Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Narendra Modi: ପ୍ରତିବର୍ଷ କାହିଁକି ବଦଳୁଛି ମୋଦିଙ୍କ ପଗଡ଼ି ରଙ୍ଗ, କ'ଣ ଏହା ପଛର ରହସ୍ୟ ?

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·3 min read
PM Narendra Modi: ପ୍ରତିବର୍ଷ କାହିଁକି ବଦଳୁଛି ମୋଦିଙ୍କ ପଗଡ଼ି ରଙ୍ଗ, କ'ଣ ଏହା ପଛର ରହସ୍ୟ ?

Key Points

୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ପାରମ୍ପରିକ କୁର୍ତ୍ତା-ଚୁଡ଼ିଦାର ସହ ଏକ ହାଲକା ନୀଳ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ମୁଣ୍ଡରେ ଏକ ଗୋଲାପି ଛିଟ ମିଶା ଗେରୁଆ ରଙ୍ଗର ପଗଡ଼ି ପିନ୍ଧିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲାଲକିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସ୍ୱାଧୀନତା ଦିବସର ଅଭିଭାଷଣ ଦେଇଛନ୍ତି। ଯେଉଁଥିରେ ସେ ସ୍ବଦେଶୀ ରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ନେଇ ଯେତିକି ଚର୍ଚ୍ଚା, ତା'ଠାରୁ ଅଧିକ ଚର୍ଚ୍ଚା ହୋଇଛି ତାଙ୍କ ବଦଳୁଥିବା ପଗଡିର ରଙ୍ଗକୁ ନେଇ। ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ଏପର୍ଯ୍ୟନ୍ତ ୧୧ ଥର ସ୍ବାଧୀନତା ଦିବସର ଅଭିଭାଷଣ ଦେଇସାରିଛନ୍ତି ମୋଦି। ଆଉ ସବୁ ଥର ତାଙ୍କ ପୋଷାକର ଶୈଳୀ ବଦଳୁଛି। ବିଶେଷ କରି ପ୍ରତ୍ୟେକ ବର୍ଷ ପ୍ରଧାନମନ୍ତ୍ରୀଙ୍କ ପଗଡିର ରଙ୍ଗ ଏବଂ ଏହାକୁ ବାନ୍ଧିବାର ଶୈଳୀ ବେଶ୍ ଆକର୍ଷଣୀୟ ହୋଇଥାଏ।

ଯଦି ପ୍ରଥମରୁ ଦେଖାଯାଏ, ତା'ହେଲେ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ସେହି ବର୍ଷ ୬୮ତମ ସ୍ବାଧୀନତା ଦିବସରେ ପ୍ରଥମ ଥର ପାଇଁ ଦିଲ୍ଲୀର ଲାଲକିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଥିଲେ। ସେତେବେଳେ ସେ ଧଳା ଖଦିର ହାଫ୍-ସ୍ଲିଭ୍ କୁର୍ତ୍ତା ଓ ଚୁଡିଦାର ପାଇଜାମା ପିନ୍ଧିଥିଲେ। ଏହା ସହିତ ସେ ମୁଣ୍ଡରେ ଭଗବା ରଙ୍ଗର ଜୋଧପୁରୀ ବନ୍ଧେଜ ପଗଡ଼ି ବାନ୍ଧିଥିଲେ। ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।

ଏହା ପରବର୍ଷ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି କ୍ରିମ୍ ରଙ୍ଗର କୁର୍ତ୍ତା, ଧଳା ଚୁଡିଦାର ପାଇଜାମା ଓ ଖଦି ଜାକେଟ୍ ପିନ୍ଧିଥିଲେ। ଆଉ ମୁଣ୍ଡରେ ଲାଲ ଓ ସବୁଜ ରଙ୍ଗର ପଟି ସହିତ ନାରଙ୍ଗୀ ରଙ୍ଗର ବନ୍ଧନୀ ପଗଡ଼ି ବାନ୍ଧିଥିଲେ । ୨୦୧୬ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଏକ ସାଦା କୁର୍ତ୍ତା ଏବଂ ଚୁଡ଼ିଦାର ପାଇଜାମା ପିନ୍ଧିଥିଲେ। ଏହା ସହ ମୁଣ୍ଡରେ ଏକ ଲାଲ, ଗୋଲାପୀ ଏବଂ ହଳଦିଆ ରାଜସ୍ଥାନୀ ପଗଡ଼ି ପିନ୍ଧିଥିଲେ। ଯାହା ଖୁବ ସୁନ୍ଦର ଦେଖାଯାଉଥିଲା।

ଏହା ପରେ ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଟ୍ରେଡମାର୍କ ଅଧା ହାତ ବିଶିଷ୍ଟ କୁର୍ତ୍ତା ପିନ୍ଧିଥିଲେ । ଆଉ ମୁଣ୍ଡରେ ଉଜ୍ଜ୍ୱଳ ଲାଲ ଏବଂ ହଳଦିଆ ରଙ୍ଗର ପଗଡ଼ି ପିନ୍ଧିଥିଲେ। ଯାହା ପଛପଟେ ଏକ ଲମ୍ବା କପଡା ବାହାରି ଆସିଥିଲା । ସେହିପରି ୨୦୧୮ ସ୍ୱାଧୀନତା ଦିବସରେ ମୋଦି ଏକ ଫୁଲ ସ୍ଲିଭ୍ କୁର୍ତ୍ତା ପାଇଜାମା ପିନ୍ଧିଥିଲେ । ସେହି ବର୍ଷ ସେ ଏକ ଗାଢ଼ ଗେରୁଆ ଏବଂ ଲାଲ ରଙ୍ଗ ମିଶା ପଗଡ଼ି ମୁଣ୍ଡରେ ବାନ୍ଧିଥିଲେ ।

