Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Asia Cup India vs Malaysia / ମାରିକି ଧୁଆଁ ଉଡ଼ାଇଲେ ଭାରତୀୟ ଖେଳାଳି, ୯୩ ଅଲ୍‌ଆଉଟ୍ ବପକ୍ଷ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ମାରିକି ଧୁଆଁ ଉଡ଼ାଇଲେ ଭାରତୀୟ ଖେଳାଳି, ୯୩ ଅଲ୍‌ଆଉଟ୍ ବପକ୍ଷ
India Under 19

Key Points

ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ମୂଲ୍ୟବାନ ୫ଟି ୱିକେଟ ନେଇ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ଭାରତର ଦମ୍‌ଦାର ବିଜୟ । ଇତିହାସ ରଚିଲା ଭାରତ । ଅନ୍‌ବିଟେବୁଲ ସାଜିଛି ଇଣ୍ଡିଆ । ୧୯ ବର୍ଷରୁ କମ ଏସିଆ କପ୍‌ରେ ଭାରତର ଦମ୍‌ଦାର ବିଜୟ ହୋଇଛି । ଏଥିରେ ଅଭିଜ୍ଞାନଙ୍କ ଚମତ୍କାର ଦ୍ବିଶତକ ସାମିଲ ଅଛି । ଦ୍ୱିଶତକ କରି ଏକ ନୂଆ ଇତିହାସ ଲେଖିଛନ୍ତି ଅଭିଜ୍ଞାନ । ଏହି ମ୍ୟାଚ୍‌ରେ ମାଲେସିଆକୁ ୩୧୫ ରନରେ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪୦୮/୭ ରନ୍‌ କରିଥିଲା । ଏହାର ଜବାବରେ ୪୦୯ ରନ୍‌ର ବିଜୟ ଲକ୍ଷ ନେଇ ମାଲେସିଆ ମଇଦାନକୁ ଓହ୍ଲାଇଥିଲା । ହେଲେ ମାଲେସିଆ ଦଳ ମାତ୍ର ୯୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।

ଭାରତର ୱିକେଟ କିପର ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଅଭିଜ୍ଞାନ କୁଣ୍ଡୁ ୧୨୫ ବଲ ଖେଳି ଅପରାଜିତ ୨୦୯ ରନ୍ତ କରିଛନ୍ତି । ଯାହାଫଳରେ ଏକ ବିଶାଳ ସ୍କୋର କରିପାରିଥିଲା ଭାରତ । ସେହିଭଳି ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ମୂଲ୍ୟବାନ ୫ଟି ୱିକେଟ ନେଇ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆଉ ନିର୍ଦ୍ଧାରିତ ୫୦ ଓଭର୍‌ରେ ଭାରତୀୟ ଦଳ ୭ ୱିକେଟ୍ ହରାଇ ୪୦୮ ରନ୍ କରିଥିଲା । ବଡ଼ ସ୍କୋରିଂ ମ୍ୟାଚ୍‌ରେ ହିରୋ ସାଜିଥିଲେ ଭାରତ ପାଇଁ ପଞ୍ଚମ ନମ୍ବରରେ ବ୍ୟାଟିଂ କରିଥିବା ୧୭ ବର୍ଷୀୟ ଅଭିଜ୍ଞାନ କୁଣ୍ଡୁ । ତାଙ୍କର ୨୦୯ ରନ୍‌ରେ ୯ଟି ଛକା ଓ ୧୭ଟି ଚଉକା ସାମିଲ୍ ରହିଛି ।

ଅଭିଜ୍ଞାନଙ୍କ ଏହି ଇନିଂସ ସହ ସେ ଅଣ୍ଡର୍-୧୯ ଏସିଆ କପ୍‌ରେ ସବୁଠୁ ବଡ଼ ପାଳି ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ । ଏହା ପୂର୍ବରୁ ଏହି ରେକର୍ଡ ଥିଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ । ବୈଭବ, ୟୁଏଇ ବିପକ୍ଷ ମ୍ୟାଚ୍‌ରେ ୧୭୧ ରନ୍ କରିଥିଲେ । ମୁମ୍ବାଇର ଅଭିଜ୍ଞାନ ମାତ୍ର ୮୦ ବଲ୍‌ରେ ଶତକ ମାରିଥିଲେ । ୧୭ ବର୍ଷର ଅଭିଜ୍ଞାନ ୧୧ ଚଉକା, ଗୋଟିଏ ଛକା ସହାୟତାରେ ସେଞ୍ଚୁରୀ ପରେ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିଶତକ ହାସଲ କରିଥିଲେ । ୧୯ ବର୍ଷରୁ କମ୍ ଏସିଆ କପ୍‌ରେ ଦ୍ଵି-ଶତକ ହାସଲ କରିବାରେ ଅଭିଜ୍ଞାନ କୁଣ୍ଡୁ ପ୍ରଥମ ଭାରତୀୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Asia Cup India vs Malaysia | IND vs MAS, Under-19 Asia Cup 2025: India thrashes Malaysia by 315 runs | Argus News