Independence Day / ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ଵାଧୀନତା ଦିବସର ଧୁମ୍; ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କଲେ ଜାତୀୟ ପତାକା ଉତ୍ତୋଳନ
·2 weeks ago·2 min read

Key Points
ଆଜି ଦେଶ ପାଳୁଛି ୮୦ ତମ ସ୍ବାଧୀନତା ଦିବସ
ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
ଦେଶର ବିଭିନ୍ନ କ୍ଷେତ୍ରରୁ ୫ ହଜାର ଅତିଥି ସାମିଲ୍
ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ । ଏହି ଜାତୀୟ ଉତ୍ସବ ଅବସରରେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଦେଶ ଦେଶପ୍ରେମର ରଙ୍ଗରେ ରଙ୍ଗେଇ ହୋଇଯାଇଛି । ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଅମର ଶହୀଦମାନଙ୍କୁ ଆଜି ସାରା ଜାତି ମନେ ପକାଉଛି ।
ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଆଉ କିଛି ସମୟ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ପ୍ରଗତି, ସୁରକ୍ଷା ଏବଂ ଭବିଷ୍ୟତର ରୋଡମ୍ୟାପ୍ ବିଷୟରେ ଆଲୋଚନା କରିବେ ।
ଚଳିତ ବର୍ଷର ସ୍ୱାଧୀନତା ଦିବସ ମୁଖ୍ୟତଃ 'ବନ୍ଦେ ମାତରମ୍ର ୧୫୦ ବର୍ଷ' ଏବଂ 'ବିକଶିତ ଭାରତ ପାଇଁ ଯୁବ ଶକ୍ତି @୨୦୪୭' ଉପରେ ପର୍ଯ୍ୟବେସିତ । ଇତିହାସରେ ପ୍ରଥମ ଥର ପାଇଁ ଲାଲକିଲ୍ଲା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍' ଗାନ କରାଯାଉଛି, ଯାହାକି ଏହାର ୧୫୦ ବାର୍ଷିକୀର ସ୍ମୃତି ବହନ କରୁଛି ।
ଜାତୀୟ ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ନିର୍ମିତ ୧୦୫ ଏମ୍.ଏମ୍. ଲାଇଟ୍ ଫିଲ୍ଡ ଗନ୍ ଜରିଆରେ ସ୍ୱତନ୍ତ୍ର ଭାବେ ୨୧ ତୋପର ସଲାମୀ ଦିଆଯାଇଛି । ପତାକା ଉତ୍ତୋଳନ ପରେ ଭାରତୀୟ ବାୟୁସେନାର ଏମ୍ଆଇ-୧୭ (Mi-17) ହେଲିକପ୍ଟର ମାଧ୍ୟମରେ ଉପସ୍ଥିତ ଜନତାଙ୍କୁ ପୁଷ୍ପବୃଷ୍ଟି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫ ହଜାର ସ୍ୱତନ୍ତ୍ର ଅତିଥି ଅଂଶଗ୍ରହଣ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ବଡ଼ ବାର୍ତ୍ତା: ଯୁବପିଢ଼ି ହିଁ ଭାରତର ଭବିଷ୍ୟତ, ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ
୮୦ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଅଭିଭାଷଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଆରମ୍ଭ ପୂର୍ବରୁ ଓ ଶେଷରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ଜାତୀୟ ଗାନ ପରିବଷଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ଭାରତର ଭବିଷ୍ୟତ ନିର୍ମାତା ବୋଲି କହିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ସମସ୍ୟାର ସ୍ଥାୟୀ ସମଧାନ ପାଇଁ ସରକାର ବ୍ୟାପକ ସଂସ୍କାର ଆଣୁଛନ୍ତି। ଦେଶର ଯୁବପିଢ଼ି ଏବେ କେବଳ ଚାକିରି ଖୋଜୁନାହାଁନ୍ତି, ବରଂ ନିଜେ ଚାକିରି ସୃଷ୍ଟି କରୁଛନ୍ତି ।"
ଦେଶରେ ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଢ଼ି ଉଠିଛି ଏବଂ ଭାରତୀୟ ଯୁବକମାନେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ନେତୃତ୍ୱ ନେଉଛନ୍ତି ବୋଲି ସମ୍ବୋଧନରେ କହିଛନ୍ତି ମହାମହିମ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଏକ ଉତ୍କୃଷ୍ଟ କ୍ରୀଡ଼ା ବାତାବରଣ ସୃଷ୍ଟି କରାଯାଉଛି ।
ଭାରତୀୟ ସେନାର ପରାକ୍ରମକୁ ପ୍ରଶଂସା କରି ରାଷ୍ଟ୍ରପତି ଅପରେସନ୍ ସିନ୍ଦୂର ଓ କାର୍ଗିଲ୍ ବିଜୟ ଦିବସର ସ୍ମୃତିଚାରଣ କରିଛନ୍ତି । ସେ କହିଛନ୍ତି ଯେ, "ଆତଙ୍କବାଦୀ ଓ ସେମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କୁ କଡ଼ା ଚେତାବନୀ ଦିଆଯାଇଛି । ସେମାନେ ଯେଉଁଠାରେ ଲୁଚି ରହିଲେ ମଧ୍ୟ ପରିଣାମ ଭୋଗିବେ ।"
ଏହା ସହିତ, ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ନିଷ୍ପତ୍ତିକୁ ଦେଶର କୃଷକ ଓ ହିତ ପାଇଁ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବୋଲି ସେ ଅଭିହିତ କରିଛନ୍ତି । ଦଶନ୍ଧି ଦଶନ୍ଧିର ସଂଘର୍ଷ ପରେ ଦେଶରୁ ମାଓବାଦର ମୂଳୋତ୍ପାଟନକୁ ଐତିହାସିକ ସଫଳତା ବୋଲି କହିଛନ୍ତି ମହାମହିମ ।

Related Topics
Explore more stories