Ind Pak Live Update:ଆମେରିକା ଉପରାଷ୍ଟ୍ରପତି ଜେ. ଡି ଭାନ୍ସଙ୍କ ବଡ ବୟାନ

ଭାରତ ପାକିସ୍ତାନ ଯୁଦ୍ଧ ମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ଜେ. ଡି ଭାନ୍ସଙ୍କ ବଡ ବୟାନ । ଆମେରିକା ଚାହିଁ ବି ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ କରିବ ନାହିଁ । ଉଭୟ ଦେଶକୁ ଅସ୍ତ୍ରବରତି ପାଇଁ କହିବା ସହଜ ନୁହେଁ । ସ୍ଥିତି ବିଗିଡ଼ିବାରୁ ରୋକିବାକୁ ଆମେରିକା କୂଟନୈତିକ ରାସ୍ତା ଆପଣାଇବ । ଆଶା ଏହା ପରମାଣୁ ଯୁଦ୍ଧରେ ପରିବର୍ତ୍ତିତ ହେବ ନାହିଁ ।
ସେହିପରି ଆମେରିକୀୟ ଗଣମାଧ୍ୟମକୁ ଭାରତୀୟ ରାଷ୍ଟ୍ରଦୂତଙ୍କ ବୟାନ । ଭାରତ କହିଲା ଆମେ କେବଳ ଆତଙ୍କବାଦୀଙ୍କୁ ମାରୁଛୁ । ଆମେ ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ କରୁଛୁ । ହେଲେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି ପାକିସ୍ତାନ । ଯାହା କି ଘୃଣ୍ୟ ଅପରାଧ ।
📱 Get Argus News App
✨ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି। ପାକିସ୍ତାନ ଭାରତ ଆଡ଼କୁ ଅନେକ ମିସାଇଲ ନିକ୍ଷେପ କରିଥିଲା, ଯାହାକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଥିଲା। ଏହା ପରେ ଭାରତ ପାକିସ୍ତାନର ସାମରିକ ଅଡ୍ଡାଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। କହିଛନ୍ତି ଯେ ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରେ, ତାହାର କଡ଼ା ଜବାବ ଦିଆଯିବ। ସେ ସ୍ପଷ୍ଟ କହିଛନ୍ତି ଯେ “ଏଥର ଯଦି କେହି ଛିଡ଼ାଇବ, ତେବେ ଛାଡ଼ିବୁ ନାହିଁ।” ଭାରତର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି ଏବଂ ଯୁକ୍ତରାଷ୍ଟ୍ର ତାକୁ ତୁରନ୍ତ ପଛକୁ ହଟିବାକୁ ପରାମର୍ଶ ଦେଇଛି।