Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜସ୍ଥାନରେ ନିର୍ବାଚନ ଅଧିକାରୀଙ୍କୁ ମାଡ ମାରିଥିବା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଗିରଫ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜସ୍ଥାନରେ ନିର୍ବାଚନ ଅଧିକାରୀଙ୍କୁ ମାଡ ମାରିଥିବା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଗିରଫ

ଅର୍ଗସ ବ୍ୟୁରୋ:  ରାଜସ୍ଥାନରେ ନିର୍ବାଚନ ଅଧିକାରୀଙ୍କୁ ମାଡ ମାରିଥିବା ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରାଯାଇଛି । ଗତକାଲି  ଦେଓଲି ଉନିଆରାର ସ୍ବାଧୀନ ବିଧାୟକ ପ୍ରାର୍ଥୀ ନରେଶ ମୀନା ଟଙ୍କ ଜିଲ୍ଲାର ଉପ ଜିଲ୍ଲାପାଳଙ୍କୁ ଏକ ପୋଲିଂ ବୁଥରେ ମାଡ ମାରିଥିଲେ।  ତାଙ୍କ କଲାର ଟାଣିଥିଲେ । ଘଟଣାସ୍ଥଳରେ ଥିବା ପୋଲିସ ମାନେ ତାଙ୍କୁ ଅଟକାଇଥିଲେ । ଏହାର ଭିଡିଓ ଭାଇରାଲ ହୋଇଥିଲା । ଆଜି ତାଙ୍କୁ ପୋଲିସ ଗିରଫ କରିବାକୁ ଯିବାବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ନରେଶ ମୀନାଙ୍କ ଶହ ଶହ ସମର୍ଥକ ପୋଲିସକୁ ବିରୋଧ କରିଥିଲେ । ସେମାନେ ଗାଡି ମଟର ପୋଡାଜଳା କରିବା ସହ ପ୍ରତିବାଦ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ନଜରକୁ ରଖି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।

ଆଜି ସ୍ବାଧୀନ ବିଧାୟକ ପ୍ରାର୍ଥୀ ନରେଶ ମୀନାଙ୍କୁ ଗିରଫ କରାଯାଇଛି । କିନ୍ତୁ ଗିରଫର କିଛି ସମୟ ପୂର୍ବରୁ ସେ କୌଣସି ପରିସ୍ଥିତିରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଥିଲେ । ପୋଲିସକୁ ଘେରାଉ କରିବା ସହ ଟ୍ରାଫିକ୍ ଜାମ୍ କରିବାକୁ ସେ ତାଙ୍କ ସମର୍ଥକ ମାନଙ୍କୁ ଉସୁକାଇଥିଲେ । ନରେଶ ମୀନାଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକମାନେ ହିଂସା ଭିଆଇଛନ୍ତି । ରାସ୍ତା ଅବରୋଧ କରିବା ସହ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ind candidate backs villagers boycotting polls; slaps Election officer | Argus News