର ଶେଷ ତାରିଖ, ଧାର୍ଯ୍ୟ ସମୟସୀମା ମଧ୍ୟରେ ଆଇଟି ଫାଇଲ୍ ନ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। ପୁରୁଣା ଆୟକର ରିଟର୍ଣ୍ଣସ ଟିକସ ବ୍ୟବସ୍ଥା ଅନୁସାରେ ଟିକସଦାତା କର ଦେବାର ଡେଡ୍ ଲାଇନ ମିସ୍ କଲେ ଏହାର ଲାଭ ହରାଇପାରନ୍ତି। କାରଣ ସରକାର ଆଉ ବଢାଇ ନପାରନ୍ତି ଆଇଟିଆର ଫାଇଲର ସମୟସୀମା । ତେଣୁ ଜରିମାନା ଏଡାଇବା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜୁଲାଇ ୩୧ସୁଦ୍ଧା ଦାଖଲ କରିବାକୁ ପଡିବ ଆଇଟିଆର୍ ,ଏନେଇ ସୂଚନା ଦେଇଛି ଆୟକର ବିଭାଗ। ଟିକସଦାତା ଆୟକର ଫେରସ୍ତ ସମୟସୀମା ହରାଇଲେ ଚଳିତ ବର୍ଷ ଏହାର ପରିଣାମ ଭୋଗିବେ ଆପଣ। 


 ସେପଟେ ଏେନେଇ ଆୟକର ବିଭାଗ କହିଛି, ଠିକ୍ ସମୟରେ ଆଇଟିଆର୍ ଫାଇଲ ନକଲେ କରଦାତାମାନଙ୍କୁ  ଅଧିକ ଆର୍ଥିକ କ୍ଷତି ସହିବାକୁ ପଡିବ,ଫଳରେ ଅନେକ ସମସ୍ୟାର ସମ୍ମୁଖିନ ହେବେ। କିନ୍ତୁ ପୁରାତନ ଟିକସ ବ୍ୟବସ୍ଥାରେ କର ଦାତାଙ୍କ ପାଇଁ ଅନେକ ଆର୍ଥିକ ଫାଇଦା ରହିଛି । ପୁରୁଣା ଟିକସ ପ୍ରଣାଳୀରେ ନିର୍ଦ୍ଦିଷ୍ଟ ଆୟ ଓ ନିବେଶ ପାଇଁ ରିହାତି ବ୍ୟବସ୍ଥା ରହିଛି । କିନ୍ତୁ ନୂଆ ଟିକସ ପ୍ରଣାଳୀରେ ବିଶେଷ ଆର୍ଥିକ ଫାଇଦା ନାହିଁ । କିନ୍ତୁ ଟିକସଦାତାଙ୍କୁ ଦେବାକୁ ପଡିବ ଅଧିକ ଟିକସ।  ଆୟକର ଦାଖଲ ସମୟସୀମା ଛାଡି ଦେଲେ  ଡିଫଲ୍ଟ ଅପସନ ଅନୁସାରେ ଆପଣ ନୂଆ କର ପ୍ରଣାଳୀ ଅଧୀନକୁ ଆପେଆପେ ଆସିଯିବେ । ନୂଆ କର ପ୍ରଣାଳୀରେ ଆପଣଙ୍କ ଟ୍ୟାକ୍ସ ଲାୟାବିଲିଟି ବଢିଯିବ 


 ତେବେ ମିସ୍ କଲେ କଣ ରହିଛି ଦଣ୍ଡ.....
-ସମୟସୀମା ମଧ୍ୟରେ ଆୟକର ଦାଖଲ ନକଲେ ପରବର୍ତ୍ତୀ ସମୟରେ ଦାଖଲ କରିହେବ । କିନ୍ତୁ ଏଥିପାଇଁ ଦେବାକୁ ପଡିବ ମୋଟାଅଙ୍କର ଜରିମାନା । ବିଳମ୍ବରେ ଆୟକର ଦାଖଲ କଲେ ଆୟକର ଅଧିନିୟମ ଧାରା ୨୩୪ଏଫ ଅନୁସାରେ ୫ ହଜାର ଟଙ୍କା  ଜରିମାନା ଦେବାକୁ ପଡିବ । ଯଦି ଆପଣଙ୍କ ଆୟ ୫ ଲକ୍ଷରୁ କମ୍, ତାହା ହେଲେ ଜରିମାନା ୧ ହଜାର ଟଙ୍କା ଦେବାକୁ ପଡିବ 
-ଆୟକର ଅଧିନିୟମ ଧାରା ୨୩୪ଏ ଅନୁସାରେ ବକେୟା କର ବାବଦ ମାସକୁ ୧% ସୁଧ ଦେବାକୁ ପଡିବ । 
 -ଯଦି ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ୍‌, ସଂପତ୍ତି ଓ ବ୍ୟବସାୟରେ ଆପଣ ଆର୍ଥିକ କ୍ଷତି ସହିଛନ୍ତି, ତାହା ହେଲେ ଧାର୍ଯ୍ୟ ସମୟସୀମା ମଧ୍ୟର ଆୟକର ଦାଖଲ କରିବା ଜରୁରୀ । ଭବିଷ୍ୟତରେ ଆପଣଙ୍କର ଟ୍ୟାକ୍ସ ଲାୟାବିଲିଟି ହ୍ରାସ ହେବ 
-ସମୟସୀମା ମଧ୍ୟରେ ଆୟକର ଦାଖଲ ନକଲେ ଆପଣଙ୍କ ଆର୍ଥିକ କ୍ଷତି କ୍ୟାରି ଫରୱାର୍ଡ ହୋଇପାରିବ ନାହିଁ । ଆଉ ଆପଣଙ୍କୁ ଏଥିପାଇଁ ପରବର୍ତ୍ତୀ ବର୍ଷଗୁଡିକରେ ଅଧିକ ପରିମାଣର ଟିକସ ଦେବାକୁ ପଡିବ । ତେଣୁ ସମୟସୀମା ମଧ୍ୟରେ ଆପଣ ଆୟକର ଦାଖଲ କରନ୍ତୁ, ତଣ୍ଡ ଗଣିବାରୁ ରକ୍ଷାପାଆନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Income tax return: If the income tax is not submitted by this date, it will be a big problem! | Argus News