Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନେଦରଲ୍ୟାଣ୍ଡ୍ସକୁ ୧୬୦ ରନ୍‌ରେ ପରାସ୍ତ କଲା ଭାରତ   

Manini Pattanayak
Browse all articles by Manini Pattanayak
·2 years ago·1 min read
ନେଦରଲ୍ୟାଣ୍ଡ୍ସକୁ ୧୬୦ ରନ୍‌ରେ ପରାସ୍ତ କଲା ଭାରତ   

ନୂଆଦିଲ୍ଲୀ:  ଦେଶବାସୀଙ୍କୁ ଟିମ୍‌ ଇଣ୍ଡିଆର ଦୀପାବଳି ଭେଟି । ବିଶ୍ବକପ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସକୁ ୧୬୦ ରନ୍‌ରେ ପରାସ୍ତ କଲା ରୋହିତ ବାହିନୀ । ଚିନ୍ନାସ୍ବାମୀ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚ୍‌ ରେ ଏକତରଫା ବିଜୟ ହାସଲ ସହ ଚଳିତ ବିଶ୍ବକପରେ ଏକମାତ୍ର ଟିମ୍‌ ଭାବେ ଅପରାଜୟ ରହିଛି ଭାରତ । ୯ଟି ଲିଗ୍‌ ମ୍ୟାଚ୍‌ ରୁ ୯ଟି ଯାକରେ ବିଜୟ ହାସଲ କରିଛି । ରବିବାର ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡକୁ 411 ରନର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ ।

ରୋହିତ, ଗିଲ୍‌ ଓ ବିରାଟଙ୍କ ଅର୍ଦ୍ଧ ଶତକ ସହ ଶ୍ରେୟସ୍‌ ଆୟାର ଓ କେ.ଏଲ୍ ରାହୁଲ ଦମ୍‌ଦାର ଶତକ ବଳରେ ନେଦରଲାଣ୍ଡ ଆଗରେ ରନର ପାହାଡ଼ ଛିଡ଼ା କରିଥିଲା ଭାରତ । ଏହାର ଜବାବରେ 47.5 ଓଭରରେ 250 ରନ କରି ଅଲଆଉଟ ହୋଇ ଯାଇଥିଲା ନେଦରଲ୍ୟାଣ୍ଡ । ତେବେ ଏହି ମ୍ୟାଚ୍‌ ରେ ଦୁଇ ଭାରତୀୟ ବ୍ୟାଟର ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚରେ ବୋଲିଂ କରି ଉଇକେଟ୍ ନେବାରେ ସକ୍ଷମ ହୋଇଥିଲେ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ମିଳିଥିଲା ଗୋଟିଏ ଲେଖାଏଁ ୱିକେଟ । ସେହିପରି ବୁମରା, ସିରାଜ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଯାଡେଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । 

କ୍ରୀଡ଼ା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IND tame NED by 160 runs, end group stage unbeaten | Argus News