Ind Pak War Update: ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’: ଭାରତୀୟ ବାୟୁସେନା

ଅପରେସନ ସିନ୍ଦୂର’କୁ ନେଇ IAFର ବଡ଼ ସୂଚନା । ଏବେ ବି ‘ଅପରେସନ ସିନ୍ଦୂର’ ଜାରି ରହିଥିବା କହିଲା ଭାରତୀୟ ବାୟୁସେନା । ଯାହାକୁ ଶୁଣିଲେ ପାକିସ୍ତାନର ନିଦ ପୁଣି ଉଡ଼ିବ । ଇଣ୍ଡିଆନ୍ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ଯେ ଅପରେସନ୍ ସିନ୍ଦୂର ଏଯାଏଁ ଶେଷ ହୋଇନି । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ କରିଛି ସମାପନ । ସମନ୍ବିତ, ସୁଚିନ୍ତିତ ଭାବେ ଚାଲିଛି ଅପରେସନ । ଅପରେସନ ଏପର୍ଯ୍ୟନ୍ତ ଜାରି ରହିଛି । ଏନେଇ ଏକ ବିସ୍ତୃତ ସୂଚନା ଦିଆଯିବ । IAF ସମସ୍ତଙ୍କୁ ଅନୁମାନ ଏବଂ ଅପ୍ରମାଣିତ ସୂଚନାର ପ୍ରସାରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛି ।
IAF ପକ୍ଷରୁ ଜାରି ହୋଇଥିବା ଏହି ବୟାନରେ କୁହାଯାଇଛି ଯେ ‘ଭାରତୀୟ ବାୟୁ ସେନା ଅପରେସନ୍ ସିନ୍ଦୂରରେ ଦିଆଯାଇଥିବା କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପୂର୍ଣ୍ଣ କରିଛି । ରାଷ୍ଟ୍ରୀୟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବିବେକପୂର୍ଣ୍ଣ ବିଚାର କରି ସଞ୍ଚାଳନ କରାଯାଉଛି । ଯେହେତୁ ଅପରେସନ ଜାରି ରହିଛି , ତେଣୁ ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ । ଠିକ୍ ସମୟରେ ସଠିକ ତଥ୍ୟ ଦିଆଯିବ । ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ ।’ ଏନେଇ ‘X’ ରେ ସୂଚନା ଦେଇଛି ଭାରତୀୟ ବାୟୁସେନା ।
ମେ’ ୭ ତାରିଖରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଲା ଭାରତ । ଶତ୍ରୁ ଘରେ ପଶି ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା । ୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଆକ୍ରମଣରେ ଧୂଳିସାତ ହୋଇଥିଲା ପାକିସ୍ତାନରେ ଥିବା ଆତଙ୍କୀ ହବ୍ । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜ୍ବୁଲ ମୁଜାହିଦ୍ଦିନ ଆଡ୍ଡା ଧ୍ୱଂସ ହୋଇଥିଲା । ଏୟାରଷ୍ଟ୍ରାଇକରେ ସଫା ହୋଇଯାଇଥିଲା ଜୈଶ-ଏ-ମହମ୍ମଦ ମୁଖ୍ୟର ପୂରା ପରିବାର । ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ୧୦ ଜଣ ସମ୍ପର୍କୀୟ ନିହତ ହୋଇଥିଲେ । କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଅବଦୁଲ ରୌଫ୍ ଅଜହର ପ୍ରାଣ ହରାଇଥିଲା । ପାଖାପାଖି ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିଲେ ଭାରତୀୟ ଯବାନ ।
The Indian Air Force (IAF) has successfully executed its assigned tasks in Operation Sindoor, with precision and professionalism. Operations were conducted in a deliberate and discreet manner, aligned with National Objectives.
— Indian Air Force (@IAF_MCC) May 11, 2025
Since the Operations are still ongoing, a detailed…