ଏହା ପରେ ୨୦୧୯ରେ ପ୍ରଧାନମନ୍ତ୍ରୀ ଏକ ହାଫ୍ ସ୍ଲିଭ୍ କୁର୍ତ୍ତା, ପାଇଜାମା ପିନ୍ଧିଥିଲେ । ଏହା ସହିତ ହଳଦିଆ, ଲାଲ ଏବଂ ସବୁଜ ଲହରିଆ ପ୍ୟାଟର୍ଣ୍ଣର ପଗଡ଼ି ପିନ୍ଧିଥିଲେ ।
୨୦୨୦ରେ ସେ ଏକ ଅଧା ହାତ ବିଶିଷ୍ଟ କୁର୍ତ୍ତା ପିନ୍ଧିବା ସହିତ ବେକରେ ଗେରୁଆ ବର୍ଡରଯୁକ୍ତ ଏକ ଧଳା ଦୁପଟ୍ଟା ମଧ୍ୟ ପକାଇଥିଲେ । ଆଉ ଏହାକୁ ମ୍ୟାଚ୍ କଲାଭଳି ଗେରୁଆ ଏବଂ କ୍ରିମ୍ ରଙ୍ଗର ପଗଡ଼ି ମୁଣ୍ଡରେ ବାନ୍ଧିଥିଲେ, ଯାହା ଖୁବ୍ ମାନୁଥିଲା।

ସେହିପରି ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ପାରମ୍ପରିକ କୁର୍ତ୍ତା-ଚୁଡ଼ିଦାର ସହ ଏକ ହାଲକା ନୀଳ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ମୁଣ୍ଡରେ ଏକ ଗୋଲାପି ଛିଟ ମିଶା ଗେରୁଆ ରଙ୍ଗର ପଗଡ଼ି ପିନ୍ଧିଥିଲେ । ଏହା ପରେ ୨୦୨୨ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଧଳା ସାର୍ଟ ଉପରେ ନୀଳ ଜ୍ୟାକେଟ୍ ପିନ୍ଧିଥିଲେ। ଆଉ ମୁଣ୍ଡରେ ତ୍ରିରଙ୍ଗା ଆକୃତିର ଏକ ଧଳା ପଗଡ଼ି ପିନ୍ଧିଥିଲେ, ଯାହା 'ହର ଘର ତିରଙ୍ଗା' ଅଭିଯାନର ଭାବନାକୁ ପ୍ରତିଫଳିତ କରିଥିଲା ।

ସେହିପରି ୨୦୨୩ ରେ ସେ ଧଳା ସାର୍ଟ ଉପରେ ଗାଢ ଧୂସର ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ । ଆଉ ମୁଣ୍ଡରେ ବାନ୍ଧିଥିଲେ ଅନେକ ରଙ୍ଗର ଷ୍ଟ୍ରାଇପ୍ ସହିତ ଏକ ହଳଦିଆ ଏବଂ ଲାଲ ରଙ୍ଗର ପଗଡ଼ି । ଏହା ପରେ ଗତବର୍ଷ ଅର୍ଥାତ୍ ୨୦୨୪ ରେ ପ୍ରଧାନମନ୍ତ୍ରୀ ମୋଦି ଧଳା କୁର୍ତ୍ତା-ପାଇଜାମା ଏବଂ ନୀଳ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ। ଏବଂ ଏହା ସହ ଗେରୁଆ, ସବୁଜ ଏବଂ ହଳଦିଆ ରଙ୍ଗ ମିଶା ପଗଡ଼ି ପିନ୍ଧିଥିଲେ ।


ଆଉ ୨୦୨୫ ଅର୍ଥାତ୍ ଏହି ବର୍ଷ ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୁକ୍ ମଧ୍ୟ ବେଶ୍ ଆକର୍ଷଣୀୟ ରହିଛି। ଏଥର ସେ ଧଳା କୁର୍ତ୍ତା ସହ ଏକ ନାରଙ୍ଗୀ ଜାକେଟ୍ ପିନ୍ଧିଥିବା ବେଳେ ବେକରେ ତ୍ରିରଙ୍ଗା ଭଳି ଉତ୍ତରୀୟ ମଧ୍ୟ ପକାଇଛନ୍ତି । ଆଉ ମୁଣ୍ଡରେ ବାନ୍ଧିଛନ୍ତି କେଶରୀ ରଙ୍ଗର ପଗଡି। ଆଉ ଏହି ପଗଡି ବାନ୍ଧିବା ଶୈଳୀ ମଧ୍ୟ ବେଶ୍ ଚମତ୍କାର ହୋଇଛି। ଆଉ ପ୍ରତିବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଦଳୁଥିବା ପୋଷାକ ଓ ପଗଡିର ରଙ୍ଗକୁ ନେଇ ଏବେ ବିଭିନ୍ନ ମହଲରେ ଏକ ହାଲକା ଫୁଲକା ଚର୍ଚ୍ଚା ବି ହେଉଥିବା ଦେଖିବାକୁ ମିଳିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Independence Day 2025 | What is the specialty of PM Modi's turban being of different color every time? | Argus News